ମାତ୍ର ୨ ମିନିଟରେ ବଢ଼ିବ ସ୍ମରଣ ଶକ୍ତି, ଆପଣାନ୍ତୁ ଏହି ଉପାୟ

69

ଆଜିକାଲି ଯୁଗ ପାଇଁ ସ୍ମରଣ ଶକ୍ତି ହ୍ରାସ ପାଇବା ଏକ ସାଧାରଣ କଥା ପାଲଟି ଗଲାଣି । ବିଭିନ୍ନ ପ୍ରକାରର କାର୍ଯ୍ୟ ଚାପ ରହୁଥିବା ହେତୁ ସ୍ମରଣ ଶକ୍ତି କମିବା ବି ଯେପରି ଦେହସୁହା ହୋଇପଡ଼ିଲାଣି। ମାତ୍ର ସ୍ମରଣ ଶକ୍ତି କମ୍ ହେବା ଦ୍ୱାରା କେଉଁ ସବୁ ବଡ଼ ବଡ଼ ସମସ୍ୟା ସାମ୍ନାକୁ ଆସେ ତାହା ତ ଆପଣ ଅନୁଭବ କରିଥିବେ ନିଶ୍ଚୟ। ଗୋଟିଏ ସରଳ ଉପାୟ ଅଛି। ଯାହା ଦ୍ୱାରା ଆପଣ ନିଜର ସ୍ମରଣ ଶକ୍ତି ବୃଦ୍ଧି କରାଇ ପାରିବେ।

ବେଶି ବ୍ୟସ୍ତ ହୋଇଗଲେ ମସ୍ତିଷ୍କ ବି ବ୍ୟସ୍ତ ହୋଇପଡ଼େ। ଫଳରେ ଛୋଟ ଛୋଟ କଥାରୁ ଧ୍ୟାନ ହଟିଯାଏ । ବେଳେ ବେଳେ ଏମିତି ବି ହୁଏ ଗୋଟାଏ କଥାରେ ଯେତେଧ୍ୟାନ ଦେବାକୁ ଚେଷ୍ଟା କଲେ ବି ଧ୍ୟାନ କିନ୍ତୁ ରହିନଥାଏ । ସେମିତି ହେଉଥିଲେ ପ୍ରତିଦିନ ନିଜ ସମୟରୁ ମାତ୍ର ୨ ମିନିଟ୍ ଦିଅନ୍ତୁ ଆପଣଙ୍କ ସମସ୍ୟା କୁଆଡ଼େ ଦୂରେଇ ଯିବ। ସକାଳୁ ଉଠି ୨ ମିନିଟ ଆଖି ବନ୍ଦ କରି ଓମ୍ ଧ୍ୱନୀ ଉଚ୍ଚାରଣ କରନ୍ତୁ । ସେହି ୨ ମିନିଟ୍ ଓମ୍ କହିବା ଦ୍ୱାରା ଆପଣଙ୍କ ସ୍ମରଣ ଶକ୍ତି ଆଶାଠାରୁ ବି ବୃଦ୍ଧି ପାଇବ।