ମାତ୍ର ୧୦ ଟଙ୍କାରେ ଠିକ୍ ହୋଇଯିବ ସ୍ମାର୍ଟଫୋନର ଭାଙ୍ଗି ଯାଇଥିବା ସ୍କ୍ରିନ, ଜାଣନ୍ତୁ କିଭଳି

38

ସ୍ମାର୍ଟଫୋନର ବହୁଳ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ଫୋନର ଡିସପ୍ଲେରେଏଥିପାଇଁ ଅନେକ ସ୍କ୍ରାଚ ଚାଲିଆସିଥାଏ ଏବଂ ଯାହାଦ୍ୱାରା ଫୋନରେ ସ୍ପଷ୍ଟ ଭାବରେ କିଛି ନଜର ଆସିନଥାଏ । ତେବେ ସ୍କ୍ରାଚ ହେବା ଏକ ସାଧାରଣ କଥା ଅଟେ । ହେଲେ ଯଦି ଆପଣଙ୍କର ଫୋନର ଡିସପ୍ଲେରେ ସ୍କ୍ରାଚ ଚାଲିଆସେ ତେବେ ଏଥିପାଇଁ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ଆଜି ଆମେ ଆପଣଙ୍କୁ କିଛି ଏଭଳି ତରିକା ସଂପର୍କରେ ଜଣାଇବାକୁ ଯାଉଛୁ, ଯାହା ଦ୍ୱାରା ଆପଣ ଆପଣଙ୍କ ଫୋନର ଡିସପ୍ଲେରୁ ସ୍କ୍ରାଚ ହଟାଇ ପାରିବେ । ସେ ପୁଣି ବିନା କୌଣସି ଦୋକାନକୁ ଯାଇ ଅର୍ଥାତ୍ ଘରେ ବସି । ଖାଲି ସେତିକି ନୁହେଁ ଏଥିପାଇଁ ମଧ୍ୟ ଆପଣଙ୍କ ପକେଟରୁ ଖର୍ଚ୍ଚ ହେବ ମାତ୍ର ୧୦ ଟଙ୍କା । ତେବେ ଆସନ୍ତୁ ଜାଣିବା ।

• ଏଥିପାଇଁ ଆପଣଙ୍କୁ ମାତ୍ର ୧୦ ଟଙ୍କାର କୌଣସି ବି ଟୁଥପେଷ୍ଟ ବଜାରରୁ କିଣିବାକୁ ପଡିବ ।

• ଟୁଥପେଷ୍ଟକୁ ବ୍ୟବହାର କରିବାର ଉଦ୍ଦେଶ୍ୟ ହେଲାକି ଟୁଥପେଷ୍ଟରେ ସାଧାରଣତଃ ଏକ ପ୍ରକାରର ରସାୟନିକ ପଦାର୍ଥରେ ପ୍ରସ୍ତୁତ କରାଯାଇଥାଏ । ଯାହାର ବ୍ୟବହାର ବେକିଂ ସୋଡା ତିଆରିରେ ବ୍ୟବହୃତ କରାଯାଇଥାଏ ।

• ଯାହାକୁ ଧାତୁ ଉପରେ ଲାଗିଥିବା ଜଙ୍କକୁ ମଧ୍ୟ ସଫା କରିବାରେ କାମରେ ଆସିଥାଏ ।

• କୋଲଗେଟ୍ ନେଇ ସ୍କ୍ରାଚ ହୋଇଥିବା ମୋବାଇଲର ଡିସପ୍ଲେରେ ଲଗାନ୍ତୁ ।

• ଏହାପରେ ଏହାକୁ ଏକ ସଫା କପଡାରେ ଧିରେ ଧିରେ ଘଷନ୍ତୁ । ଏଭଳି କିଛି ସମୟ ପର୍ୟ୍ୟନ୍ତ କରନ୍ତୁ । ଏହାପରେ ଏହାକୁ ଧିରେ ଧିରେ ହାଲକା ପ୍ରେସର ସହିତ କପଡାରେ ସଫା କରନ୍ତୁ ।

• ଯେତେବେଳେ ଏହା ସଂପୂର୍ଣ୍ଣ ଭାବେ ସଫା ହୋଇଯିବ ସେତେବେଳେ ଆପଣ ଏହାର ଫରକ ଦେଖିପାରିବେ ।

ଅନ୍ୟ ଏକ ତରିକା ହେଉଛି ଭେସଲିନର ବ୍ୟବହାର କରି । ଆପଣ ଘରେ ବ୍ୟବହାର କରୁଥିବା ଭେସଲିନକୁ ନିଅନ୍ତୁ । ଏହାକୁ ଆପଣଙ୍କ ଫୋନର ଡିସପ୍ଲେରେ ଲଗାନ୍ତୁ । ଏହାପରେ ଏହାକୁ ତୂଳାରେ ଧିରେ ଧିରେ ରଗଡି ସଫା କରନ୍ତୁ । ଏଭଳି କରିବାର ମାତ୍ର କିଛି ସମୟ ପରେ ଆପଣ ଦେଖିପାରିବେ କି ସ୍କ୍ରାଚ ହୋଇଥିବା ଡିସପ୍ଲେ ସଂପୂର୍ଣ୍ଣ ଭାବେ ସଫା ହୋଇଯିବ । ଯେଭଳି ଭାବେ ଇରେଜର ସହାୟତାରେ ପିଲାମାନେ ନିଜର ନୋଟବୁକରେ ହୋଇଥିବା କୌଣସି ଭୁଲକୁ ଇରେଜ କରିଥାନ୍ତି । ଠିକ୍ ସେହିପରି ହିଁ ଇରେଜର ଜରିଆରେ ଆପଣ ଆପଣଙ୍କ ଫୋନର ଡିସପ୍ଲେରେ ହୋଇଥିବା ସ୍କ୍ରାଚକୁ ସଫା କରିପାରିବେ ।