ବର୍ଷା ଋତୁରେ କେମିତି ନେବେ କେଶ ଓ ଚର୍ମର ଯତ୍ନ? ଜାଣନ୍ତୁ ଏହି ଟିପ୍ସ

52

ବର୍ଷାରେ ଭିଜିବା , ବୁଲିବା ଓ ମସ୍ତି କରିବା ପାଇଁ କାହାକୁ ଭଲ ଲାଗିନଥାଏ । କିନ୍ତୁ ଅନେକ ଅଛନ୍ତି ବର୍ଷାର ମଜା ନେବା ପାଇଁ ବର୍ଷା ଜଳରେ ଖୁବ୍ ଭିଜିଥାନ୍ତି । ଏହାଦ୍ୱାରା କେଶ ଖରାପ ମଧ୍ୟ ହୋଇଥାଏ ଏବଂ ଚର୍ମକୁ ବି କ୍ଷତି ପହଁଚାଇଥାଏ । ଏବେ ବର୍ଷା ଋତୁ ଆରମ୍ଭ ହେବାକୁ ଯାଉଛି । କେମିତି ଆପଣ ନିଜର କେଶ ଓ ଚର୍ମର ନେବେ ଯତ୍ନ ? ଆପଣାନ୍ତୁ ଏହି ଟିପ୍ସ ।

୧ – ହେୟାର ପ୍ରଡକ୍ଟର ବ୍ୟବହାର କମ୍ କରନ୍ତୁ –
ବର୍ଷା ସମୟରେ ହେୟାର ପ୍ରଡକ୍ଟର ଖୁବ୍ ବ୍ୟବହାର କରନ୍ତୁ । କେଶରେ କେମିକଲ ଯୁକ୍ତ ଉତ୍ପାଦର ପ୍ରୟୋଗ କରନ୍ତୁ ନାହିଁ । ଅର୍ଥାତ୍ କେଶକୁ ଷ୍ଟ୍ରେଟ୍ କରିବା ,ହାଇଲାଇଟ୍ କରିବା ଓ ହେୟାର ସ୍ପ୍ରେର ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ । ସାମ୍ପୁ ଓ କଣ୍ଡିସନର ବ୍ୟବହାର କରନ୍ତୁ ।

୨ – କେଶ ସଫା କରିବା ପରେ କଣ୍ଡିସନର ଲଗାନ୍ତୁ –
କେଶକୁ ପ୍ରତିଦିନ ସଫାକରନ୍ତୁ । ଏହାସହ ପ୍ରତିଥର କେଶ ସଫା କରିବା ପରେ କଣ୍ଡିସନରର ବ୍ୟବହାର କରନ୍ତୁ ।

୩ – ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ –
କେଶକୁ ସୁନ୍ଦର କରି ରଖିବା ପାଇଁ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଅଧିକରୁ ଅଧିକ ଫଳ ଓ ପନିପରିବା ଖାଆନ୍ତୁଏବଂ ପ୍ରଚୁର ପାଣି ପିଅନ୍ତୁ ।

୪- ନଖ ଉଷୁମ ତେଲରେ କେଶର ମସାଜ କରନ୍ତୁ-
ବର୍ଷା ଦିନରେ ଆପଣ ଚାହିଁଲେ କେଶକୁ କାଟି ଛୋଟ କରିପାରନ୍ତି । ଏହାସହ ନଖ ଉଷୁମ ତେଲରେ ବାଳକୁ ମସାଜ କରନ୍ତୁ । ଏହାଦ୍ୱାରା କେଶକୁ ପୋଷଣ ମିଳିଥାଏ ।

୫ – ହେୟାର ଡ୍ରାୟରର ବ୍ୟବହାର କରନ୍ତୁ ନାହିଁ –
ଏହି ସମୟରେ ହେୟାର ଡ୍ରାୟରର ବ୍ୟବହାର କରନ୍ତୁ ନାହିଁ । ଯଦି ବ୍ୟବହାର କରିବାକୁ ଜରୁରୀ ଥାଏ ତ କେଶକୁ ପ୍ରଥମେ ଭଲ ଭାବରେ ଶୁଖାଇ ଦିଅନ୍ତୁ ଓ ତା’ପରେ ସ୍କେଲ୍ପ ରୁ ଡ୍ରାୟରକୁ ପାଖାପାଖି ୬ ଇଂଚ ଦୂରରେ ରଖି ବ୍ୟବହାର କରନ୍ତୁ ।

୬- ଉଷୁମ ପାଣିର ସ୍ନାନ କରନ୍ତୁ –
ବର୍ଷା ଦିନରେ ଯଦି ବର୍ଷାରେ ତିନ୍ତି ଯାଇଛନ୍ତି ତ ଉଷୁୁମ ପାଣିରେ ସ୍ନାନ କରନ୍ତୁ , ଏହାପରେ ଭଲ ଭାବେ ଶରୀରକୁ ପୋଛି , କପଡା ପିନ୍ଧନ୍ତୁ ।

୭- ଭଲ କ୍ରିମ୍ ଲଗାନ୍ତୁ –
ବର୍ଷା ସମୟରେ ବାତାବରଣର ଆର୍ଦ୍ରତା ଅଧିକ ଥାଏ । ଏଥିପାଇଁ ଆମର ତ୍ୱଚାରେ ଆର୍ଦ୍ରତା କମ୍ ହୋଇପାରେ ଓ ସ୍କିନ୍ ଡ୍ରାଇ ହୋଇପାରେ । ଏଣୁ ଦିନଯାକ ୨-୩ ଥର ଭଲ କ୍ରିମ୍ ଲଗାନ୍ତୁ ।