ଅଫିସରେ ଅନପ୍ରଫେସନାଲ ସହକର୍ମୀଙ୍କ ସାମ୍ନାରେ ନିଜକୁ କିଛି ଏଭଳି ଭାବରେ ମେଂଟେନ କରନ୍ତୁ !

40

ଅଫିସ ଭଳି ସ୍ଥାନରେ କିଛି ଲୋକ ଏଭଳି ଥାନ୍ତି ଯାହାଙ୍କ ସହିତ କାମ କରିବା ଏତେ ସହଜ ହୋଇ ନଥାଏ । କାରଣ ସେଭଳି ବ୍ୟକ୍ତିମାନେ କାମକୁ ଗୁରୁତର ସହ ନେଇ ନଥାନ୍ତି ଏବଂ କାମ କମ୍ କରିବା ସହିତ କଥା ଅଧିକ କରିଥାନ୍ତି । ଏହାର ମୁଖ୍ୟ କାରଣ ହେଲା ସେମାନଙ୍କ ବ୍ୟବହାରରେ ପେସାର ବୈଶିଷ୍ଟ୍ୟସମୂହର ଘୋର ଅଭାବ ଥାଏ । ପ୍ରତିଦିନ ଏଭଳି ବ୍ୟକ୍ତିଙ୍କ ସହ କାମ କରିବାଦ୍ୱାରା ଏହା ଆପଣଙ୍କ ସମସ୍ୟାର କାରଣ ପାଲଟି ଥାନ୍ତି । ତେବେ ଏହି ଅବସ୍ଥାରେ ଆପଣଙ୍କୁ କଣ କରିବା ଉଚିତ ସେ ନେଇ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଜଣାଇବୁ ଯାହା ଆପଣଙ୍କୁ ଜୀବନରେ ନିଶ୍ଚୟ କାମରେ ଆସିବ । ତେବେ ଆସନ୍ତୁ ଜାଣିବା ।

ଥଣ୍ଡା ରୁହନ୍ତୁ

କୌଣସି ବି ଅପ୍ରିତିକର ପରିସ୍ଥିତିରେ ହଠାତ୍ ପ୍ରତିକ୍ରିୟା ଦିଅନ୍ତୁ ନାହିଁ । ସବୁବେଳେ ଥଣ୍ଡା ମିଜାଜରେ ନିଜର ପ୍ରତିକ୍ରିୟା ରଖନ୍ତୁ । କାରଣ, କଥା କଥାରେ ରାଗି ଯିବାଦ୍ୱାରା ଶତ୍ରୁଙ୍କ ସଂଖ୍ୟା ବଢି ଥାଏ । ତେଣୁ ଥଣ୍ଡା ରହିବାଦ୍ୱାରା ଆପଣ ନିଜକୁ ନିୟନ୍ତ୍ରିତ ରଖିପାରିବେ ଏବଂ କୌଣସି ପ୍ରସଂଗରେ ମଧ୍ୟ ସଠିକ୍ ନିଷ୍ପତି ନେଇପାରିବେ ।

ବ୍ୟକ୍ତିର ଉର୍ଦ୍ଦେଶ୍ୟକୁ ବୁଝନ୍ତୁ

ଆପଣ ଯାହା ସହିତ ରହୁଛନ୍ତି କିମ୍ବା କାମ କରୁଛନ୍ତି ତାର ଉର୍ଦ୍ଦେଶ୍ୟକୁ ବୁଝନ୍ତୁ । ଅନେକ ଥର ଏପରି ହୋଇଥାଏ କି ସାମ୍ନା ବାଲାକୁ ନ ବୁଝି ତା ସଂପର୍କରେ ମନରେ କିଛି ଭୁଲ୍ ଧାରଣା ସୃଷ୍ଟି ହୋଇଥାଏ କିମ୍ବା କୌଣସି ଭୁଲ ନିଷ୍ପତି ମଧ୍ୟ ଆମେ ନେଇ ଯାଆନ୍ତିି ।

ଅନ୍ୟର ଅନୁଭବକୁ ମଧ୍ୟ ବୁଝନ୍ତୁ

ନିଜର ଆଖପାଖ ପରିବେଶ ଉପରେ ନଜର ରଖନ୍ତୁ । ବ୍ୟକ୍ତିଙ୍କ ପ୍ରତି ଲୋକଙ୍କ ବ୍ୟବହାରକୁ ଦେଖନ୍ତୁ ଏବଂ ଶୁଣନ୍ତୁ । ଏଥିସହ ତାଙ୍କ ଅନୁଭବକୁ ମଧ୍ୟ ବୁଝିବାକୁ ଚେଷ୍ଟା କରନ୍ତୁ ।

କେହି ଆପଣଙ୍କୁ ଖରାପ ନ ଭାବନ୍ତୁ

ଅଫିସ ମାହୋଲରେ ପ୍ରତି କଥାର ଦୁଇଟି ଅର୍ଥ ବାହାରି ଥାଏ ଏବଂ ସେଗୁଡିକୁ ଭଲଭାବେ ସ୍ପଷ୍ଟ କରିନେବା ଉଚିତ । ଯେଉଁଥି ପାଇଁ ଆପଣଙ୍କ କଥାର କୌଣସି ଖରାପ ଅର୍ଥ ନ ବାହାରୁ । ତେଣୁ ଏଥିପାଇଁ ସ୍ପଷ୍ଟ କଥା କୁହନ୍ତୁ ଏବଂ କୌଣସି ଭୁଲବୁଝାମଣା ରଖନ୍ତୁ ନାହିଁ ।

ସମ୍ମାନ ଦିଅନ୍ତୁ

କୌଣସି ବ୍ୟକ୍ତି ଚାହେଁନି କି ତାଙ୍କୁ କେହି ଅନାଦର କରୁ ବୋଲି । ଏଥିପାଇଁ କୌଣସି ବି ବ୍ୟକ୍ତିବିଶେଷ ସହିତ ଆପଣଙ୍କର ଅସୁବିଧା ଥାଉ ନା କାହିଁକି ତାଙ୍କ ସହ ଭଲରେ କଥା ହୁଅନ୍ତୁ ଏବଂ ତାଙ୍କୁ ସମ୍ମାନ ଦିଅନ୍ତୁ ।

ନିଜ କାମ ଉପରେ ଫୋକସ ରଖନ୍ତୁ

ବେଳେବେଳେ ସହକର୍ମୀଙ୍କ ଅସହଯୋଗ ବ୍ୟବହାର କାରଣରୁ ଏବଂ ଠିକ୍ ଭାବେ କାମ ନକରିବା କାରଣରୁ ଆମ କାମ ମଧ୍ୟ ପ୍ରଭାବିତ ହୋଇଥାଏ । ଆମକୁ ଅଫିସରେ ବିଭିନ୍ନ ଅସୁବିଧାର ସାମ୍ନା ମଧ୍ୟ କରିବାକୁ ପଡିଥାଏ । କିନ୍ତୁ ଏସବୁ ସମସ୍ୟା ସତ୍ୱେ ଆପଣ ନିଜର ମାନସିକ ସନ୍ତୁଳନ ହରାନ୍ତୁ ନାହିଁ ଏବଂ ନିଜ କାମ ଉପରେ ଫୋକସ ରଖନ୍ତୁ ।