ପତଳା ହେବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ କିଛି ସରଳ ଉପାୟ

46

ଏମିତି କିଛି ଖାଦ୍ୟ ଅଛି ଯାହାକୁ ନିୟମିତ ଭାବେ ସେବନ କରିବା ଦ୍ୱାରା ଆପଣଙ୍କ ଇଚ୍ଛା ମୁତାବକ ଆପଣ ନିଜ ଶରୀରକୁ ନିୟନ୍ତ୍ରଣ କରିପାରିବେ । ଏଥିସହ ଆପଣ ଏକ ସୁନ୍ଦର ତଥା ଆକର୍ଷଣୀୟ ସ୍ୱାସ୍ଥ୍ୟ ମଧ୍ୟ ପାଇପାରିବେ । ତେବେ ସେହି ଖାଦ୍ୟ ସଂପର୍କରେ ଜାଣନ୍ତୁ . . . .

ପ୍ରୋଟିନ୍

ପ୍ରୋଟିନ ଭରପୁର ଖାଦ୍ୟ ଶରୀରରେ ତାପମାତ୍ରା ବୃଦ୍ଧିରେ ସହାୟକ ହୁଏ । ପ୍ରୋଟିନ ଏକ ପ୍ରକାରର ପୋଷଣ ଯାହା ହଜମ ହେବା ପାଇଁ ଅଧିକ ସମୟ ନେଇଥାଏ । ଯଦି ୩୦୦ କ୍ୟାଲୋରୀର ଚିକେନ ଖିଆଯାଏଁ ତେବେ ତାହାର ପାଖାପାଖି ୩୦ ପ୍ରତିଶତ ଅର୍ଥାତ୍ ୧୦୦ କ୍ୟାଲୋରୀ ହଜମ ହୋଇଥାଏ ।

ଗ୍ରୀନ୍ ଟି

କଫିରେ ସାଧାରଣତଃ କାଫିନ ଓ କାଟେବିନପଲିଫିନଲ ରହିଥାଏ ବୋଲି ଏକ ଅଧ୍ୟୟନକୁ ଜଣାପଡିଛି । ଏହା ମେଟାବଲିଜିମକୁ କ୍ରିୟାଶୀଳ କରିଥାଏ । ଯାହାଦ୍ୱାରା ଓଜନ ହ୍ରାସ ପାଇଥାଏ ।ସୁଷମଖାଦ୍ୟ ଏବଂ ବ୍ୟାୟାମ ସହ ଚା ପିଇଲେ ଅଧିକ ଲାଭ ମିଳିଥାଏ ।

ରସୁଣ

ରସୁଣ ମଧ୍ୟ ଶରୀରକୁ ପତଳା କରାଇବାରେ ଏକ ବଡ ଭୂମିକା ନେଇଥାଏ । ପ୍ରତିଦିନ ରସୁଣ ଖାଇବା ଦ୍ୱାରା ବ୍ରାଉନ ଆଡିପସ୍ ଟିସ୍ୟୁରୁ ତାପ କ୍ଷରଣ ହୋଇ ଶରୀରର ତାପମାତ୍ରାକୁ ବୃଦ୍ଧି କରିଥାଏ ।

ଅଦା

ରସୁଣ ଭଳି ଅଦା ମଧ୍ୟ ଶରୀର ପାଇଁ ଲାଭଦାୟକ ଅଟେ । ଅଦାରୁ ସାଧାରଣତଃ କ୍ୟାପସାଇସିନ ମିଳିଥାଏ । ଏହାର ରସ କିମ୍ବା ଗୁଣ୍ଡ ସେବନ କରିବାଦ୍ୱାରା ଶରୀରରେ ତାପ ବୃଦ୍ଧି ପାଇଥାଏ । ଏହା ଭୋକ ମଧ୍ୟ କମାଇଥାଏ । ଏବଂ ଶରୀରର ଓଜନକୁ ନିୟନ୍ତ୍ରିତ କରିଥାଏ ।

ଖାଦ୍ୟ

ଉଷୁନା ଭାତ ଏବଂ ଓଟସରେ ଅଧିକ ମାତ୍ରାରେ ଫାଇବର ଥାଏ । ଏହା ସହଜରେ ହଜମ ହୋଇ ନଥାଏ । ଏଥିପାଇଁ ଶରୀରକୁ ଶକ୍ତି ଯୋଗାଇବାକୁ ପଡେ ଏବଂ ଯେଉଁ ଶକ୍ତି ସଂଚିତ ହୋଇ ରହିଥାଏ ସେଥିରୁ ଏହି ଶକ୍ତି ଆସିବା ଦ୍ୱାରା ମୋଟ୍ ଶକ୍ତି କ୍ଷୟ ହେବାରୁ ଶରୀରର ଓଜନ ସାଧାରଣତଃ କମିବାକୁ ଲାଗିଥାଏ ।