ଜଣେ ବ୍ୟକ୍ତି ଦିନକୁ କେତେ ଗ୍ଲାସ୍ ପାଣି ପିଇବା ଉଚିତ୍ ? ଜାଣନ୍ତୁ

119

ସବୁ ଜିନିଷ ଭଳି ଖାଦ୍ୟପେୟକୁ ନେଇ ମଧ୍ୟ କିଛି ସୀମା ନିର୍ଧାରଣ କରାଯାଇଛି । ଯେପରିକି କେହି ୪ ପଟ ରୁଟି, ଡାଲି ଏବଂ ଟିକେ ଭାତ ଖାଇ ପେଟ ଭରି ଦିଅନ୍ତି । ଠିକ୍ ସେପରି ୨ରୁ ୩ କପ ଚା’ରୁ ଅଧିକ ଚା’ ପିଇବାକୁ ପସନ୍ଦ କରିନଥାନ୍ତି । ଯେବେକି ଦିନକୁ ୧ରୁ ୨ କପ ଚା’ଠାରୁ ଅଧିକ ପିଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ । ସେହିପରି ଆବଶ୍ୟକତା ଠାରୁ ଅଧିକ ଖିଆପିଆ କରିବା ଦ୍ୱାରା ଶରୀର ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ହେଲେ ଜଚ୍ଚିଏ ହେଲେବି କେହି ପାଣିକୁ ନେଇ ଚିନ୍ତା କରନ୍ତିନି କି ଦିନକୁ କେତେ ପରିମାଣର ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ଠିକ୍ ।

କେହି କେହି ତ କିଛି ବୁଝି ନଶୁଝି ମାତ୍ରାଠାରୁ ଅଧିକ ପରିମାଣରେ ପାଣି ପିଛନ୍ତି । ଯେବେକି ଏହାଦ୍ୱାରା ଶରୀର ଉପରେ କୁପ୍ରଭାବ ପଡିଥାଏ । ଏବେ ପ୍ରଶ୍ନ ଉଠୁଛି କି, ଗୋଟିଏ ଦିନରେ ଜଣେ ବ୍ୟକ୍ତିଙ୍କୁ କେତେ ପରିମାଣରେ ପାଣି ପିଇବା ଉଚିତ ୮,୯ ନା ୧୦ ଗ୍ଲାସ ? ତେବେ ଏହି ପ୍ରଶ୍ନର ଉତର ହେବ ୭ରୁ ୮ ଗ୍ଲାସ୍ ପାଣି ଦିନକୁ ଜଣେ ବ୍ୟକ୍ତି ପିଇବା ଉଚିତ । ତେବେ ଆମେ ନିମ୍ନରେ ଏଭଳି କିଛି ତଥ୍ୟ ଆଲୋଚନା କରିଛୁ, ଯେଉଁଥିରେ କେଉଁ ସମୟରେ କେତେ ପରିମାଣର ପାଣି ପିଇବା ଉଚିତ, ତାହା ଦର୍ଶାଯାଇଛି ।

କେତେବେଳେ ପିଇବେ ପାଣି 

– ଯେତେବେଳେ ଆପଣଙ୍କୁ ଶୋଷ ଲାଗୁଛି, ସେତେବେଳ ନିଜକୁ ନରୋକି ପାଣି ପିଅନ୍ତୁ । ଶୋଷ ସେତେବେଳେ ଲାଗେ ଯେତେବେଳେ ଶରୀରକୁ ପାଣିର ଦରକାର ପଡେ । ଏମିତିରେ ମସ୍ତିସ୍କ ଆମକୁ ଶୋଷ ଲାଗୁଛି ବୋଲି ଖବର ପଠାଏ ।

– ଖାଦ୍ୟ ଖାଇବାର ୩ ମିନିଟ ପୂର୍ବରୁ ପାଣି ପିଅନ୍ତୁ । ଯଦି ଆପଣ ଖାଇବା ପରେ ପାଣି ପିଇବା ପାଇଁ ଚାହାନ୍ତି ତେବେ ଘଣ୍ଟାଏ ଅନ୍ତରରେ ପାଣି ପିଇବା ଉଚିତ ।

– ଯଦି ଆପଣଙ୍କୁ ଉଚ୍ଚ ରକ୍ତଚାପ, ଜ୍ୱର, କୋଷ୍ଠକାଠିନ୍ୟ, ଗ୍ୟାସ ଆଦିର ଅସୁବିଧା ରହିଛି, ଏପରିସ୍ଥଳେ ଅଧିକରୁ ଅଧିକ ପାଣି ପିଇବା ଉଚିତ ।

-ଯେତେବେଳେ ବି ଆପଣ କୌଣସି ଗରମ କିମ୍ବା ତରଳ ଖାଦ୍ୟ ଖାଉଛନ୍ତି ଏହାର ତୁରନ୍ତ ପରେ ପାଣି ପିଇବା ଉଚିତ ନୁହଁ ।

– ଥଣ୍ଡା ପାଣି ପିଇବାରୁ ନିଜକୁ ଦୂରେଇ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟାକରନ୍ତୁ ।