କିଡନୀ ଜନିତ ସମସ୍ୟାରେ ପୀଡିତ କି ? ଜାଣନ୍ତୁ କେମିତି ପାଇବେ ମୁକ୍ତି

59

ଆପଣ ଚାହାଁନ୍ତି କି ଆପଣଙ୍କ କିଡନୀ ସାରା ଜୀବନ ସୁସ୍ଥ ରହୁ ଏବଂ ଆପଣଙ୍କୁ ଏହା ସହ ଜଡିତ କୌଣସି ବି ସମସ୍ୟାର ସମ୍ମୁଖୀନ ନ ହେବାକୁ ପଡୁ ତେବେ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ଦେବାକୁ ପଡିବ । ଆସନ୍ତୁ ଜାଣିବା ଏନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା-

• ବିଶେଷ କରି ବ୍ଲଡ ପ୍ରେସର ଉପରେ ଆପଣ ଧ୍ୟାନ ଦେବା ଉଚିତ । ସାଧରଣତଃ, ସାମାନ୍ୟ ବ୍ଲଡ ପ୍ରେସର ୧୨୦ ରୁ ୮୦ ମଧ୍ୟରେ ରହିଥାଏ । ଯଦି ରକ୍ତ ଚାପ ୧୪୦ କିମ୍ବା ୯୦ରୁ ଅଧିକ ହୋଇଯାଏ ତେବେ ଆପଣଙ୍କୁ ଏନେଇ ଡାକ୍ତରଙ୍କ ପରାମର୍ଶ ଲୋଡିବା ଉଚିତ ।

• ଯଦି ଆପଣ ଚାହାଁନ୍ତି, ଆପଣଙ୍କ କିଡନୀକୁ ସୁସ୍ଥ ରଖିବାକୁ ତେବେ ଆପଣ ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ । ଏଥିପାଇଁ ଆପଣଙ୍କ ଖାଦ୍ୟରେ ବିଭିନ୍ନ ପନିପରିବା ସମେତ ସତେଜ ଫଳକୁ ସାମିଲ କରିବା ଉଚିତ ।

• ମୁଖ୍ୟତଃ ନିଶାଦ୍ରବ୍ୟ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ପାଖରେ କିଡନୀ ଜନିତ ସମସ୍ୟା ଅଧିକ ପରିମାଣରେ ଦେଖାଯାଇଥାଏ । ଧୁମ୍ରପାନ କରୁଥିବା ଲୋକଙ୍କ କିଡନୀ ଜନିତ ସମସ୍ୟା ହେବାର ଆଶଙ୍କା ସାଧାରଣ ଲୋକଙ୍କଠାରୁ ଦ୍ୱିଗୁଣିତ ହୋଇଥାଏ । ତେବେ ଏଥିପାଇଁ ଧୁମ୍ରପାନଠାରୁ ସବୁବେଳେ ଦୂରରେ ରହିବା ଉଚିତ ।

• ପ୍ରତିଦିନ ୧୦ରୁ ୧୨ ଗ୍ଲାସ ପାଣି ପିଇବା ଅତ୍ୟନ୍ତ ଆବଶ୍ୟକ । ଅଧିକ ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀର ମଧ୍ୟରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ନିଷ୍କାସନ ହୋଇଥାଏ ।ଯାହାଫଳରେ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବା ସହ କିଡନୀ ରୋଗ ହୋଇ ନଥାଏ ।

• ପ୍ରାୟତଃ, ୪୦ ବର୍ଷ ବୟସ ଅତିକ୍ରମ କଲାପରେ ନିୟମିତ ଭାବରେ ଆପଣଙ୍କୁ କିଡନୀର ଯାଂଚ କରିବା ଜରୁରୀ ଅଟେ । କାରଣ, କିଛି ଲୋକଙ୍କ ମଧ୍ୟରେ ଏନେଇ କୌଣସି ପ୍ରକାରର ଲକ୍ଷଣ ଦେଖାଯାଇ ନଥାଏ ଏବଂ ଯେତେବେଳେ ଏହା ଜଣାପଡି ଥାଏ ସେତେବେଳେ ବହୁତ ବିଳମ୍ବ ହୋଇ ଯାଇଥାଏ ।