ଫେସୱାସ୍ ସମୟରେ କିଭଳି ନେବେ ତ୍ୱଚାର ଯତ୍ନ !

25

ମୁହଁ ସଫାସୁତରା ରଖିବା ସହ ଏଥିରେ ଚମକ ଆଣିବା ପାଇଁ ଅନେକେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଫେସୱାସ୍ କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ସମୟରେ କେତେକ ଭୁଲ୍ ପ୍ରତି ସତର୍କ ରହିବା ଦରକାର । ତେବେ ଜାଣନ୍ତୁ ସେ ସଂପର୍କରେ . . .

• ସବୁବେଳେ ସାଧା ପାଣିରେ ମୁହଁ ଧୁଅନ୍ତୁ । ଏଥିପାଇଁ କଦାପି ଉଷୁମ କିମ୍ବା ଥଣ୍ଡା ପାଣି ବ୍ୟବହାର କରନ୍ତୁ ନାହିଁ ବେଳେବେଳେ ଏଥିପାଇଁ ନଖଉଷୁମ ପାଣି ବ୍ୟବହାର କରପାରନ୍ତି ।

• ଯଦି ଆପଣ ଫେସୱାସ୍ ପାଇଁ ସ୍ତବ୍ଧ ବ୍ୟବହାର କରୁଥାନ୍ତି ତେବେ ହାଲୁକା, ଭାବରେ ମୁହଁକୁ ସ୍କ୍ରବ୍ କରନ୍ତୁ ।

• ଯଦି ଆପଣଙ୍କୁ ମୁହଁରୁ ମେକଅପ ଛଡାଇବାରେ ଥାଏ ତେବେ ମୁହଁକୁ ନ ଧୋଇ ପ୍ରଥମେ ତୁଳା ସାହାର୍ଯ୍ୟରେ ସଫା କରିଦିଅନ୍ତୁ । ପରେ ମୁହଁକୁ ଭଲଭାବେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ମେକଅପକୁ ସିଧାସଳଖ ପାଣିରେ ଧୋଇବାଦ୍ୱାରା ଲୋମଛିଦ୍ରରେ ଏହାର କୁପ୍ରଭାବ ପଡିପାରେ ।

• ଯଦି ଆପଣ ନିଜ ମୁହଁକୁ ଧୋଇବାକୁ ଯାଉଥାନ୍ତି, ପ୍ରଥମେ ନିଜ ହାତକୁ ଭଲଭାବେ ସଫା କରନ୍ତୁ । ଅପରିଷ୍କାର ହାତରେ ମୁହଁ ଧୋଇବାଦ୍ୱାରା ସ୍କିନ୍ ଇନଫେକଶନ୍ ହେବାର ଆଶଙ୍କା ଥାଏ ।

• ପ୍ରତିଦିନ ଅତିକ୍ରମରେ ଦୁଇ ଥର ମୁହଁ ଧୁଅନ୍ତୁ । ମୁହଁକୁ ବାରମ୍ବାର ଧୋଇବା ଦ୍ୱାରା ଏହାର ଚମକ ପ୍ରଭାବିତ ହୋଇଥାଏ ।