ରହିବାକୁ ହୋଟେଲକୁ ଯାଉଛନ୍ତି କି ? ତେବେ ଧ୍ୟାନ ରଖନ୍ତୁ ଏହି ସବୁ କଥା ଉପରେ

33

ଯଦି ଆପଣ ପରିବାର ଲୋକଙ୍କ ସହ ଛୁଟି କାଟିବାକୁ ବାହାରକୁ କେଉଁଆଡେ ଯିବାକୁ ପ୍ଲାନ କରୁଛନ୍ତି ତେବେ ରହିବା ପାଇଁ ଏଭଳି ହୋଟେଲ ଚୟନ କରନ୍ତୁ ଯାହା ଆପଣଙ୍କ ପରିବାରଲୋକଙ୍କ ଆବଶ୍ୟକତାକୁ ପୁରଣ କରିବା ସହିତ ଆପଣଙ୍କ ବଜେଟରେ ମଧ୍ୟ ରହିବ । ତେଣୁ କୌଣସି ବି ହୋଟେଲ ବୁକ୍ କରିବା ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଟିକିଏ ଧ୍ୟାନ ରଖିବା ଆବଶ୍ୟକ ।

• ହୋଟେଲ ବୁକ୍ କରିବା ପୂର୍ବରୁ ପ୍ରଥମେ ଆପଣ ଯେଉଁସ୍ଥାନକୁ ଛୁଟି କାଟିବାକୁ ଯାଉଛନ୍ତି ତାହାର ଆଖପାଖ ଅଂଚଳ ଏବଂ ମ୍ୟାପରେ ଲୋକେସନ ଉପରେ ତଥ୍ୟ ରଖିସାରିବା ପରେ ହିଁ ହୋଟେଲ ବୁକ୍ କରନ୍ତୁ । ହୋଟେଲ ବୁକ୍ କରିବା ସମୟରେ ପ୍ରଥମେ ଧ୍ୟାନ ରଖନ୍ତୁ କି ହୋଟେଲଟି ସୁରକ୍ଷିତ ସ୍ଥାନରେ ଅଛି ନା ଯେଉଁ ଜାଗାକୁ ଆପଣ ବୁଲିବାକୁ ଯାଇଛନ୍ତି ତାହାର ନିକଟବର୍ତ୍ତୀ ନା ନାହିଁ ।

• ହୋଟେଲରେ ବଡ ରୁମ ସାଙ୍ଗକୁ ଅଲଗା ବାଥରୁମ, କପଡା ସଫାକରିବାର ସେବା, ରୁମରେ ୱାଇ-ଫାଇ ସେବା ଏବଂ ପାର୍କିଂ ସୁବିଧା ରହିଥିବା ଦରକାର ।

• ହୋଟେଲରେ ଖାଦ୍ୟପେୟର ଉତ୍ତମ ବ୍ୟବସ୍ଥା ରହିଥିବା ଆବଶ୍ୟକ, ଯେପରିକି ରେଷ୍ଟୁରାଂଟ୍ ସହିତ କଫି ସପ୍ ବି ରହିଥିବ ଯାହା ଆପଣଙ୍କର ଛୁଟିଦିନଗୁଡିକୁ ଆହୁରୀ ଦମଦାର କରିଦେବ ।

• ଯଦି ଆପଣ ଆପଣଙ୍କ ପୁରା ଫ୍ୟାମିଲି (୪ରୁ ଅଧିକ ସଦସ୍ୟ)ଙ୍କୁ ଗୋଟିଏ ହିଁ ରୁମରେ ରଖିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ନିଶ୍ଚିନ୍ତ ହୋଇଯାଆନ୍ତୁ କି ରୁମଟି ବଡ ହୋଇଥିବା ଦରକାର ଏଥିସହିତ ରୁମରେ ପର୍ଯ୍ୟାନ୍ତ ପରିମାଣର ଜାଗା ଥିବା ଦରକାର । ଏହାବ୍ୟତୀତ ଏକଥା ବି ଜାଣିନେବା ଦରକାର କି ଆବଶ୍ୟକ ପଡିଲେ ହୋଟେଲ ଆପଣଙ୍କୁ ଅତିରିକ୍ତ ରୁମ୍ ଉପଲବ୍ଧ କରିପାରିବ କି ନାହିଁ ।

• ହୋଟେଲ ବୁକ୍ କରିବା ପୂର୍ବରୁ ପ୍ରଥମେ ହୋଟେଲଟିର ସମସ୍ତ ସୁବିଧା ତଥା ସେବା ସଂପର୍କରେ ଭଲଭାବେ ଜାଣିନେବା ଆବଶ୍ୟକ । ଯାହାଦ୍ରାରା ଆପଣ ହୋଟେଲର ସମସ୍ତ ସର୍ଭିସ ସଂପର୍କରେ ପୂର୍ବରୁ ହିଁ ଜାଣିପାରିବେ ।

• ଯେତେବେଳେ ଆପଣ କୌଣସି ହୋଟେଲ ବୁକ୍ କରୁଛନ୍ତି ତେବେ ସେତେବେଳେ ହୋଟେଲର ଇନ୍-ଆଉଟ୍ ତଥା ଯିବା ଏବଂ ଫେରିବାର ସମୟ ସଂପର୍କରେ ମଧ୍ୟ ଜାଣିନେବା ଆବଶ୍ୟକ । ନଚେତ୍ ଆପଣ ପରବର୍ତ୍ତୀ ସମୟରେ ଅସୁବିଧାରେ ପଡିପାରନ୍ତି ।

• ତରବରିଆ ହୋଇ କିମ୍ବା ଉକ୍ତ ହୋଟେଲ ସଂପର୍କରେ କୌଣସି ତଥ୍ୟ ନରଖି ବୁକ୍ କରନ୍ତୁ ନାହିଁ । ଆପଣ ଯେଉଁ ହୋଟେଲକୁ ରହିବାକୁ ଚୟନ କରୁଛନ୍ତି ପ୍ରଥମେ ଉକ୍ତ ହୋଟେଲ ସଂପର୍କରେ ଜାଣିବାକୁ ଚେଷ୍ଟା କରନ୍ତୁ ।

• ଯଦି ଆପଣ ହଠାତ୍ କୌଣସି ଜାଗାକୁ ବୁଲିବାକୁ ପ୍ଲାନ କରିବାକୁ ପଡିଲା ଏବଂ ହୋଟେଲ ବୁକ୍ କରିବାକୁ ଆପଣଙ୍କ ପାଖରେ ସମୟର ଅଭାବ ଥିଲା ତେବେ ଆପଣ ଉକ୍ତ ସ୍ଥାନକୁ ଯାଇ ନିଜେ ଯାଇ ହୋଟେଲେ ବାଛନ୍ତୁ । ଏଥିପାଇଁ କୌଣସି ଦଲାଲର ସହାୟତା ଲୋଡନ୍ତୁ ନାହିଁ କାହା କଥାରେ କିମ୍ବା ଶସ୍ତା ଦେଖି ଯେକୌଣସି ବି ହୋଟେଲରେ ରହିଯାଆନ୍ତୁ ନାହିଁ । ଏହାଦ୍ୱାରା ଆପଣ ବିପଦରେ ପଡିପାରନ୍ତି ।

• ଯଦି ଆପଣ ଏବଂ ଆପଣଙ୍କ ପତ୍ନୀ ବା ସ୍ୱାମୀଙ୍କ ସହ କେଉଁଆଡେ ବୁଲିବାକୁ ଯାଉଛନ୍ତି ଆଉ ସେଠାରେ ଆପଣଙ୍କୁ ବେଶିଦିନ ରହିବାକୁ ପଡିବ ତେବେ ହୋଟେଲ ବୁକ୍ କରିବା ସମୟରେ ପ୍ରଥମେ ହୋଟେଲ ତାର କଷ୍ଟୋମରଙ୍କ ସୁରକ୍ଷା ପାଇଁ କି କି ସୁବିଧା ରଖିଛି ସେ ସଂପର୍କରେ ମଧ୍ୟ ପ୍ରଥମେ ସ୍ପଷ୍ଟ ହୋଇଯିବା ଜରୁରୀ ଅଟେ ।