ଉଚ୍ଚ ରକ୍ତଚାପ ନିୟନ୍ତ୍ରଣର ଉପାୟ

36

ଆଜିକାଲି ମଣିଷ ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତରେ ଟିକେ ଶାନ୍ତି ଖୋଜେ । କିନ୍ତୁ ର୍ଦୁଭାଗ୍ୟବଶତଃ ସେମାନେ ଏହି ଶାନ୍ତି ପାଇବାରୁ ବଂଚିତ ହୋଇ ରୁହନ୍ତି । ଯାହା ଫଳରେ ସେମାନେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ ଅଧିକାଂଶ ଲୋକ ଉଚ୍ଚ ରକ୍ତଚାପରେ ପୀଡିତ ହୋଇଥାନ୍ତି । ସେଥିପାଇଁ ଆପଣ ନିଜର ଜୀବନ-ଶୈଳୀ ବଦଳାଇବାକୁ ଚେଷ୍ଟା କରନ୍ତୁ । ତାହା ସହ ଓଜନ ବୃଦ୍ଧି ମଧ୍ୟ ରକ୍ତଚାପ ବଢିବାର ଏକ ମୁଖ୍ୟ କାରଣ ଅଟେ । ଏଥିପାଇଁ ସାବଧାନ ରୁହନ୍ତୁ ।

• ପୁରୁଷଙ୍କ କ୍ଷେତ୍ରରେ ଅଂଟା ମାପ ଚାଳିଶ ଇଂଚ ଓ ମହିଳାଙ୍କର ପଂଚତିରିଶ ଇଂଚ ତଳେ ରହିବା ନିରାପଦ । ପ୍ରତିଦିନ ତିରିଶ ମିନିଟ୍ ଶାରୀରିକ ଶ୍ରମ କିମ୍ବା ବ୍ୟାୟାମ କରିବା ଦ୍ୱାରା ଚାରିରୁ ନଅ ମିଲିମିଟର ପର୍ଯ୍ୟନ୍ତ ରକ୍ତଚାପ କମିଥାଏ ।

• କମିଗଲା ପରେ ଶ୍ରମରେ ଅନିୟମିନତା ହେଲେ ପୁଣି ବଢେ । ରକ୍ତଚାପ ନିୟନ୍ତ୍ରଣରେ ରଖିବା ଲାଗି ସନ୍ତ୍ୁଳିତ ଆହାର ସେବନ କରିବା ଭଲ ।

• ଚର୍ବିଯୁକ୍ତ ଆହାର କମାଇବା ସହ ଫଳ, ସବୁଜ ପରିବା ଅଧିକ ସେବନ କରନ୍ତୁ । ଏଥିରୁ ଅଧିକ ପଟାସିଅମ ମିଳେ ଓ ରକ୍ତରେ ସୋଡିଅମ ମାତ୍ରା କମିଥାଏ । ଯାହା ଫଳରେ ରକ୍ତ ଚାପ ନିୟନ୍ତ୍ରଣରେ ରଖେ ।

• ଅତ୍ୟଧିକ ଲୁଣ ଖାଇବା କମାନ୍ତୁ ।

• ଯଦି ଆପଣ ସୁରାପାନର ଅଭ୍ୟାସ ରଖିଛନ୍ତି । ତାହା ହେଲେ ଏଥିପ୍ରତି ସଚେତନ ରୁହନ୍ତୁ । ଅଧିକ ସୁରା ପାନ ଉଚ୍ଚ ରକ୍ତଚାପ ପାଇଁ ହାନିକାରକ ।

• ଧୂମପାନ ସଂପୂର୍ଣ୍ଣ ବର୍ଜନ କରିବାକୁ ଚେଷ୍ଟା କରନ୍ତୁ ।

• ରକ୍ତଚାପ ବୃଦ୍ଧି ହେଲେ କାଫେନର ପ୍ରଭାବ ଜଣାପଡେ ନାହିଁ । ତେବେ କଫି ସେବନ ପୂର୍ବରୁ ଅଧ ଘଂଟା ପରେ ରକ୍ତଚାପ ମାପି ଫରକ ଦେଖନ୍ତୁ । ବଢୁଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

• ଅଧିକ ଚିନ୍ତା ରକ୍ତଚାପ ବଢାଏ । ପରିବାର, କର୍ମକ୍ଷେତ୍ର, ଅର୍ଥ ଓ ସ୍ୱାସ୍ଥ୍ୟ ବାବଦରେ ଚାପରେ ରହୁଥିଲେ, ନିଜ ସ୍ତରରେ ସାବଧାନ କରନ୍ତୁ ।