ରୋଷେଇଶାଳର ଡାକ୍ତର ! ଜାଣନ୍ତୁ କିପରି

69

ଅବ୍ୟବସ୍ଥିତ ଜୀବନଶୈଳୀ ବ୍ୟତିବ୍ୟସ୍ତ କରିଦେଉଛି । ଏହା ଭିତରେ ନିୟମିତ ଆମେ କିଛି ନା କିଛି ଔଷଧ ସେବନ କରିବାକୁ ବାଧ୍ୟ ହେଉଛୁ । ତେବେ ବିଭିନ୍ନ ପ୍ରକାରର ପେନ୍ କିଲର ସେବନ କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏଣୁ ବିକଳ୍ପ ଭାବେ ଖାଦ୍ୟକୁ ବାଛନ୍ତୁ । ଯାହା ପ୍ରାକୃତିକ ପେନ୍ କିଲର ରୂପେ ଆପଣଙ୍କୁ ସାହାର୍ଯ୍ୟ କରିବ ।

ହଳଦୀ

କରକୁମିନ୍ ତତ୍ୱ ଲାଗି ହଳଦୀ ଏପରି ରଙ୍ଗ ଦେଖାଯାଏ । ଏହାର ଆଂଟି ଇନଫ୍ଲାମେଟୋରୀ ଗୁଣ ରହିଛି । ଏହା ବଜାରରେ ଉପଲବ୍ଧ ଆଂଟିବାୟୋଟିକ୍ସ ମେଡିସିନଠାରୁ କିଛି କମ୍ ନୁହେଁ । ଗଣ୍ଠି ଓ ମାଂସପେଶୀ ଯନ୍ତ୍ରଣା ସହ ଫୁଲା କମାଇବାରେ ଏହା ସାହାର୍ଯ୍ୟ କରେ । ହଳଦୀକୁ ଚା କିମ୍ବା କ୍ଷୀରରେ ମିଶାଇ ଖାଇପାରିବେ ।

ଅଦା

ଏହାର ମଧ୍ୟ ଆଂଟିଇନଫ୍ଲାମେଟୋରୀ ଗୁଣ ରହିଛି । ଏହା ଆଣ୍ଠୁ ଗଣ୍ଠିବାତ,ପାକସ୍ଥଳୀ ଓ ଛାତି ଯନ୍ତ୍ରଣା, ଋତୁସ୍ରାବ ଜନିତ ଯନ୍ତ୍ରଣା ଏବଂ ମାଂସପେଶୀ ବିନ୍ଧା କମାଇଦିଏ ।

ଲାଲ ଅଙ୍ଗୁର

ଏହାକୁ ପେନ୍ କିଲର ବୋଲି କମ୍ ଲୋକ ଜାଣନ୍ତି । ଏଥିରେ ରେଜଭେରାଟ୍ରଲ ଥିବାରୁ ଏହାର ରଙ୍ଗ ଗାଢ ଲାଲ ଦେଖାଯାଏ । କାର୍ଟିଲେଜକୁ ସୁସ୍ଥ ରଖିବାରେ ଏହା ସାହାର୍ଯ୍ୟ କରିଥାଏ । ଯାହା ପିଠି ଓ ଗଣ୍ଠି ଯନ୍ତ୍ରଣା ହ୍ରାସ କରିବାରେ ସହାୟକ ହୋଇଥାଏ ।

ପୋଦିନା

ମାଂସପେଶୀର ଯନ୍ତ୍ରଣା କମାଇବାରେ ଏହା ବେଶୀ ସହାୟକ ହୋଇଥାଏ । ଏହା ବାଦ୍ ଦାନ୍ତ ବିନ୍ଧା,ମୁଣ୍ଡବିନ୍ଧା, ସ୍ନାୟୁଗତ ଯନ୍ତ୍ରଣା ମଧ୍ୟ କମାଇଥାଏ । ଏଥିସହ ପେଟ ଗୋଳମାଳ କମାଇବା ସହ ମସ୍ତିସ୍କ ଉପରେ ଭଲ ପ୍ରଭାବ ପକାଇଥାଏ ।

ଲୁଣ

ଗାଧୁଆ ପାଣିରେ ଏକ କପ ଲୁଣ ମିଶାଇ ସେହି ପାଣିରେ ୧୫ ମିନିଟ ରୁହନ୍ତୁ । ଏହା ଶରୀରର କୋଷକୁ ହାଇଡ୍ରେଟେଡ ରଖେ ଯାହାଦ୍ୱାରା ଇନଫ୍ଲାମେସନ ଓ ଯନ୍ତ୍ରଣା କମିଥାଏ ।

ଚେରି

ଟାର୍ଟ ଚେରି ଯନ୍ତ୍ରଣା କମାଇବାରେ ସହାୟକ ହୋଇଥାଏ । ଏଥିିରେ ଥିବା ଆଂଟିଅକ୍ସିଡାଂଟସ ଆନ୍ଥୋସିଆନିନ ପେନ ହ୍ରାସ କରେ । ଦିନକୁ ମୁଠାଏ ଖାଇବା ଦରକାର ।

ଲଙ୍କା

ଲାଲ ଲଙ୍କାରେ କ୍ୟାପସିକମ ରହିଛି ଯାହା ଅନେକ ପେନ ରିଲିଭର କ୍ରିମରେ ଥିବା ଦେଖାଯାଏ ।ଏହା ସ୍ନାୟୁର ଶେଷଭାଗକୁ ନରମ କରିବା ସହ ପେନର କାରଣ ପାଲଟୁଥିବା କେମିକାଲ କ୍ଷରୟମ ହ୍ରାସ କରେ । ଖାଦ୍ୟ କିମ୍ବା ସୁପରେ ଅଧା ଚାମଚ ମିଶାଇ ସେବନ କରନ୍ତୁ ।

କଫି

କଫିରେ କାଫିନ ରହିଛି । ଏହା ମୁ୍ଣ୍ଡବିନ୍ଧା,ମାଂସପେଶୀ ଯନ୍ତ୍ରଣା ଆଦି କମ କରିଥାଏ । ଏହାକୁ ନିୟମିତ ସେବନ କରୁଥଲେ ତେବେ ଏହା କାମ ଦେଇ ନଥାଏ । ଏହାକୁ ବହୁତ କମ ପିଅନ୍ତୁ ।