ନିତିଦିନିଆ ଜୀବନରେ ଏସବୁ ଅଭ୍ୟାସରେ ଆପଣ ଲିପ୍ତ ନୁହନ୍ତି ତ ? ତେବେ ସାବଧାନ ହେପାଟାଇସିସ୍ ସଂକ୍ରମଣର ଶିକାର ହୋଇପାରନ୍ତି ଆପଣ । 

537

ଆମ ସମାଜରେ ଆଜି ବି ଅନେକ ଲୋକ ହେପାଟାଇଟିସର ନାଆଁ ଶୁଣିଲେ ଡରନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ ହେପାଟାଇସିସ୍ ରେ ସଂକ୍ରମିତ ହେଉଛି । ଏଥିମାନଙ୍କ ମଧ୍ୟରୁ ବହୁ ଲୋକ ମୃତ୍ୟୁ ମୁଖରେ ପଡନ୍ତି । ହେପାଟାଇଟିସର ଭୂତାଣୁ ୫ ପ୍ରକାରର । ଏଗୁଡ଼ିକ ହେଲା ହେପାଟାଇଟସ ଏ,ବି,ସି,ଡି ଓ ଇ । ଏହି ରୋଗରେ ସଂକ୍ରମଣ ହେଲେ ଯକୃତରେ ଜଳନ ଓ ସଂକ୍ରମଣ ହୋଇଥାଏ ।

ଏବେ ଜାଣନ୍ତୁ କାହିଁକି ଏହି ରୋଗର ସଂକ୍ରମଣ ହୋଇଥାଏ । ପ୍ରଥମତଃ ପରିବା ଓ ଫଳ ଜରିଆରେ ହେପାଟାଇସିସର ଭୂତାଣୁ ଶରୀରରେ ପ୍ରବେଶ କରିଥାଏ । ଏଣୁ ସେଗୁଡିକ ଭଲଭାବେ ଧୋଇବାପରେ ଖାଆନ୍ତି । ହାତମଧ୍ୟରେ ବି ସଂକ୍ରମଣ ହୋଇପାରେ । ଏଣୁ ଖାଦ୍ୟଗ୍ରହଣ ପୂର୍ବରୁ ନିଜ ହାତକୁ ଭଲଭାବେ ସଫା କରନ୍ତି । କଞ୍ଚା ମାଛ ଜରିଆରେ ବି ଏହା ସଂକ୍ରମିତ ହୋଇଥାଏ । ଏଣୁ କେବେ ବି କଞ୍ଚା ମାଛ ଖାଆନ୍ତୁ ନାହିଁ । ମାଛକୁ ଭାଜି ଖାଇବା ଉଚିତ । ମେକଅପ୍ ପ୍ରଡକ୍ଟ ଜରିଆରେ ବି ଏହି ସଂକ୍ରମଣ ହୋଇଥାଏ । ଏଣୁ ନିଜର ମେକଅପ୍ ସାମଗ୍ରୀ ଅନ୍ୟକୁ ସେଆର କରନ୍ତୁ ନାହିଁ ।