ଗର୍ଭଧାରଣ ସମୟରେ କ’ଣ ଖାଇବେ ? ଜାଣନ୍ତୁ ଏ ବିଷୟରେ ଖାସ୍ ତଥ୍ୟ –

150

pregnacy-1ଗର୍ଭଧାରଣ ସମୟରେ ମହିଳାମାନଙ୍କ ଭୋକ ବଢିବା ସହ ବିଭିନ୍ନ ଖାଦ୍ୟ ପ୍ରତି ଲାଳସା ବଢେ , ତେବେ ଏହି ସମୟରେ କେଉଁପ୍ରକାର ଖାଦ୍ୟ ଖାଇଲେ ପିଲାର ସ୍ୱାସ୍ଥ୍ୟଗତ ଉନ୍ନତି ଘଟିବ । ଜାଣନ୍ତୁୁ ସେ ସଂପର୍କରେ ଖାସ୍ ତଥ୍ୟ ।

ଅଣ୍ଡା – ଅଣ୍ଡାରେ ପ୍ରଚୁର ପରିମାଣର ପ୍ରୋଟିନ୍ ସହ କମ୍ ପରିମାଣର କ୍ୟାଲୋରୀ ଏବଂ ବିଭିନ୍ନ ପ୍ରକାରର ଓମେଗା ଫ୍ୟାଟି ଏସିଡ୍ ରହିଛି । ଜଣେ ଗର୍ଭବତୀ ମହିଳା ଅଧିକ ପରିମାଣର ଅଣ୍ଡା ଖାଇବା ଉଚିତ୍ । କାରଣ ଏହା ଗର୍ଭରେ ଥିବା ଶିଶୁର ମାନସିକ ସ୍ତରରେ ଉନ୍ନତି କରାଇବା ସହ ଦୃଷ୍ଟି ଶକ୍ତି ସୁସ୍ଥ ରଖିଥାଏ । କିନ୍ତୁ କଂଚା ଅଣ୍ଡା ଖାଇବେ ନାହିଁ । ଏହା ସଂଗେ ସଂଗେ ବାନ୍ତି କରାଇଥାଏ ।

iStock_000011120869Small_master_wideଆଭୋକାଡୋ – ଆଭୋକାଡୋରେ ଥିବା ଫୋଲିକ୍ ଏସିଡ୍ ଶିଶୁର ସ୍ୱାସ୍ଥ୍ୟଗତ ଉନ୍ନତି କରାଇଥାଏ । ଏହାସହ ଆଭୋକାଡୋରେ ଥିବା ଭିଟାମିନ୍ ‘ସି’ ଶିଶୁର ରୋଗପ୍ରତିରୋଧକ କ୍ଷମତା ବଢାଇଏ । ଏହାକୁ ଖାଇବା ଦ୍ୱାରା ଗର୍ଭବତୀ ମହିଳା ଏହି ସମୟରେ ସକାଳର ଥକ୍କାପଣ ଅନୁଭବ କରିବେ ନାହିଁ ।

ସି ସଲ୍ଟ – ସି ସଲ୍ଟ ବା ସମୁଦ୍ର ଲୁଣ ଖାଇବା ଦ୍ୱାରା ରକ୍ତ ଚାପ ବଢିବା କାରଣ ଦର୍ଶାଇ , ଏହି ସମୟରେ ମହିଳାଙ୍କୁ ଖାଇବା ପାଇଁ ବାରଣ କରାଯାଇଥାଏ । କିନ୍ତୁ ଯଦି ଏହାକୁ ଠିକ୍ ମାତ୍ରାରେ ଗର୍ଭବତୀ ମହିଳା ଖାଆନ୍ତି ,ତେବେ ଏହା ଭୃଣର ବିକାଶରେ ସାହାଯ୍ୟ କରେ ।

ପାଳଙ୍ଗ ଶାଗ – ପାଳଙ୍ଗ ଶାଗରେ ନ୍ୟୁଟ୍ରିଏଂଟ ,ଭିଟାମିନ୍ ,ପ୍ରୋଟିନ୍ ଓ ଉପଯୁକ୍ତ ମାତ୍ରାରେ ଫାଇବର ସହ ଆଂଟି ଅକ୍ସିଡାଂଟ ମଧ୍ୟ ରହିଛି । ଯାହା ଶିଶୁର ମାନସିକ ଉନ୍ନତି କରିବା ସହ ରୋଗପ୍ରତିରକ୍ଷା କ୍ଷମତା ମଧ୍ୟ ବଢାଇ ଥାଏ । କେବଳ ସେତିକି ନୁହେଁ , ପ୍ରତିଦିନ ଗୋଟେ ଗିନା ପାଳଙ୍ଗ ଶାଗ ଖାଇବା ଦ୍ୱାରା ଅନିଦ୍ରା ସମସ୍ୟା ମଧ୍ୟ ଦୂର ହୁଏ ।

ପପକର୍ଣ୍ଣ – ସ୍ନାକ୍ସରେ ପପକର୍ଣ୍ଣ ଏହି ସମୟରେ ଖାଇବା ଖୁବ୍ ଭଲ । ପପକର୍ଣ୍ଣରେ ଅଧିକ ପରିମାଣର ଫାଇବର ଏବଂ ଆଂଟିଅକ୍ସିଡାଂଟ ରହିଛି । ଏଥିରେ ଥିବା ସେଲେନିୟମ ଶିଶୁର ହାଡ ଶକ୍ତ କରିବାରେ ସାହାଯ୍ୟ କରେ ।

ଦହି – ଦହିରେ ଥିବା ଫଲିକ୍ ଏସିଡ୍ ଏବଂ ଭିଟାମିନ୍-ଡି ଶିଶୁର ମାନସିକ ଓ ଶାରୀରିକ ଉନ୍ନତି କରାଏ । ଏଣୁ ଗର୍ଭାବସ୍ଥାରେ ମହିଳା ଏହାକୁ ଖାଇବା ଭଲ ଅଟେ ।