ନିୟମିତ ଭାବେ ପିଅନ୍ତୁ ଲୁଣ ପାଣି ! ଶରୀରକୁ ମିଳିବ ଅନେକ ଫାଇଦା

74

ଲୁଣ ବିନା ଖାଦ୍ୟ ସ୍ୱାଦହୀନ । ଖାଇବାରେ ଲୁଣ ଟିକିଏ ନ ମିଶିଲେ ସେ ଖାଇବା, ଖାଇବା ନୁହେଁ । ତେଣୁ ଲୁଣ ଏକ ଉପକାରୀ ସାମଗ୍ରୀ ମଧ୍ୟରୁ ଗୋଟିଏ । ସ୍ୱାଦିଷ୍ଟ ଖାଦ୍ୟ ପାଇଁ ଲୁଣ ବେଶ ଉପଯୋଗୀ । ଲୁଣର ଉପକାରିତା ବିଷୟରେ ଆପଣ କିଛି ଜାଣିଛନ୍ତି କି ?  ଯଦି ଜାଣି ବି ଥିବେ ଅଳ୍ପ କିଛି । ପ୍ରାୟତଃ ଆପଣଙ୍କୁ ଜଣାଥିବ କି ନିତ୍ୟକ୍ରମ ସାରି ସକାଳୁ ମହୁ ଓ ଲେମ୍ବୁ ପାଣି ପିିଇବା  ଦ୍ୱାରା ପତଳା ହେବା ସମ୍ଭବନା ଅଧିକ ଦେଖାଯାଏ । ଏବଂ ତ୍ୱଚାର ଚମକପଣ ବି ଆସିଥାଏ ।

କିନ୍ତୁ ଆପଣ ଜାଣିଛନ୍ତି କି ? ପ୍ରତିଦିନ ସକାଳୁ କଳା ଲୁଣ ପାଣିରେ ମିଶାଇ ପିଇବା ଦ୍ୱାରା ସ୍ୱାସ୍ଥ ଭଲ ରୁହେ । କିନ୍ତୁ ଥଣ୍ଡା ପାଣିରେ ଲୁଣ ମିଶାଇ ପିଅନ୍ତୁ ନାହିଁ । ଏହା ସ୍ୱାସ୍ଥ୍ୟକୁ କ୍ଷତି ପହାଂଚାଇବା ସମ୍ଭାବନା ରହିଥାଏ । ତେଣୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣ ହାଲୁକା ଗରମ ପାଣି ନିଅନ୍ତୁ । ସେଥିରେ କଳାଲୁଣ ମିଶାଇ, ତାହା ପାଣିରେ ପୁରା ମିଶାଯିବ ପରେ ତାକୁ ପିଅନ୍ତୁ । ଏଭଳି କରିବା ଦ୍ୱାରା ଶରୀରକୁ ଅଧିକ ପୋଷଣ ମିଳିବା ସହ ଦେହ ମଧ୍ୟ ସୁସ୍ଥ ରହିଥାଏ । ତେବେ ଆସନ୍ତୁ ଜାଣିବା କଳା ଲୁଣକୁ ପାଣି ସହ ମିଶାଇ ପିଇବା ଦ୍ୱାରା କ’ଣ କ’ଣ ଉପକାର ମିଳିଥାଏ ।

– ଡାଇବେଟିସ୍, ବ୍ଲଡ଼ ପ୍ରେସର, ଆଲର୍ଜି, ମୋଟାପଣ ଭଳି ଅନେକ ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ କଳା ଲୁଣ ମିଶା ପାଣି । କିନ୍ତୁ ଲୁଣ ପାଣି ପ୍ରସ୍ତୁତ କରିବା ସମୟରେ ଧ୍ୟାନ ରଖିବେ କି, ଏଥିରେ ଯେପରି ଆପମ ସାଧା ଲୁଣ ବ୍ୟବହାର ନକରାଯାଏ । କାରଣ ଏପରି କରିବା ଦ୍ୱାରା ଶରୀରକୁ ଲାଭ ନୁହେଁ ବରଂ କ୍ଷତି ପହଂଚାଇଥାଏ ।

– କଳା ଲୁଣ ପାଣି ପାଚନ ପ୍ରକ୍ରିୟାକୁ ଠିକ୍ ଭାବେ ନିୟନ୍ତ୍ରଣ କରିବାରେ ସହାୟକ କରିଥାଏ । ଅର୍ଥାତ ଲୁଣି ଦ୍ୱାରା ଆପଣ ଖାଇବା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ ।

– ବୟସ ବଢିବା ସହ ହାଡ଼ ଦୁର୍ବଳ ହୋଇପଡିଥାଏ । ଯଦି ଆପଣ ପ୍ରତିଦିନ ଲୁଣ ପାଣି ପିଇବେ ତେବେ ଆପଣଙ୍କୁ ଫୁର୍ତ୍ତି ଲାଗିବା ସହ ହାଡ଼ ମଜବୁତ ମଧ୍ୟ ରହିବ ।

– ତ୍ୱଚାର ଅନେକ ସମସ୍ୟାକୁ ଦୂର କରେ ଲୁଣ ପାଣି । ଲଣୁରେ ଥିବା କ୍ରୋମିୟମ ଓ ସଲଫର ତ୍ୱଚାର ସୌଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ ।

– ଯଦି ଆପଣଙ୍କଠାରେ ନିଦ୍ରାଜନିତ ସମସ୍ୟା ରହିଥାଏ, ତେବେ  ଏହାର ଉପଚାର ପାଇଁ ଆପଣ କଳା ଲୁଣ ପାଣିର ବ୍ୟବହାର କରିପାରିବେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ସକାଳୁ ଉଠି ଖାଲି ପେଟରେ କଳା ଯୁକ୍ତ ପାଣି ପିଇବା ଦ୍ୱାରା ମାନସିକ ଜନିତ ସମସ୍ୟା ଦୂର ହେବା ସହିତ ଶରୀର ଦିନ ତମାମ ସତେଜ ଲାଗିଥାଏ ।