ଚନ୍ଦାପଣରେ ଚିନ୍ତିତ କି ? ବ୍ୟବହାର କରନ୍ତୁ ଗୋଲମରିଚ . . .

118

ଗୋଲମରିଚ ସାଧାରଣତଃ ଏକ ମହତ୍ୱପୂର୍ଣ୍ଣ ମସଲା ଭାବରେ ବ୍ୟବହାର କରାଯାଇଥାଏ । ଦକ୍ଷିଣ ଭାରତରେ ମଧ୍ୟ ଏହାର ବହିଳ ବ୍ୟବହାର କରା ଯାଉଥିବାର ନଜୀର ରହିଛି । ଏହାକୁ ଯେ କେବଳ ସ୍ୱାଦିଷ୍ଟ ସମଲା ରୂପେ ବ୍ୟବହାର କରା ଯାଇଥାଏ ତାହା ନୁହେଁ ବରଂ ଏହାର ମଧ୍ୟ ଅନେକ ଔଷଧିୟ ଗୁଣ ରହିଛି ଯାହା ସାଧରଣତଃ ବେଶି କାହାକୁ ଜଚ୍ଚା ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏହାର କିଛି ଔଷଧିୟ ଗୁଣ ସଂପର୍କରେ ଜଣାଇବୁ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

• ଗୋଲମରିଚକୁ ଗୋଟିଏ ଛୁଂଚିରେ ଫୋଡି ନିଆଁରେ ଜଳାଇ ତାର ଧୂଆଁକୁ ନାକ ପାଖରେ ଧରି ନାକବାଟେ ତାହା ଟାଣିଲେ ମୁଣ୍ଡବିନ୍ଧା ଦୂର ହୁଏ ।

• ଗୋଲମରିଚ ଓ ଲୁଣ ଚୂର୍ଣ୍ଣରେ ଦାନ୍ତ ମାର୍ଜନ କଲେ ଅନେକ ପ୍ରକାର ଦାନ୍ତରୋଗ ଦୂର ହୁଏ ।

• ଗୋଲମରିଚ ଚୂର୍ଣ୍ଣକୁ ଜଳ ସହିତ ସେବନ କଲେ ବହୁଦିନର ଶୂଳାଝାଡା ନିବାରିତ ହୁଏ ।

• ଗୋଲମରିଚ ଚୂର୍ଣ୍ଣ ଓ ମହୁ ମିଶାଇ ଖାଇଲେ କାଶ ନିବାରଣ ହୋଇଥାଏ ।

• ଗଳାରେ ଘା ଘଂଟିକା ବଢିବା ରୋଗରେ ଗୋଲମରିଚ ଚୂର୍ଣ୍ଣ ଓ ଲୁଣକୁ ପାଣିରେ ପକାଇ ଗରମକରି, ଉଷୁମ ଥାଉଁ ଥାଉଁ ଦିନରେ ଦୁଇ ତିନି ଥର ଗଗଲିଂ କରିବା ଦ୍ୱାରା ଏଭଳି ସମସ୍ୟା ଦୂର ହୋଇଥାଏ ।

• ପିଆଜ,ଗୋଲମରିଚ ଓ ଲୁଣକୁ ଏକତ୍ର ଶିଳରେ ବାଟି ମୁଣ୍ଡରେ ଲେପନ କରିବା ଦ୍ୱାରା ଚନ୍ଦାମୁଣ୍ଡରେ କେଶ ଉଠିଥାଏ ।

• ଲଙ୍କା ମରିଚ ପରିବର୍ତ୍ତେ ଗୋଲମରିଚ ନିୟମିତ ବ୍ୟବହାର କଲେ ଶରୀର ରୋଗମୁକ୍ତ ରହିଥାଏ ।

• ଯାଦୁ ଉପରେ ଗୋଲମରିଚକୁ ବାଟି ଲେପ ଦେଲେ ଯାଦୁ ଭଲ ହୋଇଥାଏ ।

• ଗୋଲମରିଚକୁ ମଣିଷର ହାତରେ ଘୋରି ଆଖିରେ ଲଗାଇଲେ ଅନିଦ୍ରା ଦୋଷ ଦୂର କରେ ।