ଉଷୁମ ପାଣିରେ ଗାଧୋଇବା ଦ୍ୱାରା ମିଳିଥାଏ ଉପକାର ! ଜାଣନ୍ତୁ କିପରି . . .

80

ସାଧାରଣତଃ ଶୀତ ଦିନେ ଅଧିକାଂଶ ଲୋକ ଗାଧେଇବାକୁ ଗରମ ପାଣିକୁ ହିଁ ଚୟନ କରିଥାନ୍ତି । ମାତ୍ର କଣ ଆପଣ ଜାଣିଛନ୍ତି କି ଗରମ ବା ଉଷୁମ ପାଣିରେ ଗାଧେଇବା ଯୋଗୁଁ ଶରୀରକୁ କିଭଳି ପ୍ରକାରର ଫାଇଦା ମିଳିଥାଏ । ଯଦି ଜାଣି ନାହାଁନ୍ତି ତେବେ ନଜର ପକାନ୍ତୁ କେତୋଟି କଥା ଉପରେ ।

• ଉଷୁମ ପାଣିରେ ଗାଧେଇବା ଦ୍ୱାରା ଶରୀରରେ ଥିବା ହାଡ ଓ ମାଂସପେଶୀକୁ ଶକ୍ତି ମିଳିବା ସହ ଶକ୍ତ ମଧ୍ୟ ହୋଇଥାଏ । ଯଦି ଆପଣଙ୍କ ହାଡ କିମ୍ବା ଗଣ୍ଠିରେ କୌଣସି ପ୍ରକାରର ଯନ୍ତ୍ରଣା ହେଉଥାଏ ତେବେ ଏହାକୁ ନିୟମିତ ଭାବରେ ବ୍ୟବହାର କରିବାଦ୍ୱାରା ଏହା ସଂପୂର୍ଣ୍ଣ ଭାବରେ ଦୂର ହୋଇଥାଏ ।

• ସ।।ଧାରଣତଃ, ଆମ ଶରୀରରେ ଅନେକ ପ୍ରକାରର ରୋଗ ଜୀବାଣୁ ବାସ କରିଥାନ୍ତି । ତେଣୁ ଏଥିପାଇଁ ହାଲକା ଗରମ ପାଣିରେ ଗାଧୋଇବା ଦ୍ୱାରା ବିଭିନ୍ନ ରୋଗ ଜୀବାଣୁଙ୍କଠାରୁ ଶରୀରକୁ ରକ୍ଷା କରାଯାଇପାରିବ ।

• ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବିଭିନ୍ନ ଗବେଷଣାରୁ ଏହା ପ୍ରମାଣ ମିଳିଛି ଯେ, ଉଷୁମ ପାଣି ବ୍ୟବହାର କରିବାଦ୍ୱାରା ଶରୀରର ସୁଗାର ଲେବୁଲକୁ ନିୟନ୍ତ୍ରଣରେ ରଖାଯାଇ ପାରିବ ।

• ଥଣ୍ଡା ହେଉ କି ଗରମ, ରାତି ସମୟରେ ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଆପଣ ସୁଖ ନିଦ୍ରା ମଧ୍ୟ ଲାଭ କରିପାରିବେ । କାରଣ ଏହା ମାନସିକ ଦୁଃଶ୍ଚିନ୍ତା ଦୂର କରିବାରେ ସହାୟକ ହେବା ସହ ଆପଣଙ୍କୁ ଦେଇଥାଏ ଗଭୀର ନିଦ୍ରା ।

• ଦେହରୁ ଝାଳ ବାହାରିବା ଏକ ସାଧାରଣ ସମସ୍ୟା ଅଟେ । ମାତ୍ର ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର କି ଶୀତ ଦିନରେ ମଧ୍ୟ ଝାଳରେ ଏକପ୍ରକାର ବୁଡି ଯାଇଥାନ୍ତି । ତେବେ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଗାଧେଇବା ସମୟରେ ଉଷୁମ ପାଣିର ବ୍ୟବହାର କରିପାରିବେ । କାରଣ ଏହା ଶରୀରର ଜଳୀୟାଂଶକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।