ଲକ୍ଷାଧିକ ଟଙ୍କାର ଔଷଧ ଅପେକ୍ଷା ଗୋଟିଏ କଂଚା କଦଳୀ ଶରୀରକୁ ରଖିଥାଏ ସୁସ୍ଥ !

123

ସାଧାରଣତଃ ପାଚିଲା କଦଳୀ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଅଟେ । କିନ୍ତୁ ପାଚିଲା ଅପେକ୍ଷା କଂଚା କଦଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ । କାରଣ, ଏଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ୱ ଉପଲବ୍ଧ ଥାଏ । ତେବେ କଂଚା କଦଳୀ ହେଉଛି ପୋଟାସିୟମର ଗନ୍ତା ଘର, ଯାହା ଶରୀରର ପ୍ରତିରୋଧକାରୀ ସିଷ୍ଟମକୁ ମଜଭୁତ୍ କରିଥାଏ । କଂଚା କଦଳୀ ଶରୀରରକୁ ସାରା ଦିନ ସତେଜ୍ ରଖିଥାଏ । ଏହାବ୍ୟତୀତ କଂଚା କଦଳୀର ମଧ୍ୟ ଅନେକ ଔଷଧିୟ ଗୁଣ ରହିଛି । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ ।

• ଓଜନ ହ୍ରାସ ପାଇଁ କଂଚା କଦଳୀ ଅତ୍ୟନ୍ତ ଲାଭଦାୟକ ଅଟେ । କାରଣ, ଏଥିରେ ଭରପୁର ମାତ୍ରାରେ ଫାଇବର ରହିଥାଏ । ଯାହା ଅନାବଶ୍ୟକ ଫ୍ୟାଟ୍ ସେଲ୍ସ ଏବଂ ଅଶୁଦ୍ଧ ରକ୍ତକୁ ସଫା ବା ବିଶୁଦ୍ଧ କରିବାରେ ସହାୟତା ହୋଇଥାଏ ।

• କଂଚା କଦଳୀରେ ସାଧାରଣତଃ ଫାଇବର୍ ଏବଂ ଶ୍ୱେତସାର ଅତି ମାତ୍ରାରେ ରହିଥାଏ । ଯାହା ସ୍ଥଳାନ୍ତ୍ରରେ କୌଣସି ପ୍ରକାରର ଖରାପ ପଦାର୍ଥକୁ ଜମିବାକୁ ଦେଇ ନଥାଏ । ତେଣୁ କଂଚା କଦଳୀ ଖାଇବାଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ ।

• କଂଚା କଦଳୀରେ ଉପଲବ୍ଧ ଥିବା ଫାଇବର ଏବଂ ଅନ୍ୟାନ୍ୟ ପୋଷକ ତତ୍ୱ ଭୋକକୁ ନିୟନ୍ତ୍ରଣ କରିବା ପାଇଁ ସାହାର୍ଯ୍ୟ କରିଥାଏ । କଂଚା କଦଳୀ ସେବନ କରିବାଦ୍ୱାରା ଏହା ଭୋକକୁ ନିୟନ୍ତ୍ରଣ କରିଥାଏ ଯାହାଦ୍ୱାରାର ବାରମ୍ବାର ଭୋକ ଲାଗି ନଥାଏ ।

• ମଧୁମେହ ରୋଗକୁ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରିଥାଏ କଂଚା କଦଳୀ । ତେବେ ନିୟମିତ ଭାବେ କଂଚା କଦଳୀ ସେବନ କରିବାଦ୍ୱାରା ଏହି ସମସ୍ୟା ସଂପୂର୍ଣ୍ଣ ରୂପେ ଦୁରେଇ ଯାଇଥାଏ ।

• ପ୍ରତିଦିନ ନିଜ ଖାଦ୍ୟରେ କଂଚା କଦଳୀକୁ ସାମିଲ କରନ୍ତୁ । କାରଣ, ଏହା ଶରୀରକୁ ବିଭିନ୍ନ ରୋଗଜୀବାଣୁଠାରୁ ସୁରକ୍ଷିତ ରଖିଥାଏ । କଂଚା କଦଳୀ ବିଶେଷ କରି ଶରୀରର ପାଚକ ତନ୍ତ୍ରକୁ ନିୟନ୍ତ୍ରିତ କରିଥାଏ । ଏହାଛଡା କଂଚା କଦଳୀ କ୍ୟାନସରରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ । କଂଚା କଦଳୀରେ ଥିବା କ୍ୟାଲସିୟମ ହାଡକୁ ଅଧିକ ଶକ୍ତ କରିବା ସହିତ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ ।

ଏହାସହ ମଧ୍ୟ ପଢନ୍ତୁ- ୮ଟି ତରିକାରେ କରନ୍ତୁ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାର ଚିକିତ୍ସା !