ଅଣ୍ଡାରେ ଥାଏ ଅନେକ ଶକ୍ତି ! ଚିନ୍ତା ହୁଏ ଦୂର, ଓଜନ ହୁଏ ନିୟନ୍ତ୍ରଣ । ଜାଣନ୍ତୁ କାହିଁକି ଖାଇବେ ଅଣ୍ଡା

90

ଆପଣମାନେ ପ୍ରାୟ ଜାଣିଥିବେ ସବୁ ଖାଦ୍ୟରେ ଏତେ ପରିମାଣର ଶକ୍ତି ମିଳିନଥାଏ ଯେତିକି ପରିମାଣର ଶକ୍ତି ଅଣ୍ଡାରେ ମିଳିଥାଏ । ଅଣ୍ଡାକୁ ଥଣ୍ଡା ବା ଗରମ ସବୁବେଳେ ଖାଇପାରିବା । ଏହା ଦେହ ପାଇଁ ଅତ୍ୟନ୍ତ ଆବଶ୍ୟକ । ପ୍ରତିଦିନ ଅଣ୍ଡା ଖାଇବା ଦ୍ୱାରା ମନ , ଦେହ ଭଲ ରହିବ । କାରଣ ଅଣ୍ଡାରୁ ଆମେ ବହୁତ ପ୍ରକାର ଶକ୍ତି ମଧ୍ୟ ପାଇଥାଉ । ପୃଷ୍ଟିକର, କ୍ୟାଲିସିୟମ ଓ ଅମେଗା ୩ ଭିଟାମିନ୍ ଆଦିସବୁ ପାଇଥାଉ ।

ଏହା ଏମିତି ଏକ ଖାଦ୍ୟ ଯାହାକି ଦେହର ଓଜନ ବଢାଇବା ଏବଂ କମେଇବାରେ ବହୁତ ସାହାଯ୍ୟ କରେ । ଯାହା ଆମ ଶରୀରର ମାଂସପେଶୀକୁ ଶକ୍ତ କରିବା ପାଇଁ ପୃଷ୍ଟି ସାର ଦିଏ ଏବଂ ହାଡକୁ ଶକ୍ତ କରିବା ପାଇଁ କଲେସଷ୍ଟ୍ରେଲ ମଦ୍ୟ ବହୁତ ପରିମାଣରେ ଦିଏ । ସବୁଠାରୁ ଭଲ କଥା ହେଲା ଅମେଗା ୩ ଭିଟା ଏସିଡ ଭଲ ଏଜଡିଏଲ୍ କଲେସଷ୍ଟ୍ରେଲ ବନେଇବାରେ ସାହାର୍ଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଅଣ୍ଡା ଖାଇବା ଦ୍ୱାରା କଣ ସବୁ ଲାଭ ମିଳିଥାଏ ।

ଶରୀରର ଓଜନ ବଢେଇବା ଓ କମେଇବା

ଅଣ୍ଡା ଖାଇବା ଦ୍ୱାରା ଶରୀରକୁ ନିୟନ୍ତ୍ରଣ କରିବାର କ୍ଷମତା ମିଳିଥାଏ । ଅଣ୍ଡା ଖାଇବା ଦ୍ୱାରା ଭୋକକୁ ଶାନ୍ତ ଏବଂ ଅଧିକ ସମୟ ପେଟ ପୂରିଲା ଭଳି ଲାଗିଥାଏ । ଯଦି ଆପଣ ଆପଣଙ୍କ ଓଜନ କମେଇବାକୁ ଚାହୁଁଛନ୍ତି ତା’ହେଲେ ଆପଣ ଅଣ୍ଡାର ଧଳା ଅଂଶକୁ ଖାଇବାକୁ ପଡିବ କାରଣ ହଳଦିଆ ରଂଗର କେଶôରରେ କଲେସଷ୍ଟ୍ରେଲ୍ ବହୁତ ମାତ୍ରାରେ ରହିଥାଏ ଯାହା ଓଜନ ବଢାଇବାରେ କାମ ଦିଏ । ସେଥିପାଇଁ ଜିମ୍ ଯାଉଥିବା ବ୍ୟକ୍ତଙ୍କୁ ଅଣ୍ଡା ଖାଇବାକୁ କୁହାଯାଏ କିନ୍ତୁ ଅଣ୍ଡାର ହଳଦିଆ ଅଂଶକୁ ଖାଇବାକୁ ମନାହୋଇଥାଏ । କାରଣ ଯେଉଁ ବ୍ୟକ୍ତି ଓଜନ ବଢାଇବାକୁ ଚାହୁଁଛି ତାଙ୍କୁ ଅଣ୍ଡା କେଶର ଖାଇବାକୁ ପଡିବ । ସବୁଦିନ ଅଣ୍ଡା ଖାଇବା ଭଲ ।

ଦୃଷ୍ଟି ଶକ୍ତି ବଢାଇବାରେ ସାହାର୍ଯ୍ୟ କରେ

ଅଣ୍ଡାରେ ବହୁତ ପରିମାଣର କଲେସଷ୍ଟ୍ରେଲ ରହିଥାଏ । ଯେଉଁଟା କି ଆଖିର ଚର୍ମ ପାଇଁ ବହୁତ ଉପକାରୀ । ଏହା ଦୃଷ୍ଟିଶକ୍ତିକୁ ବଢାଇବାରେ ସହାୟତା କରିଥାଏ । ଯଦି ସବୁଦିନ ଆପଣ ଅଣ୍ଡା ଖାଇବେ ତାହେଲେ ଦୃଷ୍ଟିଶକ୍ତି ଜନିତ କୌଣସି ବି ସମସ୍ୟା ରହିବ ନାହିଁ ।

ସ୍ମରଣଶକ୍ତି ବଢାଇବା ଏବଂ ଚିନ୍ତା କମେଇବା

ଅଣ୍ଡାରେ ଅମେଗା ୩, ଭିଟାମିନ ଏବଂ ଭିଟା ଏସିଡ ଥାଏ ଯାହା ମସ୍ତିସ୍କ ପାଇଁ ବହୁତ ଲାଭ ହୋଇଥାଏ । ଅଣ୍ଡାରେ କୋଲିନ ମଧ୍ୟ ପାଇଥାଉ । ଯାହାକି ସ୍ମରଣଶକ୍ତି ବଢାଇବାରେ କାମ କରିଥାଏ । ଏହାବ୍ୟତୀତ ଅଣ୍ଡାରେ ଭିଟାମିନ୍ ବି-୧୨ ମଧ୍ୟ ଥାଏ । ଯାହା ଚିନ୍ତାରୁ ମୁକ୍ତି ଦେଇଥାଏ ।

ବାଳ ଏବଂ ଚର୍ମ

ଅଣ୍ଡାର ହଳଦିଆ ଅଂଶରେ ବାୟୋଟିନ୍ ମଧ୍ୟ ରହିଛି,ଯେଉଟା କି ବାଳକୁ ଶକ୍ତ କରିଥାଏ ଏବଂ ଚର୍ମକୁ ଅଧିକ ଦୃଢାକ୍ତ କରିବାରେ ସାହାଯ୍ୟ କରେ । ଅଣ୍ଡାର ହଳଦିଆ ଅଂଶ କେଶରେ ଲଗାଇଲେ କେଶ ନରମ ଓ ସୁନ୍ଦର ମଧ୍ୟ ଦେଖାଯାଇଥାଏ ।

ଶକ୍ତିରେ ପରିପୂର୍ଣ୍ଣ

ଅଣ୍ଡା ଖାଇବା ଦ୍ୱାରା ଶରୀରକୁ ପ୍ରଚୁର ଶକ୍ତି ମିଳିଥାଏ । ସକାଳ ସମୟରେ ଅଣ୍ଡା ଖାଇବା ଦ୍ୱାରା ଶରୀରକୁ ଅଧିକ ଶକ୍ତି ମିଳିଥାଏ ।