ମଶାଙ୍କ ଉପଦ୍ରବରୁ ମୁକ୍ତି ଚାହାଁନ୍ତି କି ? ତେବେ ଘରେ ବ୍ୟବହାର କରନ୍ତୁ କର୍ପୂର ଓ ଜାଣନ୍ତୁ ଏହାର ଔଷଧିୟ ଗୁଣ

63

ଯଦି ଆପଣ ହୋମ-କ୍ଲିନର ସନ୍ଧାନରେ ଅଛନ୍ତି, ତେବେ କର୍ପୂର ହେଉଛି ସବୁଠାରୁ ଶସ୍ତା ଓ ଉପକାରୀ ଜିନିଷ  । ଏହାକୁ ବ୍ୟବହାର କଲେ ଘରୁ ଦୁର୍ଗନ୍ଧ ତ ଦୂର ହୋଇଥାଏ ଏଥିସହ ଘରେ ଥିବା ମଶା ଓ ଅସରପାଙ୍କ ଉପଦ୍ରବରୁ ସବୁଦିନ ପାଇଁ ମୁକ୍ତି ମଧ୍ୟ ପାଇ ପାରିବେ ।

କର୍ପୂରର ବ୍ୟବହାର ସାଧାରଣତଃ ରୁମ୍ ଫ୍ରେସନର ଭାବରେ କରାଯାଇଥାଏ । ଏହାଦ୍ୱାରା ଘରେ ସତେଜତା ଖେଳିଯାଇଥାଏ ଏବଂ ଦୁର୍ଗନ୍ଧ ଏକପ୍ରକାରରେ ଦୂରେଇଯାଇଥାଏ । ଯଦିଓ ପୂଜାପାଠରେ ଏହାକୁ ବ୍ୟବହାର କରାଯାଇଥାଏ । ତେବେ ଏହାର ଉପକାରୀତା ସଂପର୍କରେ ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ । ଏହାର ବ୍ୟବହାର ଆପଣ କୌଣସି ପ୍ରକାର ଇନଫେକ୍ସନ ପାଇଁ ପ୍ରୟୋଗ କରିବା ସହ ଦାନ୍ତରେ ହେଉଥିବା ଯନ୍ତ୍ରଣାରୁ ମଧ୍ୟ ରକ୍ଷା ପାଇବା ପାଇଁ ପ୍ରୟୋଗ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହାର ଉପକାରୀତା ସଂପର୍କରେ କିଛି ତଥ୍ୟ ।

•  ଯଦି ଆପଣ ବଜାରରେ ମିଳୁଥିବା କୌଣସି ରାସାୟନିକ ରୁମ୍ ଫ୍ରସନର ବ୍ୟବହାର କରୁଛନ୍ତି ତେବେ ଏହାକୁ କିଣିବାକୁ ଆପଣଙ୍କୁ ଆଉ ଆବଶ୍ୟକତା ପଡିବନି । କାରଣ କର୍ପୂରକୁ ମଧ୍ୟ ଆପଣ ଆପଣଙ୍କ ରୁମ୍ ଫ୍ରେସନର ହିସାବରେ ଗ୍ରହଣ କରିପାରିବେ ।  ତେବେ ରୁମର ଏକ ଖୋଲା ସ୍ଥାନରେ ଦୀପରେ କର୍ପୂର ଦେଇ ଜାଣନ୍ତୁ । ଦେଖିବେ କିଛି ସମୟପରେ ଏହାର ସୁଗନ୍ଧ ସଂପୂର୍ଣ୍ଣ ରୁମରେ ଖେଳିଯିବା ସହ ଏକ ସୁଗନ୍ଧମୟ ବାତାବରଣ ସୃଷ୍ଟି ହୋଇଥାଏ ।

•  କର୍ପୂର ସାଧାରଣତଃ କୀଟନାଶକ ଔଷଧ ଭାବରେ କାର୍ଯ୍ୟ କରିଥାଏ । ଏଥିସହ ପବନରେ ଚଳପ୍ରଚଳ କରିଥିବା ବିଭିନ୍ନ ବ୍ୟାକ୍ଟେରିଆଙ୍କୁ ମଧ୍ୟ ସଫା କରିବାରେ ସହାୟକ ହୋଇଥାଏ ।

•  ବିଶେଷ କରି ବର୍ଷା ଦିନରେ ଘରେ ପ୍ରତିଦିନ କର୍ପୂର ଜାଳିବା ଅତ୍ୟନ୍ତ ଜରୁରୀ । କାରଣ ଏଭଳି କରିବାଦ୍ୱାରା ଘର ମଧ୍ୟରେ ସତେଜତା ବଜାୟ ରହିଥାଏ ।

•  କର୍ପୂର ଏକ ଭଲ ଓ ପ୍ରାକୃତିକ କୀଟାଣୁନାଶକ ଭାବରେ ମଧ୍ୟ କାମ କରିଥାଏ । ଆଉ ସବୁଠାରୁ ବଡକଥା ହେଲା ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ କୌଣସି ପ୍ରକାରର ଖରାପ ପ୍ରଭାବ ପକାଇ ନଥାଏ ।

•  ଯଦି ଆପଣଙ୍କ ଘରେ ଅଧିକ ମାତ୍ରାରେ ପିମ୍ପୁଡି କିମ୍ବା ଅସରପାଙ୍କ ଉପଦ୍ରବ ବଢିଯାଇଛି ତେବେ କର୍ପୂରର ବ୍ୟବହାର କରିବାଦ୍ୱାରା ଏମାନଙ୍କଠାରୁ ସବୁଦିନ ପାଇଁ ରକ୍ଷା ପାଇପାରିବେ ।

•  ବର୍ଷା ଦିନରେ ମଶା ହେବା ଏକ ସାଧାରଣ କଥା ଅଟେ । ତେବେ ପ୍ରତିଦିନ ଆଳତୀରେ କର୍ପୂର ବ୍ୟବହାର କରିବାଦ୍ୱାରା ଏହାର ଧୂଆଁରେ ମଶାଙ୍କୁ ରୋକା ଯାଇ ପାରିବ ।