ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ କଲରା ? ଆସନ୍ତୁ ଜାଣିବା

234

କଲରା ନାଁ ଶୁଣିଲେ ସାଧରଣତଃ ପିତାଳିଆ ସ୍ୱାଦ କଥା ମନେ ପଡିଯାଇଥାଏ । ସବୁଜ ରଙ୍ଗର ଏହି ପରିବାଟିର ସ୍ୱାଦ ଯଦିଓ ପାଟିକୁ ସ୍ୱାଦିଷ୍ଟ ଲାଗି ନପାରେ ମାତ୍ର ଏଥିରେ ଭରି ରହିଛି ଅନେକ ପ୍ରକାରର ପୋଷଣ । କଲରାକୁ ଆପଣ ବିଭିନ୍ନ ଢଙ୍ଗରେ ବ୍ୟବହାର କରିପାରିବେ । ଖାଲି ସେତିକି ନୁହେଁ ଆପଣ ଚାହିଁଲେ ଏହାକୁ ଜୁସ ଆକାରରେ ନଚେତ୍ ଆଚାର ଭାବରେ ମଧ୍ୟ ଖାଇ ପାରିବେ । ତେବେ ଏହା ଖାଇବା ଦ୍ୱାରା ଶରୀରକୁ କିଭଳି ପ୍ରକାରର ଫାଇଦା ମିଳିଥାଏ ଆସନ୍ତୁ ଜାଣିବା ।

• କଲରାରେ ବିଶେଷ କରି ବହୁ ମାତ୍ରାରେ ପୋଷଣ ମିଶିକରି ଥାଏ । ଏଥିରେ ଭିଟାମିନ-ଏ,ବି ଏବଂ ସି ଦେଖିବାକୁ ମିଳିଥାଏ । ଏହାଛଡା କୈରୋଟିନ୍, ଭିଟାକୈରୋଟିନ୍, ଲୁଟିନ୍, ଆଇରନ୍, ପୋଟେସିୟମ, ମ୍ୟାଗ୍ନେସିୟମ ଭଳି ସ୍ୱାସ୍ଥ୍ୟ ଉପାଦେୟ ପୋଷଣ ରହିଥାଏ । ଯାହା ଶରୀରକୁ ବିଭିନ୍ନ ରୋଗ କବଳରୁ ରକ୍ଷା କରିଥାଏ ।

• ନିଶ୍ୱାସ-ପ୍ରଶ୍ୱାସ ଜନିତ ସମସ୍ୟାକୁ ଦୂର କରିବାରେ କଲରା ଏକ ଉତ୍ତମ ପରିବା ଭାବରେ କାର୍ଯ୍ୟକରିଥାଏ । ତେବେ ନିୟମିତ ଭାବରେ ଖାଦ୍ୟରେ କଲରାକୁ ସେବନ କରିବା ଦ୍ୱାରା ଏହି ସମସ୍ୟାକୁ ଅନେକାଂଶରେ ଦୂର କରାଯାଇ ପାରିବ ।

• ଯଦି ଆପଣଙ୍କର ଲିଭର ଜନିତ କୌଣସି ସମସ୍ୟା ରହିଛି ତେବେ ଆପଣ କଲରାକୁ ବ୍ୟବହାର କରିପାରିବେ । ଏଥିପାଇଁ ପ୍ରତିଦିନ ଏକ ଗ୍ଲାସ୍ କଲରା ଜୁସ୍ ପିଇବା ଉଚିତ । ଏଭଳି ଭାବରେ ଏକ ସପ୍ତାହ କରିବା ଦ୍ୱାରା ଏହାର ଫାଇଦା ଅନୁଭବ କରିପାରିବେ ।

• ଆପଣ ଯଦି ବିଭିନ୍ନ ଇନଫେକ୍ସନରୁ ନିଜରୁ ରକ୍ଷା କରିବାକୁ ଚାହୁଁଛନ୍ତି । ତେବେ କଲରା କିମ୍ବା କଲରାର ପତ୍ରକୁ ପାଣିରେ ଫୁଟାଇ ତା’ର ପାଣିକୁ ସେବନ କରନ୍ତୁ । ଏହାଦ୍ୱାରା ଆପଣ ଏହିସବୁ ସମସ୍ୟାରୁ ମୁକ୍ତି ପାଇପାରିବେ ।

• କଲରା ଖାଇବା ଦ୍ୱାରା ମୁହଁରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ଦୂର କରିବାପାଇଁ ପାରିବ । ଏଥିପାଇଁ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ କଲରା ଜୁସ ସହ ଲେମ୍ବୁ ମିଶାଇ ପାଖାପାଖି ଛ’ମାସ ପିଅନ୍ତୁ ଏବଂ ଫଳ ଦେଖନ୍ତୁ ।

• କଲରା ଦ୍ୱାରା ମଧୁମେହ ଜନିତ ସମସ୍ୟାରୁ ମୁକ୍ତି ପାଇବା ସମ୍ଭବ ହୋଇଥାଏ । ଏଥିପାଇଁ କଲରା ଜୁସ୍ ଅତ୍ୟନ୍ତ ଉପକାରୀ ହୋଇଥାଏ ।

• ପେଟ ଜନିତ ତଥା କିଡନୀ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ କଲରା । ଏହାକୁ ନିୟମିତ ଭାବରେ ଖାଇବା ଓ ପିଇବା ଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାର ଲାଭ ମିଳିଥାଏ ।

• କଲରା ହାର୍ଟ ବା ହୃଦୟ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ । ଏହା ଶରୀର ମଧ୍ୟରେ ଥିବା ଖରାପ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରିତ କରିଥାଏ । ଯାହାଦ୍ୱାରା ହୃଦ୍ ଘାତ ଜନିତ ସମସ୍ୟାକୁ କିଛି ମାତ୍ରାରେ ଏଡାଇବା ସମ୍ଭବପର ହୋଇଥାଏ ।