ମୋଟାପଣ ଦୂର କରେ ଛତୁ ! ଜାଣନ୍ତୁ କିପରି . . .

169

ଛତୁକୁ ନିୟମିତ ସେବନ କଲେ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏକ ନୂଆ ରିପୋର୍ଟରୁ ଏହା ଦାବି କରାଯାଇଛି ଯେ, ଛତୁରେ ଏମିତି କିଛି ଔଷଧିୟ ଗୁଣ ରହିଛି ଯାହା ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏଥିସହ ଏହା ସ୍ନାୟୁତନ୍ତ୍ର ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବାରେ ଯଥେଷ୍ଟ ଭାବରେ ସହାୟକ ମଧ୍ୟ ହୋଇଥାଏ । ତେବେ ଛତୁ ଖାଇବା ଦ୍ୱାରା ଶରୀରକୁ ଆଉ କଣ ସବୁ ଉପକାର ମିଳିଥାଏ ଆସନ୍ତୁ ଜାଣିବା ।

•  ପ୍ରତିରକ୍ଷା ପ୍ରଣାଳୀ ବୃଦ୍ଧିକରିବାରେ ଛତୁକୁ ଆପଣ ବ୍ୟବହାର କରିପାରିବେ । ଛତୁରେ ଉପଲବ୍ଧ ଥିବା ଆଂଟି-ଅକ୍ସିଡେଂଟ ଶରୀରକୁ ଭୟଙ୍କର ପ୍ରି-ରେଡିକଲ୍ସଠାରୁ ରକ୍ଷା କରିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରର ଆଂଟି-ବାଇରଲ ଓ ବିଭିନ୍ନ ପ୍ରୋଟିନର ମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ । ଯାହାକି ଶରୀରରେ ଥିବା କୋଷିକାଗୁଡିକୁ ସଜାଡି ଥାଏ । ଖାଲି ସେତିକି ନୁହେଁ ଏହା ଏକ ପ୍ରାକୃତିକ ଔଷଧ, ଯାହା ବିଭିନ୍ନ ସଂକ୍ରମିତ ରୋଗକୁ ଠିକ୍ କରିଥାଏ ।

•  ଛତୁ ସାଧାରଣତଃ ପ୍ରୋଷ୍ଟେଟ୍ ଏବଂ ବ୍ରେଷ୍ଟ କ୍ୟାନସର ଭଳି ମାରାତ୍ମକ ରୋଗରୁ ଶରୀରକୁ ରକ୍ଷା କରିଥାଏ । ଏଥିରେ ବିଶେଷ କରି ବିଟା ଗ୍ଲୁକନ ଓ କଂଜୁଗେଟ୍ ଲାନୋଲିକ୍ ଏସିଡ୍ ମିଶିକରି ରହିଥାଏ ଯାହା ଏକ ପ୍ରତିରୋଧକ ଶକ୍ତି ଭାବରେ କାର୍ଯ୍ୟ କରିଥାଏ । ଆଉ ଯାହା କ୍ୟାନସର ବା କର୍କଟ ଭଳି ସମସ୍ୟାକୁ ନିୟନ୍ତ୍ରଣ କରିଥାଏ ।

•  ହୃଦୟ ରୋଗ ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ଛତୁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଥିବା ହାଇନ୍ୟୁଟ୍ରିୟର୍ସ ଯାହା ହୃଦୟ ପାଇଁ ଅଧିକ ଉପକାରୀ ହୋଇଥାଏ । ଏଥିରେ କିଛି ପ୍ରକାରର ଏନଜାଇମ ଓ ରସ ଥାଏ ଯାହା କୋଲେଷ୍ଟ୍ରଲର ସ୍ତରକୁ ହ୍ରାସ କରିଥାଏ ।

•  ଛତୁରେ ସେ ସବୁ ଉପାଦାନ ମିଶିକରିଥାଏ ଯାହା ମଧୁମେହ ଭଳି ସମସ୍ୟାକୁ ନିୟନ୍ତ୍ରଣ କରିବା ସହ ଏହି ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ । ଏଥିରେ ସାଧାରଣତଃ ଭିଟାମିନ, ମିନେରାଲ ଏବଂ ଫାଇବର ମିଶିକରି ରହିଛି । ଏଥିସହ ଏଥିରେ ଫ୍ୟାଟ୍,କାର୍ବୋହାଇଡ୍ରେଟ୍ ଏବଂ ସୁଗାରର ମାତ୍ରା ମଧ୍ୟ ନଥାଏ । ଯାହାକି ଜଣେ ମଧୁମେହ ରୋଗୀ ପାଇଁ ଉପଯୁକ୍ତ ହୋଇଥାଏ । ଏହା ଶରୀରରେ ଇନସୁଲିନର ମାତ୍ରାକୁ ବଢାଇଥାଏ ।

•  ଛତୁରେ ଥିବା ଲିନ୍ ପ୍ରୋଟିନ୍ କାରଣରୁ ଏହା ଶରୀରର ଓଜନ ହଟାଇବାରେ ସହଯୋଗ କରିଥାଏ । ତେବେ ମୋଟାପଣ ହ୍ରାସ କରିବାକୁ ଚାହୁଁଥିବା ଲୋକଙ୍କୁ ପ୍ରୋଟିନ୍ ଡାଇଟରେ ରହିବାକୁ ସାଧାରଣତଃ ଡାକ୍ତର ପରାମର୍ଶ ଦେଇଥାନ୍ତି । ଆଉ ଏଥି ସମୟରେ ଛତୁ ଖାଇବା ହିଁ ଉପଯୁକ୍ତ ହୋଇଥାଏ ।