ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ ଗୁଜୁରାତି । ଜାଣନ୍ତୁ ଏହାର କିଛି ଔଷଧୀୟ ଗୁଣ ସଂପର୍କରେ . . .

66

ସାଧାରଣତଃ ଦୁଗ୍ଧଜନିତ ଖାଦ୍ୟ ସମସ୍ତଙ୍କର ପ୍ରିୟ ହୋଇଥାଏ ହେଲେ ଏଥିରେ ଗୁଜୁରାତିର ଏକ ପ୍ରମୁଖ ଭୂମିକା ରହିଛି । ଯାହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଦେଇଥାଏ । କେବଳ ସ୍ୱାଦ ନୁହେଁ ବରଂ ଖାଦ୍ୟର ବାସ୍ନା ମଧ୍ୟ ଦ୍ୱିଗୁଣିତ କରିଥାଏ । ତେବେ ସମସ୍ତେ ଜାଣନ୍ତି କି ଏହାର ସ୍ୱାଦ ଏବଂ ବାସ୍ନା ସବୁଠାରୁ ନିଆରା । କିନ୍ତୁ ଗୁଜୁରାତିକୁ ଖାଲି ଯେ ସ୍ୱାଦ କିମ୍ବା ସୁଗନ୍ଧନାଶ ପାଇଁ ବ୍ୟବହାର କରାଯାଏ, ତାହା ନୁହେଁ ବରଂ ଏହାର ଏଭଳି କିଛି ଫାଇଦା ରହିଛି ଯାହାକୁ ଜାଣିବା ମାତ୍ରେ ପ୍ରତ୍ୟେକ ପୁରୁଷ ଏହାକୁ ଖାଇବାକୁ ବେଶି ପସନ୍ଦ କରିବେ ।

• ଖାଦ୍ୟ ପ୍ରତି ଦୃଷ୍ଟି ନଦେବା ଦ୍ୱାରା ଅଧିକାଂଶ ସମୟରେ ହଜମ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ । ଯେଉଁଥିପାଇଁ ବିଭିନ୍ନ ଔଷଧ ଖାଇବାକୁ ପଡ଼ିଥାଏ । କିନ୍ତୁ ଏସବୁରୁ ମୁକ୍ତି ଦେଇଥାଏ ଗୁଜୁରାତି । ଯାହାକୁ ପ୍ରତିଦିନ ଗୋଟିଏ ଲେଖାଏଁ ଖାଇବା ଦ୍ୱାରା ହଜମ ଜନିତ ସମସ୍ୟାରୁ ମୁକ୍ତ ମିଳିଥାଏ ।

• କେବଳ ହଜମ ପ୍ରକିୟା ନୁହେଁ ବରଂ ଗୁଜୁରାତି ଭୋକ ମଧ୍ୟ ବଢାଇଥାଏ । ତେବେ ଏକ ଉତ୍ତମ ସ୍ୱାସ୍ଥ୍ୟ ଚାହୁଁଥିବା ବ୍ୟକ୍ତିମାନେ ଗୁଜୁରାତି ଖାଇବା ଆବଶ୍ୟକ । କାରଣ ଏହାଦ୍ୱାରା ଶରୀରର ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ।

• ତେଣୁ ରାତିରେ ଶୋଇବା ପୂର୍ବରୁ ପୁରୁଷମାନେ ପ୍ରତିଦିନ ଗୋଟିଏ ଲେଖାଏଁ ଗୁଜୁରାତି ଖାଇବା ନିହାତି ଆବଶ୍ୟକ ।

• ଗୁଜୁରାତିର ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିବାର କ୍ଷମତା ରହିଛି । କାରଣ ଏଥିରେ ଉଭୟ ପୋଟାସିୟମ ଏବଂ ଫାଇବରର ମାତ୍ରା ଉପଯୁକ୍ତ ପରିମାଣରେ ରହିଥାଏ । ଯାହା ବ୍ଲଡ ସାର୍କୁଲେସନ ଠିକ ରଖିଥାଏ । ଏହା ସହିତ ୟୁରିନ୍ ଇନଫେକସନରୁ ମଧ୍ୟ ରକ୍ଷା କରିଥାଏ ।