ଜନ୍ତୁ ପୋଷିଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ

68

ପିଲାମାନେ ଘରେ ପଶୁପକ୍ଷୀ ପାଳିବାକୁ ଭାରି ଭଲପାଆନ୍ତି । ଏହି ପଶୁପକ୍ଷୀମାନଙ୍କ କୌତୁକିଆ ଆଚରଣ ପିଲାମାନଙ୍କୁ ଖୁବ୍ ଆକୃଷ୍ଟ କରିଥାଏ । ସାଧାରାଣତଃ ପିଲାମାନେ ଘରେ କୁକୁର, ବିଲେଇ, ଠେକୁଆ, ଧଳାମୂଷା, ଶୁଆ, ଆଦି ପୋଷିବାକୁ ଭଲ ପାଇଥାନ୍ତି । କିନ୍ତୁ ଏହି ପୋଷା ଜନ୍ତୁମାନଙ୍କୁ ରଖିବାକୁ ନେଇ କିଛିଟା କୁପ୍ରଭାବ ରହିଛି । ପୋଷା ପଶୁମାନେ ଯେ ପର୍ଯ୍ୟନ୍ତ ସୁସ୍ଥ ଅଛନ୍ତି ଯେ ପର୍ଯ୍ୟନ୍ତ କୌଣସି ଅସୁବିଧା ନାହିଁ । ମାତ୍ର ପଶୁ ଥରେ ରୋଗିଣା ହେବା ଆରମ୍ଭ ହେବା ମାତ୍ରେ ତାହାର କୁପ୍ରଭାବ ସିଧାସଳଖ ମଣିଷଙ୍କ ଉପରେ ପଡେ ।

ଯଦି ଆପଣ ଘରେ ପୋଷା ଜନ୍ତୁ ରଖିଛନ୍ତି ତେବେ ସେମାନଙ୍କ ଲୋମ ମୂଳକୁ ଭଲ କରି ଦେଖିବା ଉଚିତ । ସେମାନଙ୍କ ଲୋମରେ ଯଦି ପୋକ ଦେଖିବାକୁ ପାଉଛନ୍ତି, ତାହା ହେଲେ ଅତୀଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଜନ୍ତୁଙ୍କ ଲୋମରେ ପୋକ ଲାଗିଥିଲେ ଜାଣି ରଖନ୍ତୁ ଯେ ତାହା ହେଉଛି ସାଲମୋନେଲା ଜୀବାଣୁ । ଯାହା ଅତ୍ୟନ୍ତ କ୍ଷତିକାରକ । ଜଣାନପଡିଲେ ବି ମଣିଷମାନଙ୍କୁ ଆକ୍ରାନ୍ତ କରିପାରେ । ସମୟେ ସମୟେ ପ୍ରାଣୀଙ୍କ ଚର୍ମ ନାଲି ପଡ଼ିଯାଇଥାଏ ।

ଯଦି ଏଭଳି ଧରଣର ଲକ୍ଷଣ ଦେଖିବାକୁ ପାଉଛନ୍ତି ତା’ହେଲେ ଜାଣି ରଖନ୍ତୁ, ଜନ୍ତୁ ଦେହରେ ରିଙ୍ଗୱର୍କ ଫଙ୍ଗସ୍ ସୃଷ୍ଟି ହୋଇଛି । ଏହା କୁଣ୍ଡେଇ ହୋଇ ଘାଆ ହେବାର ସମ୍ଭାବନ ଅଧିକ । ସେହିପରି ଆଉ ଏକ ରୋଗ ରହିଛି ଟକସୋପ୍ଲାଜମୋସିସ୍ । ଏହା ବିଲୋଇ ଦେହରୁ ଆସିଥାଏ ଏବଂ ଖୁବ କ୍ଷତିକାରକ । ବିଲେଇ ରାଞ୍ଚୁଡି ଦେଲେ ମଧ୍ୟ ଖୁବ ବିପଦ । ଯଦି କେବେ ସେମିତି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଉଷୁମ ପାଣିରେ ବିଲେଇ ରାଞ୍ଚୁଡିଥିବା ସ୍ଥାନକୁ ଧୋଇ ଦିଅନ୍ତୁ । ଲାଇମ ରୋଗର ନାଁ ପାୟ ଶୁଣିଥିବେ । ଏହି ଧରଣର ରୋଗ ମଧ୍ୟ ପଶୁଙ୍କ ଦେହରେ ଥିବା ଟିଙ୍କରୁ ଆସିଥାଏ ।