ଥଣ୍ଡାଜନିତ ସମସ୍ୟରୁ ମୁକ୍ତି ଦେଇଥାଏ, ଏହି ସବୁ ପରିବା

34

ଶରୀରର ଯତ୍ନ ନେଉଥିବା ବ୍ୟକ୍ତିମାନେ ସବୁବେଳେ ସେମାନଙ୍କର ଖାଦ୍ୟପ୍ରତି ଦୃଷ୍ଟି ଦେଇଥାନ୍ତି । ତେବେ ଋତୁ  ଅନୁୂସାରେ ଯଦି ଖାଦ୍ୟର ଯତ୍ନ ନିଆଯାଏ ତେବେ ଶରୀର ସୁସ୍ଥ ରହିଥାଏ । କେବଳ ସେତିକି ନୁହେଁ ବରଂ ହୃଦରୋଗ ଜନିତ ରୋଗ ଏବଂ ମଧୁମେହରୁ ମଧ୍ୟ ମୁକ୍ତି ମିଳିଥାଏ । ଏହା ସହିତ ଶରୀରରେ କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ପରିବାରେ କି ପ୍ରକାରର ଔଷଧିୟ ଗୁଣ ରହିଛି ।

• ଥଣ୍ଡାଦିନରେ ରସୁଣ, ଅଦା ଏବଂ ଗାଜର ଖାଇବା ଦ୍ୱାରା ଶରୀରରେ ଆଂଟିବାୟୋଟିକ ଶକ୍ତି ବଢିଥାଏ ଏବଂ ଥଣ୍ଡା ମଧ୍ୟ କମ ଅନୁଭବ ହୋଇଥାଏ ।

• ରସୁଣ ଖାଇବା ଦ୍ୱାରା ଦାନ୍ତକୁ ମଧ୍ୟ ଆରାମ ମିଳିଥାଏ । ତେବେ ରସୁଣକୁ ଲବଙ୍ଗ ସହିତ ବାଟି ଯନ୍ତ୍ରଣା ହେଉଥିବା ଦାନ୍ତରେ ଲଗାଇବା ଦ୍ୱାରା ସେଥିରୁ ମୁକ୍ତି ମିଳିଥାଏ ।

• ରସୁଣ ଖାଇବା ଦ୍ୱାରା ଶରୀରରେ ଟି-କୋଷ,ଫେଗୋସାଇଟିସ ଓ ଲିମ୍ଫୋସାଇଟିସ ଆଦି ପ୍ରତିରୋଧକ ତତ୍ତ୍ୱ ବୃଦ୍ଧି ହୋଇଥାଏ । ଯାହା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ କ୍ଷମତା ବଢିଥାଏ । ଏହା ଦ୍ୱାରା ସହଜରେ କୌଣସି ସଂକ୍ରମଣ ଜନିତ ସମସ୍ୟା ହୋଇନଥାଏ ।

• ଏହା ବ୍ୟତୀତ ରସୁଣ ଖାଇବା ଦ୍ୱାରା ଶରୀରକୁ ଗୁଡ କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଏଥିରେ ଥିବା ଏଲିସିନ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ତେଣୁ ରସୁଣ ଖାଇବା ନିହାତି ଦରକାର, ଏହା ଦ୍ୱାରା ଶରୀର ଫିଟ ରହିଥାଏ ।