ଖାଲି ପେଟରେ କେଉଁ ଖାଦ୍ୟ ଖାଇବା ଅନୁଚିତ ! ଆସନ୍ତୁ ଜାଣିବା

73

ସକାଳୁ ସକାଳୁ ଅଫିସ ଯିବା ତରବରିଆରେ ଅଧିକାଂଶ ଲୋକ ଖାଲି ପେଟରେ ଯାହା ମିଳେ ତାକୁ ଖାଇ ବାହାରୁ ପଡିଥାନ୍ତି । ମାତ୍ର କଣ ଆପଣ ଜାଣିଛନ୍ତି ଆପଣଙ୍କ ଏଭଳି ଖରାପ ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଭୟଙ୍କର । ତେବେ ଏନେଇ ବିଶେଷଜ୍ଞମାନେ କିଛି ଖାଦ୍ୟ ଜିନିଷ ଉପରେ ସଂପୂର୍ଣ୍ଣ ଭାବରେ ରୋକ୍ ଲଗାଇଛନ୍ତି କାରଣ ସେମାନଙ୍କ କହିବା କଥା ହେଲା ଯଦି ଏହିସବୁ ଖାଦ୍ୟକୁ ସାଧାରଣତଃ ଖାଲି ପେଟରେ ଖିଆ ଯାଏ ତେବେ ଏହାଦ୍ୱାରା ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ଖାଲି ପେଟରେ କେଉଁ ଖାଦ୍ୟ ଖାଇବା ଅନୁଚିତ ।

ମସଲାଯୁକ୍ତ ଖାଦ୍ୟ

ସକାଳୁ ସକାଳୁ ବ୍ରେକ୍ ଫାଷ୍ଟରେ କେବେ ହେଲେ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ । ବିଶେଷ କରି ଅଧିକ ଲଙ୍କା ବା ରାଗ ମସଲା ଖାଦ୍ୟ ଖାଇବା ଅନୁଚିତ୍ । ଏହାଦ୍ୱାରା ପୁରା ଦିନଟା ପେଟରେ ଏସିଡିଟି ହେବା ସହ ଏହା ଅର୍ଶ ବା ପାଇଲ୍ସ ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ ।

ସଫ୍ଟ ଡ୍ରିଙ୍କ୍

ସଫ୍ଟ ଡ୍ରିଙ୍କ୍ ତଥା ମୃଦୁ ପାନୀୟ ଜଳ ବିଶେଷ କରି କୋଲ୍ଡ ଡ୍ରିକ୍ସ ଆଦିକୁ ଖାଲି ପେଟରେ ପିଇବା ଅନୁଚିତ । କାରଣ ଏଥିରେ ଅଧିକ ମାତ୍ରାରେ କାର୍ବୋନେଟ ଏସିଡ୍ ମିଶିକରି ରହିଥାଏ । ଏହା ପେଟର ଏସିଡ୍ ସହ ମିଶି ବିଭିନ୍ନ ରୋଗର କାରଣ ହୋଇଥାଏ । ଏହାଛଡା ଆପଣଙ୍କୁ ଗ୍ୟାସ୍ ଏବଂ ବାନ୍ତି ଭଳି ସମସ୍ୟାର ଶିକାର ହେବାକୁ ପଡିଥାଏ ।

ଥଣ୍ଡା ଜାତୀୟ ଖାଦ୍ୟ

ଖାଲି ପେଟରେ ଭୁଲରେ ମଧ୍ୟ ଥଣ୍ଡା ଜାତୀୟ ପାନୀୟ ପଦାର୍ଥ କିମ୍ବା ଖାଦ୍ୟ ଗ୍ରହଣ କରିବା ଅନୁଚିତ୍ । ଯେପରିକି କୋଲ୍ଡ କଫି ଓ କୋଲ୍ଡ ଡ୍ରିଙ୍କ୍ ଇତ୍ୟାଦି । କାରଣ ଏହା ପେଟରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ । ବିଶେଷ କରି ଏହା ପାଚନ କ୍ରିୟାରେ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ । ଖାଲି ପେଟରେ ଥଣ୍ଡା ଜାତୀୟ ଜିନିଷ ଖାଇବା କିମ୍ବା ପିଇବାଦ୍ୱାରା ହଜମ ଶକ୍ତି ହ୍ରାସ ପାଇଥାଏ । ତେଣୁ ଏହି ଜାଗାରେ ଗରମ ଗ୍ରୀନ୍ ଟି କିମ୍ବା ହାଲକା ମାତ୍ରାରେ ଉଷୁମ ପାଣି ପିଇ ଆପଣଙ୍କ ଦିନର ଶୁଭାରମ୍ଭ କରିବା ଉଚିତ ।

ଖଟା ଫଳ

ଖାଲି ପେଟରେ ଖଟା ଜାତୀୟ ଫଳ ଖାଇବା ଉଚିତ୍ ନୁହେଁ । ଯେପରିକି କମଳା, ଲେମ୍ବୁ, ଅଙ୍ଗୁରୁ ଇତ୍ୟାଦି । ଏହାଦ୍ୱାରେ ପେଟରେ ଏସିଡ୍ ହୋଇଥାଏ । ଏକଥା ଠିକ୍ ଯେ, ଏହାଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାରର ପ୍ରୋଟିନ୍ ମିଳିଥାଏ ସତ ମାତ୍ର ଏହା ଶରୀରରେ ପାଚନ ତନ୍ତ୍ରକୁ ମଧ୍ୟ ପ୍ରଭାବିତ କରିଥାଏ । ଏଥିପାଇଁ ଖଟା ଜାତୀୟ ଫଳକୁ ଖାଲି ପେଟରେ ଖାଇବା ଆଦୌ ଉଚିତ୍ ନୁହେଁ ।

କଫି

ଖାଲି ପେଟରେ କଫି ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।ଏହାଦ୍ୱାରା ଏସିଡିଟି ଭଳି ସମସ୍ୟା ଦେଖାଯାଇଥଆଏ । କାରଣ କଫି ଶରୀରରେ ଥିବା ହାଇଡ୍ରୋକ୍କୋରିକ ଏସିଡକୁ ରୋକିଥାଏ ଯାହାଦ୍ୱାରା ଶରୀରର ଡାଇଜେଷ୍ଟିକ୍ ସିଷ୍ଟମ ଠିକ୍ ଭାବରେ ସଂଚଳନ ହୋଇ ପାରି ନଥାଏ ଆଉ ଯାହା ପାଇଁ ଗ୍ୟାଷ୍ଟ୍ରିକ୍ ଭଳି ସମସ୍ୟା ଦେଖାଦେଇଥାଏ ।