ଜିମ ଯାଉଛନ୍ତି କି ? ତେବେ ଏହି ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ

33

ଜିମ ଯାଉଥିଲେ କେତେକ କଥାକୁ ଅଣଦେଖା ନକରି ଧ୍ୟାନ ଦେବା ନିହାତି ଦରକାର । ଯଦି ଜିମ ସଂଚାଳକ ଫୁଡ ସପ୍ଲିମେଂଟ ଦେଉଛନ୍ତି ତେବେ ତାଙ୍କୁ ଫୁଡ ସେଫ୍ଟିର ଲାଇସେନ୍ସ ନେବାକୁ ପଡ଼ିବ । ଆପଣ ସେଠାକୁ ଗଲେ ଏହି ପ୍ରତି ଧ୍ୟାନ ରଖନ୍ତୁ । ନଚେତ ଆପଣ ଜାଣିପାରିବେ ନାହିଁଯେ ଆପଣ ଯେଉଁ ସପ୍ଲିମେଂଟ ନେଉଛନ୍ତି ତାହା ଠିକ କିମ୍ବା ଭୁଲ । ଖାଦ୍ୟ ସୁରକ୍ଷା ଅଧିକାରୀ ଡାକ୍ତର ଜିସି କଣ୍ଡବାଲଙ୍କ କହିବା ଅନୁସାରେ ସହରରେ ଖୁବ ସାରା ଜିମ ସଂଚାଳନ ଜିମରେ ଫୁଡ ସପ୍ଲିମେଂଟ ଦେଉଛନ୍ତି ।

ଚିକିତ୍ସାଳୟ ଏବଂ ବିଦ୍ୟାଳୟରେ ଯଦି କ୍ୟାଂଟିନ ଚାଲୁଛି ତେବେ ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟାଳୟରୁ ଲାଇସେନ୍ସ ଆଣିବା ନିହାତି ଦରକାର । ଏଭଳି ନ କଲେ ଆଇନ କାନୁନ ତଦାରଖ ହେବ । ଏଭଳି କେତେକ ସ୍ଥାନ ରହିଛି ଯେଉଁମାନେ ଲାଇସେନ୍ସ ନେଇନାହାଁନ୍ତି । ତେବେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କହିବା ଅନୁସାରେ ଖୁବ ଶୀଘ୍ର ରାଜଧାନୀ ମାନଙ୍କରେ ଏ ସବୁ ପ୍ରତି ତଦାରଖ କରାଯିବ । ଯଦି କେହି ଧରା ପଡ଼େ ତେବେ ଜେଲ ସହିତ ଜୋରିମନା ମଧ୍ୟ ଦେବାକୁ ପଡ଼ିବ ।