ଅମୃତଭଣ୍ଡା ଓ ଲେମ୍ବୁ ଜୁସ୍ ମହିଳାମାନେ ପିଇବା ନିହାତି ଜରୁରୀ ! କାହିଁକି ଜାଣନ୍ତୁ –

169

papaya-juiceସାଧାରଣତଃ ମହିଳା ଦୈନିକ ଦିନଚର୍ଯ୍ୟା ଭିତରେ ଅନେକ ପ୍ରକାର କାମ କରି ଥାଆ’ନ୍ତି । ଘର ଠାରୁ ନେଇ ଅଫିସ ଯାଏ ସବୁ କାମକୁ କରିବା ଭିତରେ ଅନେକ ସମୟରେ କ୍ଲାନ୍ତ ହୋଇପଡନ୍ତି । ବେଳେବେଳେ ଏହି ସବୁ ସମସ୍ୟାରୁ ଉପଶମ ପାଇଁ ଔଷଧର ସାହାର ନିଅନ୍ତି । କିନ୍ତୁ ସେମାନେ ଚାହିଁଲେ ଘରୋଇ ଭାବେ ବିନା କୈାଣସି ଔଷଧରେ ଏହି ସବୁ ସମସ୍ୟାକୁ ଦୂର କରିପାରିବେ । ଯଦି ନିଜର ପ୍ରତିଦିନର ଡାଏଟିଂରେ ଅମୃତଭଣ୍ଡା ଜୁସକୁ ଆପଣେଇବେ ତ ଏହା ଖୁବ୍ ଉପକାରୀ ସାବ୍ୟସ୍ତ ହୋଇପାରିବ ।

juicesଏମିତି ଭାବେ କଂଚା ଓ ପାଚିଲା ଦୁଇ ପ୍ରକାରରର ଅମୃତଭଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ । ଆପଣ ଅମୃତଭଣ୍ଡାକୁ କଂଚା ଓ କାଟି ସିଝାଇ ଦୁଇ ଖାଇ ପାରିବେ । ଯଦି ଖାଇବା ପସନ୍ଦ କରୁନାହାଁନ୍ତି ତ ପାଚିଲା ଅମୃତଭଣ୍ଡାକୁ ଏକ ଭଲ ବିକଳ୍ପ ହେବ । ପାଚିଲା ଅମୃତଭଣ୍ଡା କାଟି ଏହା ଉପରେ ଗୋଲମରିଚ ପାଉଡର ପକାଇ ଖାଆନ୍ତୁ । ଆଉ ମଧ୍ୟ ଅମୃତଭଣ୍ଡା ଜୁସ୍ ରେ ଲେମ୍ବୁ ରସ ମିଶାଇ ପିଇଲେ ଏହା ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ । କ୍ଲାନ୍ତ ଦୂର କରିବା ସହ ଇମ୍ୟୁନି ଶକ୍ତି ବି ବଢାଇବାର କାର୍ଯ୍ୟ କରିଥାଏ ।

Papaya fruit sliced ​​and placed on a piece of wood.ଅମୃତଭଣ୍ଡା ଜୁସରୁ କ’ଣ ଫାଇବା ପାଇବେ ଜାଣନ୍ତୁ –
୧ -ଲେମ୍ବୁ ରସ ମିଶ୍ରିତ ଅମୃତଭଣ୍ଡା ଜୁସ୍ ପିଇବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଠିକରେ ହୋଇଥାଏ ଏବଂ ହାର୍ଟଆଟାକ୍ ର ସମ୍ଭାବନା ମଧ୍ୟ କମ୍ ଥାଏ ।

୨ – ଅମୃତଭଣ୍ଡା ଓ ଲେମ୍ବୁ ଜୁସ୍ ଶରୀରରୁ ଟକ୍ସିନ୍ସ ବାହାରକୁ କାଡିବାରେ ସାହାଯ୍ୟ କରିଥାଏ । ଏବଂ ଏହା ଦ୍ୱାରା ଚର୍ମ ଓ କେଶରେ ଉତ୍ତମତ୍ତା ଦେଖାଦେଇଥାଏ ।

Papaya-juice-with-lemon-2୩ – ଅମୃତଭଣ୍ଡାରେ ଥିବା ପପିନରୁ ଗ୍ୟାସ୍ ଓ କାଷ୍ଠିନ୍ୟତାର ସମସ୍ୟା ଦୂର ହୋଇଥାଏ ।

୪ – ଅମୃତଭଣ୍ଡାରେ ଭିଟାମିନ୍-ସି ଭରପୂର ମାତ୍ରାରେ ଥାଏ । ଯାହାଦ୍ୱାରା ପୂରା ଦିନ ଫୂର୍ତ୍ତି ଲାଗିଥାଏ ଏବଂ ଦୁର୍ବଳତା କେବେ ଲାଗିନଥାଏ ।

୫- ଅମୃତଭଣ୍ଡାରେ ଲେମ୍ବୁର ରସ୍ ମିଶାଇ ପିଇବା ଦ୍ୱାରା ଗଣ୍ଠିର ଯନ୍ତ୍ରଣା ଦୂରହୋଇପାରେ ।

୬ – ଅମୃତଭଣ୍ଡାରେ ଥିବା ପପାଇନ୍ ମହିଳାଙ୍କର ପିରିୟଡକୁ ରେଗୁଲାର କରିଥାଏ ଏବଂ ଏହି ସମୟରେ ହେଉଥିବା ଯନ୍ତ୍ରଣାରୁ ଉପଶମ ଦେଇଥାଏ ।

୭- ଅମୃତଭଣ୍ଡାର ଜୁସ୍ ଇମ୍ୟୁନିଟି ପାୱାରକୁ ବଢାଇବା ସହ ଶରୀରକୁ କୈାଣସି ଇନଫେକ୍ସନରୁ ରକ୍ଷା କରିପାରିବ।
(ସୈାଜନ୍ୟ- ଆଜତକ୍ )