ଟ୍ୟୁମର ପାଇଁ ହୋଇପାରେ ମସ୍ତିଷ୍କ ଅଚଳ ! ଜାଣନ୍ତୁ ଏହାର ଲକ୍ଷଣ

33

ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା । କିନ୍ତୁ ଲଗାତର ଭାବେ ଏହି ସମସ୍ୟା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । କାରଣ ଏପରି ହେବାଦ୍ୱାରା ଆପଣଙ୍କୁ ବ୍ରେନ୍ ଟ୍ୟୁମରରେ ଶିକାର ହେବାର ଆଶଙ୍କା ରହିଛି । ତେଣୁ ଏହି ସମସ୍ୟାକୁ ଅଣଦେଖା କରିବା ଆଦୌ ଉଚିତ ନୁହେଁ । ଏଭଳି କିଛି ଲକ୍ଷଣ ବିଷୟରେ ଆଜି ଆମେ ଆପଣଙ୍କୁ ଅବଗତ କରାଇବୁ ଯାହା ବ୍ରେନ୍ ଟ୍ୟୁମର ଚିହ୍ନଟ କରାଇବାରେ ଆପଣଙ୍କୁ ସହାୟକ ହେବ ।

• ଯଦି ଆପଣ ଆପଣଙ୍କ ଶରୀରକୁ ସନ୍ତୁଳିତ କରିପାରୁ ନାହାଁନ୍ତି ତେବେ ଏଥିପ୍ରତି ଧ୍ୟାନ ଦେବା ଉଚିତ । କାରଣ ଟ୍ୟୁମର ଶରୀରରେ ଥିବା କୋଷରାଶିକୁ ପ୍ରଭାବିତ କରିଥାଏ ।ଯାହା ମଣିଷ ଚାଲିବା ସମୟରେ ଅଧିକ ପ୍ରଭାବ ପକାଇଥାଏ ।

• ବ୍ରେନ୍ ଟ୍ୟୁମରରେ ବିଶେଷ କରି ହୃଦ୍ ଘାତ ଜନିତ ସମସ୍ୟା ଦେଖାଦେଇଥାଏ । ଯଦି ଆପଣଙ୍କୁ କେବେ ହୃତ୍ ଘାତ ହୁଏ ତେବେ ତତକ୍ଷଣାତ୍ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

• ସ୍ମରଣଶକ୍ତି ହ୍ରାସ ପାଇବା ମଧ୍ୟ ବ୍ରେନ୍ ଟ୍ୟୁମରର ଅନ୍ୟ ଏକ ଲକ୍ଷଣ । ଯଦି ଆପଣଙ୍କର କୌଣସି କଥା ମନେରହୁ ନାହିଁ । ଏଥିସହ ଅନ୍ୟସବୁ ସ୍ୱଭାବରେ ପରିବର୍ତ୍ତନ ଦେଖାଦେବା ଯେପରିକି କଥାକହିବା ବେଳେ ଥଙ୍ଗେଇବା,ଶୁଣିବା ଓ ଦୃଷ୍ଟି ଶକ୍ତିରେ ସମସ୍ୟା ଦେଖାଦେବା ହଠାତ୍ ଶରୀରର ମାଂସ ପେଶୀ ବୃଦ୍ଧି ପାଇବାକୁ ଲାଗିଲେ ଏବଂ ଗଳାରେ ସମସ୍ୟା ଦେଖାଦେବା ଆଦି ସମସ୍ୟା ବ୍ର୍ରେନ୍ ଟ୍ୟୁମରର ପ୍ରାଥମିକ ଲକ୍ଷଣ ଅଟେ ।

• ଯଦିଓ, ବ୍ରେନ୍ ଟ୍ୟୁମର ଏକ ଆତ୍ମଘାତୀ ସମସ୍ୟା ରହି ଆସିଛି କିନ୍ତୁ ସମୟ ପୂର୍ବରୁ ଏହାକୁ ଏଡାଇ ଯାଇ ପାରିବ । ଏହାର ଚିକିତ୍ସା ଉପଚାର କିମୋଥେରାପି, ରେଡିଏସନ ଥେରାପି, ସର୍ଜରି ଆଦି ବିଭିନ୍ନ ଉପାୟରେ କରାଯାଇପାରିବ । କିନ୍ତୁ ସବୁଠାରୁ ବଡକଥା ହେଲା,ଏହାକୁ ସମୟ ପୂର୍ବରୁ ଚିହ୍ନଟ କରିବା ଅତ୍ୟନ୍ତ ଜରୁରୀ ।