ଚିନିଦ୍ୱାରା ହୋଇ ନଥାଏ ମଧୁମେହ ! ଜାଣନ୍ତୁ ଏହାର ପ୍ରକୃତ କାରଣ ଓ ସମାଧାନ

111

ମଧୁମେହ ବା ଡାଇବେଟିସ୍ ଭଳି ସମସ୍ୟାକୁ ନେଇ ଅଧିକାଂଶ ଲୋକ ଭ୍ରମରେ ଥାଆନ୍ତି । କିଛି ଲୋକଙ୍କ କହିବା କଥା ହେଲା ଚିନି ଖାଇବାଦ୍ୱାରା ହିଁ ଡାଇବେଟିସ୍ ଭଳି ସମସ୍ୟା ଦେଖା ଦେଇଥାଏ । ମାତ୍ର ଏହା ପ୍ରକୃତରେ ସତ୍ୟ ନୁହେଁ । ତେବେ କଣ ରହିଛି ଏହାର ପ୍ରକୃତ କାରଣ ଓ ସମାଧାନ ଆସନ୍ତୁ ଜାଣିବା ।

ଚିନି ଖାଇବାଦ୍ୱାରା ଡାଇବେଟିସ୍ ବା ମଧୁମେହ ଭଳି ସମସ୍ୟା ଆଧିକ ମାତ୍ରାରେ ଦେଖାଯାଇଥାଏ ବୋଲି ଅନେକ ଭାବିଥାନ୍ତି । ମାତ୍ର ଏହା ଭାବିବା ସଂପୂର୍ଣ୍ଣ ଭୂଲ । କାରଣ ସାଧାରଣତଃ ଡାଇବେଟିସ୍ ଦୁଇ ପ୍ରକାର ହୋଇଥାଏ । ପ୍ରଥମଟି ହେଲା, ଶରୀରରେ କୋଷରାଶିମାନଙ୍କରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ତଥା ଇଂସୁଲିନ ତିଆରି କରୁଥିବା କୋଷିକା କାରଣରୁ ହୋଇଥାଏ । ଆଉ ଦ୍ୱିତୀୟଟି ହେଲା,ଏହା ଆନୁବାଂଶିକ ବା ବଂଶାନୁକ୍ରମ ଓ ଲାଇଫଷ୍ଟାଇଲ ଉପରେ ନିର୍ଭର କରିଥାଏ । ଯଦି ଆପଣ ଖାଇବାରେ କ୍ୟାଲୋରିର ମାତ୍ରା ଅଧିକ ଥାଏ ତେବେ ଏହାଦ୍ୱାରା ଶରୀରରେ ମୋଟାପଣ ବୃଦ୍ଧି ପାଇବା ସହ ଡାଇବେଟିସ୍ ଭଳି ସମସ୍ୟା ସୃଷ୍ଟି କରିଥାଏ ।

କିଛି ଲୋକ ଭାବନ୍ତି ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିର ଦେହ ସବୁବେଳେ ଅସୁସ୍ଥ ରହିଥାଏ । ତାକୁ ବିଭିନ୍ନ ରୋଗର ଶିକାର ହେବାକୁ ମଧ୍ୟ ପଡିଥାଏ । ମାତ୍ର ପ୍ରକୃତରେ ଏହା ଭୁଲ ଅଟେ । କାରଣ ଯଦି କୌଣସି ବ୍ୟକ୍ରି ଏହି ରୋଗରେ ପୀଡିତ ତେବେ ଏହା ଜରୁରୀ ନୁହେଁ କି ସେ ସବୁବେଳେ ରୋଗରେ ଆକ୍ରାନ୍ତ ରହିବେ । କିନ୍ତୁ ହଁ ଏଇଟା ସତ ଯଦି କିଛିି ଜ୍ୱର ହୁଏ ତେବେ ଏହାକୁ ନିୟନ୍ତ୍ରଣ କରିବା ବହୁତ କଷ୍ଟ ହୋଇଥାଏ ।

ଡାଇବେଟିସକୁ ପ୍ର।ୟତଃ ଆମେ ଏକ ସାଧାରଣ ରୋଗ ବୋଲି ମନେକରନ୍ତି । ମାତ୍ର ଏହା ଭାବିବା ଆପଣଙ୍କ ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରିପାରେ । କାରଣ ଏହି ରୋଗଦ୍ୱାରା ହୃଦ୍ ଘାତ ଭଳି ସମସ୍ୟା ବଡ ବଡ ସମସ୍ୟା ଦେଖଦେଇଥାଏ । ଆଉ ଯାହାଦ୍ୱାରା ଆପଣଙ୍କର ମୃତ୍ୟୁ ମଧ୍ୟ ହୋଇପାରେ । ଏଥିପାଇଁ ନିୟମିତ ରୂପେ ଡାକ୍ତରଙ୍କ ପରାମର୍ଶ ନେବା ନିତ୍ୟାନ୍ତ ଆବଶ୍ୟକ ।

କିଛି ଲୋକ ଭାବନ୍ତି ଏହି ରୋଗର ଶିକାର ବ୍ୟକ୍ତି କୌଣସି ମିଠା ଜାତୀୟ ଖାଦ୍ୟପେୟ ଗ୍ରହଣ କରିବା ଉଚିତ୍ ନୁହେଁ । ମାତ୍ର ଏହା ଭାବିବା ଭୂଲ । କାରଣ ଏପରି ରୋଗୀ ଜଣେ ସୁସ୍ଥ ଲୋକ ଭଳି ମିଠା ଖାଇପାରିବେ କିନ୍ତୁ ସୀମିତ ପରିମାଣରେ ଅର୍ଥାତ୍ ଏଥିପାଇଁ ତାଙ୍କ ଡାଇଟରେ କାର୍ବାହାଇଡ୍ରେଟର ମାତ୍ରା ଅନୁସାରେ ବା ନିୟନ୍ତ୍ରିତ କରିବା ଦରକାର ।

ଯେଉଁ ଜିନିଷମାନଙ୍କରେ କାର୍ବୋହାଇଡ୍ରେଟ କମ ମାତ୍ରାରେ ଥାଏ ,ସେଥିରେ ପ୍ରୋଟିନ ବହୁ ମାତ୍ରାରେ ଦେଖିବାକୁ ମିଳିଥାଏ । ଏଥିପାଇଁ ହୃଦୟ ଓ କିଡନୀ ଭଳି ସମସ୍ୟା ଦେଖାଦେବାର ବହୁତ ଭାବରେ ସମ୍ଭାବନା ଥାଏ । ଏଥିପାଇଁ ଆପଣଙ୍କୁ ଆପଣଙ୍କ ଡାଇଟରେ କାର୍ବୋହାଇଡ୍ରେଟକୁ ସନ୍ତୁଳିତ ମାତ୍ରାରେ ଗ୍ରହଣ କରିବା ସହ ଏହାର ଚିକିତ୍ସା ପାଇଁ ନିୟମିତ ରୂପେ ବ୍ୟାୟାମ କରିବା ଉଚିତ ।