ନାକର ରଙ୍ଗରୁ ଜାଣନ୍ତୁ ରୋଗର ଲକ୍ଷଣ ! ଯଦି ଦେଖାଦେଉଛି ଏଭଳି କିଛି ପରିବର୍ତ୍ତନ ତେବେ ତୁରନ୍ତ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ, ଡ୍ୟାମେଜ୍ ହୋଇପାରେ ଆପଣଙ୍କ କିଡନୀ

80

ନିଶ୍ୱାସ ପ୍ରଶ୍ୱାସର ମାଧ୍ୟମ ହେଉଛି ନାକ । ଏଥିସହିତ ନାକ ଜରିଆରେ ବି ଅନେକ ରୋଗର ସଙ୍କେତ ମିଳିଥାଏ । ନାକରେ ଦେଖାଦେଉଥିବା ପରିବର୍ତ୍ତନରୁ ହିଁ ଆପଣ ଅନେକ ରୋଗ ସଂପର୍କରେ ଜାଣିପାରିବେ । ଏହାଦ୍ୱାରା ଆପଣ ସମୟ ଥାଉ ଥାଉ ବଡ ରୋଗରୁ ନିଜକୁ ରକ୍ଷା ମଧ୍ୟ କରିପାରିବେ । ସେହିପରି ନାକରୁ ରୋଗ ଚିହ୍ନିବାର ତରିକା ମଧ୍ୟ ବହୁତ ସହଜ । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।ତେବେ ଆସନ୍ତୁ ଜାଣିବା ଏସଂପର୍କରେ

ଆର୍ୟୁବେଦିକ ବିଶେଷଜ୍ଞଙ୍କ ମତରେ, ଯଦି ଆପଣଙ୍କ ନାକର ରଙ୍ଗ ଲାଲ୍ ହୋଇଯାଏ ତେବେ ଏହା ବ୍ଲଡ ପ୍ରେସର ବୃଦ୍ଧି ପାଇବାର କାରଣ ହୋଇପାରେ । ଅଧିକ ଚିନି ଏବଂ ନିଶାଜାତ ଦ୍ରବ୍ୟ ସେବନ କରିବା ଦ୍ୱାରା ନାକର ରଙ୍ଗ ଏଭଳି ହୋଇଯାଇଥାଏ । ତେବେ ଏଭଳି ଅନେକ ପ୍ରକାରର ପରିବର୍ତ୍ତନ ଅନେକ ରୋଗର ସଙ୍କେତ ଦେଇଥାଏ ।

ଧଳା ନାକ

ନିମ୍ନବ୍ଲଡ ପ୍ରେସର, ହାର୍ଟ ଜନିତ ସମସ୍ୟା ଏବଂ ରକ୍ତହୀନତା ଭଳି ସମସ୍ୟା ଥିଲେ ନାକରେ ଏଭଳି ପରିବର୍ତ୍ତନ ଦେଖାଦେଇଥାଏ ।

ନାକରେ ହଳଦିଆ ଏବଂ ଧଳା ରଙ୍ଗର ବ୍ରଣ ବାହାରିବା

ଅତ୍ୟଧିକ ମାତ୍ରାରେ ଫାକ୍ଟି ଫ୍ରୁଡ ଖାଇବା ଦ୍ୱାରା ଏଭଳି ବ୍ରଣ ନାକରେ ଉଠିଥାଏ । ଏହା ପାଚନ ତନ୍ତ୍ରରେ ଦେଖାଦେଉଥିବା ସମସ୍ୟା କାରଣରୁ ହୋଇପାରେ ।

ନାକ ଫୁଲିଯିବା

ଯଦି ବିନା କୌଣସି ଆଘାତରେ ନାକ ହଠାତ୍ ଫୁଲିଯାଏ କିମ୍ବା ନାକରେ ଯନ୍ତ୍ରଣା ହୁଏ ତେବେ ଏହା ଉଭୟ ହାର୍ଟ ଏବଂ କିଡନୀ ଡ୍ୟାମେଜ ହେବାର ସଙ୍କେତ ଦେଇଥାଏ ।

ନାକରେ ଲାଲ ଏବଂ କଳା ରଙ୍ଗର ଦାଗ ସୃଷ୍ଟି ହେଲେ

ନାକ ଉପରେ ଦେଖାଦେଉଥିବା କଳା ଏବଂ ଲାଲ Akskritori system ଏବଂ ବ୍ଲର୍ଡ ସର୍କ୍ୟୁଲେସନ ସିଷ୍ଟମରେ କୌଣସି ସମସ୍ୟା ଥିବା ନେଇ ଦର୍ଶାଇଥାଏ ।

ତେଣୁ ଯଦି ଆପଣଙ୍କଠାରେ ଏଭଳି କୌଣସି ପରିବର୍ତ୍ତନ ଦେଖାଦେଉଛି ତେବେ ତୁରନ୍ତ ସତର୍କ ହେବା ସହ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।