ସାବଧାନ ! ଅଣ୍ଡା ଓ କିଛି ଜିନିଷକୁ ବେଶୀ ଦିନ ଫ୍ରିଜରେ ରଖନ୍ତୁ ନାହିଁ, ଜାଣନ୍ତୁ କାହିଁକି ?

70

2-foodକୈାଣସି ଖାଦ୍ୟକୁ ବା ଜିନିଷକୁ ପରେ ବ୍ୟବହାର କରିବା ପାଇଁ ଆମେ ଫ୍ରିଜକୁ ବ୍ୟବହାର କରିଥାଉ । କିନ୍ତୁ ଏହା ଏତେ ଦିନ ରଖିଲେ ଭଲ କି ଖରାପ ହେବା ତାହା ଭାବୁ ନାହେଁ । ଏବେ ଏକ ଅଧ୍ୟୟନରୁ ଜଣାପଡିଛି କିଛି ଫ୍ରେସ୍ ଜିନିଷ ଅଛି ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଖରାପ ହେବାର ସମ୍ଭାବନା ବହୁତ ଥାଏ । ଫ୍ରିଜରେ ରଖିବା ଦ୍ୱାରା ଏହାର ନ୍ୟୁଟ୍ରିଏଂଟସ ବି କମ ହୋଇପାରେ । ଏଣୁ ଏହି ଜିନିଷକୁ ଫ୍ରିଜ ବାହାରେ ରଖିଲେ ଭଲ । ମେଡିକାଲ ଡାଇଟିସିୟନ ଡା. ଅମିତା ସିଂହଙ୍କ ସୂଚନା ଅନୁସାରେ କିଛି ଫୁଡକୁ ଫ୍ରିଜରେ ରଖିବା ଉଚିତ୍ ନୁହେଁ । ଜାଣନ୍ତୁ ଏଗୁଡିକୁ –

slicedbreadଫ୍ରିଜରେ ରଖିଲେ କ’ଣ ଅସୁବିଧା ହେବ ?
୧ – ଅଣ୍ଡା – ଏହାକୁ ବେଶୀ ଦିନ ଫ୍ରିଜରେ ରଖିଲେ ଏହାର କେଶର ଶୁଖି ଯାଇପାରେ । ଏହାର ନ୍ୟୁଟ୍ରିଏଂଟସ କମିଯାଇଥାଏ । ଏଣୁ ଏହା ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ।
–ବ୍ରେଡ୍- ଫ୍ରିଜର ଥଣ୍ଡା ତାପମାନରେ ବ୍ରେଡ ନଷ୍ଟ ହେବାର ବହୁତ ସମ୍ଭାବନା ଥାଏ । ଏହାର ଡିହାଇଡ୍ରେଶନର ପ୍ରୋସେସ ବଢିଯାଇଥାଏ । ଏହାଦ୍ୱାରା ବ୍ରେଡ ଶୁଖିଯାଏ । ଶୀଘ୍ର ଖରାପ ହୋଇଯାଏ ।
tomato୩–ବିଲାତି- ଫ୍ରିଜରେ ରଖିବା ଦ୍ୱାରା ଏହା ଭିତରେ ଥିବା ମେମବ୍ରେନ ଭାଂଗି ଯାଏ । ବିଲାତି ଶୁଖିଯାଇ ଖରାପ ହୋଇଥାଏ ।
୪-କଦଳୀ- ଏଥିରୁ ଇଥାଇଲିନ୍ ଗ୍ୟାସ ବାହାରେ । ଯାହାକୁ ଅନ୍ୟ ଫଳ ସହ ଫ୍ରିଜରେ ରଖିଲେ ଏହି ଗ୍ୟାସର ପ୍ରଭାବରେ ସେଗୁଡିକୁ ବି ପଚାଇଦିଏ ।
lemon୫–ଲେମ୍ବୁ ଓ କମଳା–ଏଥିରେ ସାଇଟ୍ରିକ୍ ଏସିଡ୍ ଥାଏ । ଏଥିପାଇଁ ଏହା ଫ୍ରିଜର ଥଣ୍ଡାକୁ ପ୍ରତିହତ କରିପାରି ନଥାଏ । ଚୋପରେ ଦାଗ ପଡିଯାଏ । ସ୍ୱାଦ ବି ବଦଳିଯାଏ ।
୬–ମହୁ- ଫ୍ରିଜରେ ଏହାକୁ ରଖିବା ଦ୍ୱାରା ଏହା ବହଳିଆ ହୋଇଯାଏ । ଏଣୁ ଏହାକୁ ଫ୍ରିଜର ବାହାରେ ରଖିବା ଭଲ । ଅଧିକ ସମୟଯାଏ ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏହାର କ୍ରିଷ୍ଟଲ ଭଳି ହୋଇଯାଏ ।
365୭–ସେଓ- ଏହାକୁ ଫ୍ରିଜରେ ରଖିଲେ , ଏଥିରେ ଥିବା ଏନଜାଇମ୍ସ ଆକ୍ଟିଭ୍ ହୋଇଥାନ୍ତି ଏବଂ ଫଳ ଶୀଘ୍ର ପାଚିଯାଏ । ଏଣୁ ଏହା ଖରାପ ହେବାର ସମ୍ଭାବନା ବେଶୀ ଥାଏ । ଯଦି ଫ୍ରିଜରେ ରଖୁଛନ୍ତି ତ କାଗଜରେ ଗୁଡାଇ ରଖନ୍ତୁ ।
୮- ସବୁଜ ପତ୍ରର ପରିବା– ଏଗୁଡିକୁ କିଛି ଦିନ ଫ୍ରିଜରେ ରଖିଲେ ଏହାର ପତ୍ର ଶୁଖିଯାଏ । ପରିବା ଶୀଘ୍ର ନଷ୍ଟ ହେବାର ସମ୍ଭାବନା ଥାଏ । ଏହାସହ ସହ ପିଆଜକୁ ବି ଫ୍ରିଜରେ ରଖିବା ଭଲ ନୁହେଁ । ଏହା ଦ୍ୱାରା ପିଆଜର କଟୁତା ନଷ୍ଟ ହୋଇଯାଏ ।