ସ୍ମାର୍ଟ ହେବାକୁ ଚାହୁଁଛନ୍ତି କି ? ଶ୍ୱେତସାର ପ୍ରଚୁର ଖାଆନ୍ତୁ

104

ଡାକ୍ତରୀ ସୂଚନା ଅନୁସାରେ କାର୍ବୋହାଇଡ୍ରେଟ୍ ବା ଶ୍ୱେତସାରଯୁକ୍ତ ଖାଦ୍ୟ ମଣିଷକୁ ଅଧିକ ସ୍ମାର୍ଟ କରିଥାଏ । ବିଶେଷକରି ଷ୍ଟାର୍ଚ ବା ମଣ୍ଡଯୁକ୍ତ ଖାଦ୍ୟ ମନୁଷ୍ୟର ମସ୍ତିଷ୍କର ବିକାଶରେ ସାହାଯ୍ୟ କରିଥାଏ ।

ମାନବ ବିକାଶ ସଂପର୍କରେ ଗବେଷଣାବେଳେ ଏତେ ବଡ ମସ୍ତିଷ୍କ ମନୁଷ୍ୟ କିପରି ପାଇଲା ତା ଉପରେ ଗବେଷଣା ଚାଲିଥିଲା । ଗବେଷଣାରୁ ଜଣାପଡିଥିଲା ଯେ, ମାଂସ ଖାଇବା ଦ୍ୱାରା ମନୁଷ୍ୟ ବଡ ମସ୍ତିଷ୍କର ଅଧିକାରୀ ହୋଇଥିଲା । ଏହାସହ ମଣ୍ଡଯୁକ୍ତ ଖାଦ୍ୟ ଓ ଶ୍ୱେତସାର ମନୁଷ୍ୟକୁ ଆହୁରି ସ୍ମାର୍ଟ କରିଥିଲା ।ବାର୍ସିଲୋନା ବିଶ୍ୱବିଦ୍ୟାଳୟର ଗବେଷଣାରତ ପ୍ରଫେସର କରେନþ ହାର୍ଡି ଏହା ପ୍ରକାଶ କରିଛନ୍ତି । ମନୁଷ୍ୟର ମସ୍ତିଷ୍କ ୨୫ ପ୍ରତିଶତ ଶକ୍ତି ଓ ୬୦ ପ୍ରତିଶତ ରକ୍ତ ଶର୍କରା ଗ୍ରହଣ କରିଥାଏ ବୋଲି ସେ କହିଛନ୍ତି ।

ଏହାସହ ମଧ୍ୟ ପଢନ୍ତୁ – ସେକ୍ସ ଲାଇଫକୁ ଶସ୍ତା କରନ୍ତୁନି : ଆୟୁଷ ହାନି ହୋଇପାରେ !