ତେଲ ଦୂର କରିବ ଆଖି ତଳର କଳାଦାଗ ! ଜାଣନ୍ତୁ କିପରି

89

ଚିନ୍ତା ଏବଂ ବ୍ୟସ୍ତ ଜୀବନ ମଧ୍ୟରେ ଠିକ ଭାବରେ ନିଦ ପୂରା ହୋଇ ନଥାଏ । ଯେଉଁ କାରଣରୁ ଆଖି ତଳେ କଳା ଦାଗ ବସା ବାନ୍ଧି ଦିଏ । ଏଥିପାଇଁ ବଜାରରେ ବିଭିନ୍ନ ପ୍ରକାର ଆଇ କ୍ରିମ ଏବଂ ଜେଲ ଉପଲବ୍ଧ ହେଉଛି । ଏହାକୁ ବ୍ୟବହାର କରିବା ସତ୍ୱେ ମଧ୍ୟ କୌଣସି ଫାଇଦା ମିଳି ନଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏଭଳି ଏକ ତେଲ ରହିଛି ଯାହାକୁ ବ୍ୟବହାର କରିବା ଦ୍ୱାରା କଳା ଦାଗ ଖୁବ ଶୀଘ୍ର ଭଲ ହୋଇଯିବ । ତେବେ ଆସନ୍ତୁ ଆଲୋଚନା କରିବା ।

• ଆଖିର କଳା ଦାଗ ଭଲ କରିବା ପାଇଁ ବାଦାମର ତେଲକୁ ବ୍ୟବହାର କରିପାରିବେ । ଏହାକୁ ପ୍ରତିଦିନ ଆଖି ତଳେ ମାଲିସ କରିବା ଦ୍ୱାରା ଆଖି ତଳେ ହେଉଥିବା କଳା ଦାଗରୁ ମୁକ୍ତି ପାଇ ପାରିବେ । କିନ୍ତୁ ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ କେତେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ।

• ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଆଖିକୁ ଧୋଇବା ଉଚିତ । ଯଦି ଧୋଇବା ସମୟରେ ଜଳାପୋଡ଼ା ଅନୁଭବ ହେଉଥାଏ ତେବେ ବରଫରେ ୧ ମିନିଟ ପର୍ୟ୍ୟନ୍ତ ଆଙ୍ଗୁଠି ସାହାଯ୍ୟରେ ଆଖିର ପାଶ୍ୱର୍କୁ ସକୁର୍ଲାର ଗତିରେ ୨ରୁ ୩ ମିନିଟ ପର୍ୟ୍ୟନ୍ତ ଧୀରେ ଧୀରେ ଘଷନ୍ତୁ ।

• ଧ୍ୟାନ ରଖିବେ ଯେପରି ବାଦାମ ତେଲ ଆଖି ଚାରି ପାଖରେ ବ୍ୟବହାର କରିବା ପରେ ମୋବାଇଲ ଓ ଲ୍ୟାପଟପ ଠାରୁ ଦୁରେଇ ରହିବେ ।

• ଏହି ସବୁ ଦିଗ ପ୍ରତି ଧ୍ୟାନ ଦେଇ ବ୍ୟବହାର କରିବା ଦ୍ୱାରା ଚୁଟକୀରେ ଆଖି ତଳ କଳା ଦାଗ ଭଲ ହୋଇଯିବ ।