ବଜାରକୁ ଆସିଲା ବିଷ କଦଳୀ ! ଖାଇବା ମାତ୍ରକେ ପେଟରେ ଆରମ୍ଭ ହୋଇଯାଉଛି ଅସହ୍ୟ ଯନ୍ତ୍ରଣା,ଏଭଳି ଜାଣନ୍ତୁ ଆପଣ କିଣିଥିବା କଦଳୀ ଭଲ ନା ଖରାପ

60

ଯଦି ଆପଣ କଦଳୀ ଖାଇବାକୁ ବେଶି ପସନ୍ଦ କରନ୍ତି ତେବେ ଟିକିଏ ସତର୍କ ରୁହନ୍ତୁ । ନଚେତ୍ କୌଣସି ବି ବଡ ରୋଗର ଶିକାର ହୋଇପାରନ୍ତି । ବିଶ୍ୱାସ ହେଉନି ନା ତେବେ ପଢନ୍ତୁ କେତେ ବଡ ବିପଦରେ ପଡିପାରନ୍ତି ଆପଣ ।

ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, କଂଚା ଆମ୍ବ ଏବଂ କଦଳୀକୁ ପଚାଇବା ପାଇଁ ଫଳ ଦୋକାନୀମାନେ ଚୀନରୁ ଆସିଥିବା ଋଗ୍ଧଷଚ୍ଚକ୍ଷରଦ୍ଭର ଜବସକ୍ଟ୍ରବଦ୍ଭକ୍ସ ନାମକ ଏକ ରସୟାନିକ ପଦାର୍ଥର ବ୍ୟବହାର କରୁଛନ୍ତି । ଯେବେ କି କଦଳି ପାଇଁ ସଗ୍ଧଷରକ୍ଟ୍ରଷକ୍ଟଦ୍ଭବ ନାମକ ରସୟାନିକର ପ୍ରୟୋଗ କରାଯାଉଛି । ତେବେ ଏହି ଦୁଇଟି ଯାକ ରସାୟନିକ ପଦାର୍ଥ ଭାରତରେ ବ୍ୟାନ କରାଯାଇଛି ।

ଡାକ୍ତରଙ୍କ ମତରେ, ଏହି ଦୁଇ ରସାୟନିକ ପଦାର୍ଥ ଆମ ଶରୀର ପାଇଁ ବହୁତ କ୍ଷତିକାରକ ଅଟେ । ଏହି ରସାୟନିକ ପଦାର୍ଥ ଶରୀର ମଧ୍ୟକୁ ପ୍ରବେଶ କରିବା ଦ୍ୱାରା ପେଟ ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ । ଏହାବ୍ୟତୀତ କିଡନୀ ମଧ୍ୟ ଫେଲ ହୋଇଯିବାର ସମ୍ଭାବନା ଅଧିକ ରହିଛି । ଡାକ୍ତରଙ୍କ ସୂଚନା ମୁତାବକ, ଅଧିକାଂଶ ସମୟରେ ଲୋକେ ଦାଗ ମାଗ ଥିବା ଫଳ କିଣିବାକୁ ଆଦୌ ପସନ୍ଦ କରିନଥାନ୍ତି, କେବଳ ଆଖିକୁ ସୁନ୍ଦର ଦେଖାଯାଉଥିବା ତଥା ଚକମକ ଦେଖାଯାଉଥିବା ଫଳ କିଣିବାକୁ ହିଁ ବେଶି ପସନ୍ଦ କରିଥାନ୍ତି । ଆଉ ଏହା ହିଁ ଏହି ରସାୟନିକକୁ ଚିହ୍ନଟ କରିବାର ଏକମାତ୍ରା ଉପାୟ । କାରଣ ଏହି ଫଳଗୁଡିକର ରଙ୍ଗ ପଛରେ ରହିଛି ବ୍ୟାନ ହୋଇଥିବା କେମିକାଲ । ମାତ୍ରାଧିକ ଏଥିଲିନ ବ୍ୟବହାର ହେବା ଦ୍ୱାରା ଏହା ଆଖିକୁ ଖୁବ୍ ଆକର୍ଷଣୀୟ ଦେଖାଯାଇଥାଏ ସତ କିନ୍ତୁ ଭିତରେ ଭରି ରହିଥାଏ କେବଳ ବିଷ ହିଁ ବିଷ ।

ତେବେ କଂଚା ଆମ୍ବ ଏବଂ କଦଳିକୁ ପଚାଇବା ପାଇଁ ଆନ୍ଧ୍ର ପ୍ରଦେଶ, ୟୁପି, ବିହାର ଏବଂ ଓଡିଶାରେ ମିଳୁଥିବା ଫଳଗୁଡିକରେ ବିଶେଷ କରି ଏହି ରସାୟନିକ ପଦାର୍ଥ ବ୍ୟବହାର କରାଯାଉଛି ।ଏଫଏସଏସଏଆଇ ଦ୍ୱାରା ନିଦ୍ଧାରିତ ମାନକ ଅନୁସାରେ,ଆମ୍ବ ଏବ କଦଳିକୁ ପଚାଇବା ପାଇଁ ଏଥିଲିନ ଗ୍ୟାସର ବ୍ୟବହାର କରାଯାଇପାରେ ଏବଂ ଏହାର ମାନକ ମଧ୍ୟ ୧୦୦ପିଏମ ସ୍ଥିର କରାଯାଇଛି । କିନ୍ତୁ ଏଠାରେ ଯେଉଁଭଳି ଭାବରେଏହାକୁ ବ୍ୟବହାର କରାଯାଉଛି ତାହା ନିର୍ଧାରିତ ମାନକଠାରୁ ପାଖାପାଖି ୨୦ରୁ୩୦ ଗୁଣା ଅଧିକ ରହିଛି । ଯାହାଦ୍ୱାରା କି ଏପ୍ରକାରର ଫଳ ଖାଇବା ଶରୀର ପାଇଁ କୌଣସି ବିପଦରୁ କମ ନୁହେଁ ।

ପ୍ରାକୃତିକ ଏବଂ ରସାୟନିକ କହଦୀ ମଧ୍ୟରେ ଫରକ୍

ପ୍ରାକୃତିକ ଉପାୟରେ ପଚାଯାଇଥିବା କଦଳୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଖରାପ ହୋଇନଥାଏ । କିନ୍ତୁ ରସାୟନିକ ଉପାୟରେ ପଚାଯାଇଥିବା କଦଳୀ ୨୪ ଘଂଟା ଭିତରେ ଶଢି ଯାଇଥାଏ । ଭଲ ଓ ଖରାପ କଦଳୀ ଭିତରେ ଥିବା ଅନ୍ତରକୁ ଚିହ୍ନଟ କରିବାରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତରିକା ଅଟେ ।