୧୦ ଟଙ୍କାରେ ମିଳୁଥିବା ଆଖୁ ରସ ଶୋଷ ମେଂଟାଇଥାଏ ସତ ହେଲେ ଆପଣଙ୍କ ଜୀବନ ମଧ୍ୟ ନେଇପାରେ । ଜାଣନ୍ତୁ କିପରି

141

ରାସ୍ତା କଡରେ ୧୦ ଟଙ୍କାରେ ମିଳୁଥିବା ଆଖୁ ରସ ନା ହିଁ କେବଳ ଶୋଷ ନମେଂଟାଇଥାଏ ବରଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ବୋଲି ଯଦି ଆପଣ ଭାବୁଥିବେ । ତେବେ ଏଭଳି ଭାବିବା ସଂପୂର୍ଣ୍ଣ ଭାବରେ ଭୁଲ୍ ଅଟେ । କାରଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ରସ ଆପଣଙ୍କୁ ସୁସ୍ଥ କରି ନଥାଏ ବରଂ ଆପଣଙ୍କୁ ମୃୃତ୍ୟୁ ଆଡକୁ ଟାଣିନେଇଥାଏ । ତେବେ କିପରି ଆସନ୍ତୁ ଜାଣିବା ।

ବାସ୍ତବରେ ଆଖୁ ରସ ଏବଂ ବରଫର ପ୍ରଭାବ ପୂରାପୁରି ଅଲଗା । ଯଦି ଆପଣ ଏହାକୁ ସାମାନ୍ୟ ବି ଅଣଦେଖା କରନ୍ତି ତେବେ ଆପଣ ନିଶ୍ଚୟ କୌଣସି ବଡ ରୋଗର ଶିକାର ହୋଇପାରନ୍ତି । ତେଣୁ ଆଖୁ ରସ ପିଇବା ପୂର୍ବରୁ ଥରେ ଉକ୍ତ ପାତ୍ରଟିକୁ ଭଲ ଭାବରେ ପରଖି ନିଅନ୍ତୁ ଯେଉଁଥିରେ ଆପଣଙ୍କୁ ଆଖୁ ରସ ପରସା ଯାଇଛି । ସବୁଠାରୁ ବଡ କଥା ହେଲା, ଅଧିକାଂଶ ସମୟରେ ଆଖୁକୁ ଭଲ ଭାବରେ ସଫା କରାଯାଇନଥାଏ । ଯାହାଦ୍ୱାରା ଆଖୁର ଚର୍ତୁଃପାଶ୍ୱରେ ଥିବା ରୋଗ ଜୀବାଣୁ ରସରେ ମିଶିଥାଏ ଏବଂ ଏହି ରୋଗ ଜୀବାଣୁ ଶରୀରକୁ କ୍ଷତି ପହଂଚାଇଥାନ୍ତି ।

ଏହାବ୍ୟତୀତ, ଯେଉଁ ଆଖୁ ରସ ଆପଣ ପିଉଛନ୍ତି ସେଥିରେ ଲାଗିଥିବା ମାଟି ଭଲ ଭାବରେ ଛାଡିଛି କି ନାହିଁ ତାହା ମଧ୍ୟ ଦେଖିବା ଉଚିତ । ଏଥିସହିତ ଆଖୁ ରସ ବିକ୍ରି କରିଥିବା ବ୍ୟକ୍ତି ଜଣକ ସଫାସୁତୁରା କି ନୁହେଁ ଏବଂ ଉକ୍ତ ସ୍ଥାନଟି ପରିଷ୍କାର କି ନୁହେଁ ତାହା ମଧ୍ୟ ଯାଂଚ କରିବା ଉଚିତ ।