ଓଲଟା ଦୈାଡିଲେ ଅନେକ ଫାଇଦା ! ସୁସ୍ଥ ରହିବା ପାଇଁ କରନ୍ତୁ ଏହି ଅଭ୍ୟାସ

62

3ଶରୀରକୁ ଫି୍ଟ ରଖିବା ପାଇଁ ଅନେକ ମର୍ଣ୍ଣିଂ ୱାର୍କରେ ଦୈାଡିବାକୁ ବି ସାମିଲ କରିଥାନ୍ତି । ଏହା ଦ୍ୱାରା ଶରୀରରେ ଫୂର୍ତ୍ତି ଆସେ ଓ ଚର୍ବି ଅଂଶ ମଧ୍ୟ ଶରୀରର କମିଥାଏ । ସକାଳୁ ସକାଳୁ ଦୈାଡିବାକୁ ଲୋକେ ପସନ୍ଦ କରିଥାନ୍ତି । ଆଉ ଅନେକ ଜିମରେ ମଧ୍ୟ ଦୈାଡିବା ଅଭ୍ୟାସ ଜାରି ରଖିଥାନ୍ତି । ଏଣୁ ଦୈାଡିବାକୁ ନିଜର ଦୈନିକ ଜୀବନରେ ସାମିଲ କଲେ ଖୁବ୍ ଭଲ । ଏମିତି ତ ସିଧା ଦୈାଡିବା ବିଧି ସମସ୍ତେ ଜାଣିଥାନ୍ତି । ଏବେ ଜଣା ପଡିଛି ଓଲଟା ଦୈାଡିଲେ ଏହାର ଫାଇଦା ବହୁତ । ଓଲଟା ଦୈାଡିବାର ପ୍ରଚଳନ ଏବେ ମଧ୍ୟ ନୂଆ ନୁହେଁ । ଅନେକ ଦିନରୁ ଏହା ପ୍ରଚଳିତ ଅଛି ।

4ୟୁୁରୋପ ଓ ଜାପାନରେ ଓଲଟା ଦୈାଡିବା ଖୁବ୍ ଲୋକପ୍ରିୟ । ସେଠାର ଲୋକେ ଏହାକୁ ଖୁବ୍ ପସନ୍ଦ କରନ୍ତି । ଅନେକ ଦିନରୁ ସେଠାରେ ଏହା ଚାଲିଆସିଛି । ନିକଟରେ ଭାରତରେ କମ୍ ଲୋକ ଏହି ବିଷୟରେ ଜାଣିଛନ୍ତି । ଆପଣ କଣ ଜାଣନ୍ତି ସିଧା ଦୈାଡିବା ଅପେକ୍ଷା ଓଲଟା ଦୈାଡିବାରେ ଅନେକ ଫାଇଦା ମିଳିଥାଏ ବୋଲି ? ହଁ ଆପଣକୁ ଏଠାରେ ଏହା ବିଷୟରେ କିଛି ତଥ୍ୟ ଦେଉଛୁ ।

୧ – ସିଧା ଦୈାଡିବା ସମୟରେ ଅଣ୍ଟା ଆଗକୁ ବଙ୍କା ହୋଇ ରହିଥାଏ । ଫଳରେ ବେକ ଓ ପିଠିରେ ଯନ୍ତ୍ରଣା ହୋଇଥାଏ । ସେହି ସମୟରେ ଓଲଟା ଦୈାଡିବା ଦ୍ୱାରା ଆମର ପିଠି ଓ ଅଣ୍ଟା ସିଧା ରହିଥାଏ । ଏହାଦ୍ୱାରା ଆମର ଶରୀରର ଆକାର ଠିକ୍ ରହିଥାଏ ।

୨- ସାମ୍ନାକୁ ସିଧା ଦୈାଡିବା ଅପେକ୍ଷା ଓଲଟା ଦୈାଡିବା ଦ୍ୱାରା ୨୦ ପ୍ରତିଶତ ଅଧିକ କ୍ୟାଲୋରୀ କମି ଥାଏ ।

5୩- ସିଧା ଦୈାଡିବା ଖୁବ୍ ସହଜ ହୋଇଥାଏ । କିନ୍ତୁ ଓଲଟା ଦୈାଡିବା ଦ୍ୱାରା କଷ୍ଟ ଅନୁଭବ ହୁଏ ଓ ଅଧିକ ପରିଶ୍ରମ କରିବାକୁ ପଡେ । ଏହା ଦ୍ୱାରା ହାର୍ଟର କ୍ଷମତା ବଢିଥାଏ ।

୪ – ଓଲଟା ଦୈାଡିବା ଏକ ମଜାଦାର ପ୍ରକ୍ରିୟା ଅଟେ । କାରଣ ଅଧିକ ଦୈାଡିବା ଦ୍ୱାରା ଆମେ ବୋର୍ ହୋଇପଡୁ । ହେଲେ ଓଲଟା ଦୈାଡିବା ଦ୍ୱାରା ସବୁବେଳେ ମଜାଦାର ଓ ଏକ୍ସାଇଟିଂର ବିଷୟ ହୋଇଥାଏ ।

୫- ଆଉ ମଧ୍ୟ ଉଲଟା ଦୈାଡରେ ଶରୀରର ମାଂସ ପେଶୀ ଦୃଢ ହୋଇଥାଏ ଓ ଶକ୍ତ ହୁଏ ।

୬- ଯଦି ଆପଣଙ୍କ ଗୋଡରେ କୈାଣସି କ୍ଷତ ହୋଇଯାଏ ତ ଦୈାଡିବାରେ ଖୁବ୍ ସମସ୍ୟା ହୋଇଥାଏ । ସିଧା ଦୈାଡିବା ଦ୍ୱାରା ଆଣ୍ଠୁରେ ଖୁବ୍ ପ୍ରେସର ପଡେ । ହେଲେ ଓଲଟା ଦୈାଡିଲେ ଏହି ମାଂସ ପେଶୀଗୁଡିକୁ ଆରାମ ମିଳେ । ଏହିଭଳି ଦୈାଡରେ କ୍ଷତ ହେଲେ ବି ଆପଣକୁ ଯନ୍ତ୍ରଣା ଅନୁଭବ ହେବ ନାହିଁ ।
(ସୈାଜନ୍ୟ -ନବଭାରତ ଟାଇମ୍ସ)