ବୟସ ଅନୁସାରେ କିପରି ନେବେ ପିଲାଙ୍କ ଖାଦ୍ୟପେୟର ଯତ୍ନ ? ଧ୍ୟାନ ଦିଅନ୍ତୁ କିଛି କଥା ଉପରେ

69

ସାଧାରଣତଃ ପିଲାମାନଙ୍କ ଖାଦ୍ୟପେୟ ସଂମ୍ବନ୍ଧିତ ସମସ୍ୟା ସେହି ଘରମାନଙ୍କରେ ଦେଖାଯାଇଥାଏ ଯେଉଁ ଘରମାନଙ୍କରେ ବାପା-ମାଆ ଶିଶୁର ତାର ଶରୀରର ଆବଶ୍ୟକତା ଅନୁସାରେ ଖାଦ୍ୟ ଦେବାରେ ଅକ୍ଷମ ଥାନ୍ତି । କାରଣ ତାଙ୍କୁ ଏକଥା ମଧ୍ୟ ଜଣାନଥାଏ କି କେତେ ବର୍ଷ ବୟସରେ ଶିଶୁଟିକୁ କେଉଁ ପ୍ରକାର ଖାଦ୍ୟ ଖାଇବାକୁ ଦେବା ସ୍ୱାସ୍ଥ୍ୟ ପାଇଁ ଜରୁରୀ ଅଟେ ।

ପିଲାଙ୍କୁ ବାହର ଖାଦ୍ୟ ଖାଇବା ଅଭ୍ୟାସ କରିବା ଦ୍ୱାରା ଏବଂ ଅଧିକ ସମୟ ଧରି ଟିଭି ଦେଖିବା କାରଣରୁ ମଧ୍ୟ ସେମାନଙ୍କ ଖାଦ୍ୟପେୟକୁ ପ୍ରଭାବିତ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏସଂପର୍କରେ କିଛ କଥା ଜଣାଇବୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିବ ।

• ବିିଶେଷ କରି ଜନ୍ମରୁ ଛ’ ମାସ ଯାଏଁ ଶିଶଙ୍କୁ ମା’ କ୍ଷୀର ଖାଇବାକୁ ଦେବା ଦ୍ୱାରା ତାହା ଶିଶୁର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ । କାରଣ ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତିର କ୍ଷମତାକୁ ବୃଦ୍ଧି କରିଥାଏ । ସେହିପରି ଅଢେଇ ବର୍ଷ ଯାଏଁ ଶିଶୁଙ୍କୁ ଗାଈ କ୍ଷୀର ଦେବା ସହ ଅନ୍ୟାନ୍ୟ ହାଲକ ଖାଦ୍ୟ ତଥା ରାବିଡି, ବିସ୍କୁଟ,ଦଲିଆ,କନଫ୍ଲେକ୍ସ ଏବଂ ବିଭିନ୍ନ ପରିବା ଶିଝା ମଧ୍ୟ ଖାଇବାକୁ ଦେବା ଉଚିତ ।

• ଅଧିକାଂଶ ସମୟରେ ମଇଦା, ବେସନ କିମ୍ବା ଅଟାରେ ତିଆରି ଖାଦ୍ୟ ଶିଶୁଙ୍କୁ ଖାଇବାକୁ ଦିଆଯାଇଥାଏ । ଏହାଦ୍ୱାରା ଶିଶଙ୍କୁ ଅନେକ ପେଟ ରୋଗ ଭଳି ସମସ୍ୟା ଭୋଗିବାକୁ ପଡିଥାଏ । ସେହିଭଳି କ୍ଷୀର ଶରୀରରେ କ୍ୟାଲସିୟମର ମାତ୍ରାକୁ ଫୁର୍ତ୍ତି କରିବାରେ ସହାୟକ ହୋଇଥାଏ । ମାତ୍ରା ତାହା ସେତେବେଳେ କାମ କରେ ଯେତେବେଳେ ଏଥିସହ କ୍ଷୀରରେ ତିଆରି ହୋଇଥିବା ଖାଦ୍ୟମାନ ଶିଶୁଟିକୁ ଖାଇବାକୁ ଦିଆଯାଏ ।

• ଶିଶୁମାନଙ୍କ ବିକାଶ ନ ହେବା ପଛରେ ମଧ୍ୟ ଅନ୍ୟ ଏକ କାରଣ ରହିଛି । ତାହା ହେଲା ଖାଦ୍ୟରେ ଥିବା ସେମାନଙ୍କ ରୁଚି । ଅର୍ଥାତ୍ ସେମାନଙ୍କ କିଭଳି ଖାଦ୍ୟ ଖାଇବାକୁ ପସନ୍ଦ ଥାଏ । ତାହା ଜାଣିବା ନିହାତି ଆବଶ୍ୟକ । ତେବେ ଏହି ପ୍ରରିପେକ୍ଷୀରେ ସେମାନଙ୍କୁ କୌଣସି ଖାଦ୍ୟ ଜୋରଜବଦସ୍ତି ଦେବା ଅନୁଚିତ । ଏଥିସହ ସେମାନଙ୍କ ଖାଦ୍ୟରେ ନୂଆ ନୂଆ ଖାଦ୍ୟ ଜନିଷ ସାମିଲ କରନ୍ତୁ ।

• ଅନେକ ସମୟରେ ଭ୍ରମରେ ପଡି କିଛି ପୌଷ୍ଟିକ ଖାଦ୍ୟ ଆମେ ଶିଶୁଙ୍କୁ ଖାଇବାକୁ ଦେଇ ନଥାଉ । ଯେପରିକି ମିଠା କିମ୍ବା ଆମ୍ବ ଶିଶୁ ଖାଇବା ଦ୍ୱାରା ଶରୀରରେ ଗରମର ମାତ୍ରା ବଢିଯାଏ ଯାହା ଦ୍ୱାରା ବିଭିନ୍ନ ଚର୍ମ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଆଉ କଦଳୀ ଖାଇବା ଦ୍ୱାରା ଶିଶୁକୁ ଥଣ୍ଡା ତଥା କଫ, କାଶ ଭଳି ସମସ୍ୟା ହୋଇଥାଏ ଇଚ୍ଛ୍ୟାଦି । ତେବେ ଏଭଳି ଚିନ୍ତା କରିବା ଅନୁଚିତ କାରଣ ଏଗୁଡିକ ସେତେବେଳେ କ୍ଷତିକାରକ ହୋଇଥାଏ ଯେତେବେଳେ ଏହାକୁ ଅଧିକ ମାତ୍ରାରେ ଶିଶୁଙ୍କୁ ଖାଇବାକୁ ଦିଆଯାଇଥାଏ ।