ଜାଣନ୍ତୁ, ଚକୋଲେଟ୍ ଡେ’ରେ କାହାକୁ ଦେବେ କେଉଁ ଚକୋଲେଟ୍

112

ଚକୋଲେଟ ଡେ’ରେ ଜଣେ ଅନ୍ୟ ଜଣଙ୍କୁ ଚକୋଲେଟ୍ ଦେଇ ନିଜ ଭାବନାକୁ ପ୍ରକାଶ କରିଥାଏ । ଗୋଟିଏ ପଟେ ଯୁବ ପୀଢି ନିଜ ସାଥୀଙ୍କ ସହିତ ଚକୋଲେଟ୍ ସେୟାର କରୁଥିବା ବେଳେ ଅନ୍ୟ ପକ୍ଷରେ ସାଧାରଣ ଲୋକ ଚକୋଲେଟର ଆଦାନ ପ୍ରଦାନ କରି ନିଜ ସମ୍ପର୍କ ମଧ୍ୟରେ ଥିବା ମନୋମାଳୀନକୁ ଦୂର କରିଥାନ୍ତି । ଚକୋଲେଟ ଡେ’ ଏପରି ଏକ ଦିନ ଯେଉଁ ଦିନ ଆମେ ଅନ୍ୟ ଜଣଙ୍କୁ ଚକୋଲେଟ୍ ଦେଇ ନିଜ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଧୁର କରିପାରିବା ।

ଚକୋଲେଟ ଡେ’ରେ ଚକୋଲେଟ୍ ସେୟାର କରିବା ଭଲ କଥା । କିନ୍ତୁ ଏହା ଆହୁରି ମଧ୍ୟ ଭଲ ହୋଇପାରିବ ଯେତେବେଳେ ଆପଣ ସାମ୍ନାରେ ଥିବା ବ୍ୟକ୍ତିର ପସନ୍ଦକୁ ଜାଣିଥିବେ । ଏବଂ ଏହା ସହିତ ବଜାରରେ ମିଳୁଥିବା ଚକୋଲେଟର ଲାଭ ଏବଂ କ୍ଷତି ବିଷୟରେ ମଧ୍ୟ ଧ୍ୟାନ ଦିଅନ୍ତୁ । କାରଣ ଏହା ଅନ୍ୟର ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ । ତେବେ ଆସନ୍ତୁ ଜାଣିବା ବିଭିନ୍ନ ଚେକୋଲେଟର ଫାଇଦା ଏବଂ ହାନିକାରକ ବିଷୟରେ ।

ମିଲ୍କ ଚକୋଲେଟ-

ମିଲ୍କ ଚକୋଲେଟକୁ ଉପହାର ସ୍ୱରୂପ ଦେବା ସଠିକ କୁହାଯାଇଥାଏ । କାରଣ ମିଲ୍କ ଚକୋଲେଟ୍ ହୃଦୟ ସହ ଜଡିତ ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ଡାର୍କ ଚକୋଲେଟ-

ଚକୋଲେଟ ଡେ’ ରେ ଡାର୍କ ଚକୋଲେଟ ଡାୟଟିଙ୍ଗରେ ଥିବା ଲୋକଙ୍କୁ ଗିଫ୍ଟି କରନ୍ତୁ । ଡାର୍କ ଚକୋଲେଟ ଓଜନକୁ ସନ୍ତୁଳନରେ ରଖିଥାଏ ।

କେକ୍ ଚକୋଲେଟ-

ଚକୋଲେଟ ଡେ’ରେ କେକ ଚକୋଲେଟ୍ ସାଧାରଣ ରୂପେ ସେୟାର କରାଯାଇଥାଏ । ଏହା ଯୁବ ପ୍ରେମୀଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ । ଅଧିକାଂଶ ଯୁବ ପ୍ରେମୀ ଚକୋଲେଟ୍ ଡେ’ରେ ଚକେଲେଟ୍ କେକ ଉପହାର ଦେବାକୁ ପସନ୍ଦ କରିଥାନ୍ତି ।

ହ୍ୱାଇଟ୍ ଚକୋଲେଟ-

ହ୍ୱାଇଟ୍ ଚକୋଲେଟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ହ୍ୱାଇଟ୍ ଚକୋଲେଟରେ କ୍ୟାଲସିୟମ ଥାଏ ଯାହା ହାଡକୁ ମଜବୁତ କରିଥୀଏ ।

ନଟସ୍ ଚକୋଲେଟ-

ନଟସ୍ ଚକୋଲେଟ୍ ଖାଇବା ପାଇଁ ଖୁବ୍ ସ୍ୱାଦିଷ୍ଟ । ସେଥିପାଇଁ ଏହା ପିଲାମାନଙ୍କ ମଧ୍ୟରେ ଖୁବ ଲୋକପ୍ରିୟ । ତେଣୁ ଏହାକୁ ଉପହାରରେ ଦେବା ମଧ୍ୟ ଖୁବ ଭଲ ।