ଆପଣ ଜାଣିଛନ୍ତି କି ଆଲୁମିନିୟମ୍ ବାସନରେ ଖାଦ୍ୟ-ପଦାର୍ଥ ପ୍ରସ୍ତୁତି ସ୍ୱାସ୍ଥ୍ୟ ପାଇଁ ହୋଇଥାଏ କ୍ଷତିକାରକ । ବିଶେଷ କରି ଏହାର ପ୍ରଭାବ ଶିଶୁଙ୍କ ଉପରେ ଅଧିକ ମାତ୍ରାରେ ପଡିଥାଏ । ଅର୍ଥାତ୍ ଏହାର ପ୍ରଭାବ ଶିଶୁର ମେଧା ଶକ୍ତି ଉପରେ ସିଧାସଳଖ ପଡିଥାଏ । ତେବେ ଉପର ଆମେ ଯେଉଁସବୁ ତଥ୍ୟ ସଂପର୍କରେ ଆପଣଙ୍କୁ ଜଣାଇଲୁ ଏହା କୌଣସି ମନ ଗଢା କାହାଣୀ ନୁହେଁ କାରକ ନିକଟରେ  ହୋଇଥିବା ଏକ ଅଧୟନରୁ ଏହା ଜଣା ପଡିଛି ।

ସାଧାରଣତଃ ଆଲୁମିନିୟମ୍ ପାତ୍ରରେ ଆର୍ସେନିକ ଓ କାଡମିଅମ୍ ଥାଏ ଏବଂ ଉତ୍ତାପ ଫଳରେ ତାହା ଖାଦ୍ୟରେ ମିଶିଥାଏ । ଯାହା ଫଳରେ ଖାଦ୍ୟ ବିଷାକ୍ତ ହେବାରେ ଯଥେଷ୍ଟ ସମ୍ଭାବନା ରହଛି । ଖାଲି ସେତିକି ନୁହେଁ ଏଭଳି ପାତ୍ରରେ ରନ୍ଧା ଖାଦ୍ୟ ଅଧିକ ଦିନ ଖାଇଲେ ସ୍ନାୟୁ, ହୃତ୍ ପିଣ୍ଡ, ବୃକ୍କର ଆଦି ଗଭୀର ଭାବରେ ପ୍ରଭାବିତ ହୋଇଥାଏ ।  ମାତ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ ଶିଶୁର କୋମଳ ମସ୍ତିଷ୍କ । ଶିଶୁର ମେଧା ଶକ୍ତି, ମାନସିକ ଦକ୍ଷତା ହ୍ରାସ ପାଇଥାଏ । ପାଠରେ ମନ ଲାଗେ ନାହିଁ । ଶ୍ରେଣୀରେ ଦୁର୍ବଳ ପ୍ରଦର୍ଶନ ଅବସ୍ଥାକୁ ଅଧିକ ଖରାପ କରିଥାଏ ।

ତେବେ ଏସିଆ ଓ ଆଫ୍ରିକାର ପାଖାପାଖି ୧୦ଟି ବିକାଶଶୀଳ ଦେଶରେ ବ୍ୟବହୃତ ଆଲୁମିନିୟମ୍ ବାସନର ନମୁନା ପରୀକ୍ଷା ପରେ ବିଶେଷଜ୍ଞମାନେ ଏ ବାବଦରେ ସତର୍କ କରାଇଛନ୍ତି ।