ସାବଧାନ ! ମୃତ୍ୟୁର କାରଣ ହୋଇଥାଏ ବ୍ରେଡ୍ ଓ ଚୁଇଙ୍ଗମର ମାତ୍ରାଧିକ ସେବନ

37

ଯଦି ଆପଣ ପ୍ରତିଦିନ ବ୍ରେଡ୍ ଏବଂ ଚୁଇଙ୍ଗମ୍ ଖାଉଛନ୍ତି ତେବେ ଟିକେ ସାବଧାନ ହୋଇ ଯାଆନ୍ତୁ । କାରଣ ଏହା ଦ୍ୱାରା ଆପଣଙ୍କ ଜୀବନ ମଧ୍ୟ ଯାଇପାରେ । ଆଜ୍ଞା ହଁ ! ଏହାକୁ ପଢି ଆପଣ ସମ୍ଭବତଃ ଚକିତ ହୋଇପାରନ୍ତି ମାତ୍ର ଏକ ଗବେଷଣାରୁ ଏକଥା ସ୍ପଷ୍ଟ କରାଯାଇଛି ।

ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏକଥା ଜଣାପଡିଛି କି, ବ୍ରେଡ ଓ ଚୁଇଙ୍ଗମରେ ଉପଲବ୍ଧ ଥିବା ତତ୍ତ୍ୱ କୋଲୋନ କ୍ୟାନସରର କାରଣ ହୋଇଥାଏ । ଯେଉଁଥି ପାଇଁ ସମୟ ପୂର୍ବରୁ ହିଁ ବ୍ୟକ୍ତିର ମୃତ୍ୟୁ ହୋଇଥାଏ । ଏଥିରେ ଥିବା ଟାଇଟେନିୟମ ଡାଇଅକ୍ସାଇଡ୍ ନାମକ ଉପାଦାନ ଇନଟେଷ୍ଟିନର ସେଲଷ୍ଟ୍ରକଚର ଅର୍ଥାତ୍ ଏହା ସହ ଜଡିତ କୋଷିକାଗୁଡିକୁ ଭାଙ୍ଗି ଦେଇଥାଏ । ଯାହାଦ୍ୱାରା ପଚନତନ୍ତ୍ର ଦୁର୍ବଳ ହୋଇପଡିବା ସହ ଶରୀରରେ ବିଭିନ୍ନ ସଂକ୍ରାମକ ରୋଗ ହେବାର ବିପଦ ସୃଷ୍ଟି କରିଥାଏ ।

କେବଳ ସେତିକି ନୁହେଁ, ଟାଇଟେନିୟମ ଡାଇଅକ୍ସାଇଡ୍ ପେଟରେ ଥିବା କୋଷିକାଗୁଡିକର ଜାଲକୁ ଛିଡାଇ ଶରୀରର ଅନ୍ୟ ଅଂଶକୁ ଚାଲିଯାଇଥାଏ । ତେବେ ଅଧ୍ୟୟନ କର୍ତ୍ତା ଗ୍ରେଚେନ୍ ମାହଲରଙ୍କ କହିବା କଥା ହେଲା, ଚୁଇଙ୍ଗମ୍ ଏବଂ ବ୍ରେଡରେ ଥିବା କ୍ଷତିକାରକ ଟାଇଟେନିୟମ ଡାଇଅକ୍ସାଇଡ୍ ଏକ ଏଭଳି ତତ୍ତ୍ୱ ଯାହା ଶରୀରକୁ ଧିରେ ଧିରେ ନଷ୍ଟ କରି ମୃତ୍ୟୁର କାରଣ ବନିଥାଏ ।