କିଭଳି ତ୍ୱଚା ପାଇଁ କେଉଁ ପ୍ରକାର ସନସ୍କ୍ରିନ ଲୋସନ୍ ବ୍ୟବହାର କରିବେ ? ଜାଣନ୍ତୁ . . . .

72

ଭାରତୀୟ ସ୍କ୍ରିନ ଟାଇପ୍ ପାଇଁ ଏସପିଏଫ୍ ୨୦ ଏବଂ ୩୦ ଥିବା ସନବ୍ଲକ୍ କ୍ରିମ୍ ଲଗାନ୍ତୁ ।

• ଅଧିକ ଗୋରା ତ୍ୱଚାକୁ ସୂର୍ଯ୍ୟକିରଣ ଅତି ସହଜରେ କ୍ଷତି କରିଥାଏ । ତେଣୁ ଯେଉଁମାନଙ୍କର ତ୍ୱଚା ଅଧିକ ସଫା ସେମାନଙ୍କ ପାଇଁ ଏସପିଏଫ୍ ୩୦ ଥିବା ଲୋସନ ଭଲ ଅଟେ । ଯଦି ତ୍ୱଚାର ରଙ୍ଗ କଳା ହୋଇଥାଏ ତେବେ ଏସପିଏଫ୍ ୨୦ ଥିବା ଲୋସନ୍ ସଠିକ୍ ଅଟେ ।

• ଯଦି ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳରେ ରହୁଛନ୍ତି କିମ୍ବା ବୁଲିବାକୁ ଯାଉଛନ୍ତି ତେବେ ଏସପିଏଫ ୩୦ରୁ ୫୦ଥିବା ସନସ୍କ୍ରିନ ଲୋସନ ବ୍ୟବହାର କରନ୍ତୁ ।

• ଯଦି କୌଣସି ନିର୍ଦ୍ଦିଷ୍ଟ ସନସ୍କ୍ରିନ ଲୋସନ ପ୍ରତି ଆପଣଙ୍କ ତ୍ୱଚା ଆଲର୍ଜି ରହିଛି ତେବେ ଆପଣଙ୍କୁ ତାହା ଚିହ୍ନଟ କରିବାକୁ ହେବ ।

• ଯଦି ଆପଣଙ୍କ ତ୍ୱଚା ତୈଳାକ୍ତ ତେବେ ନିଶ୍ଚିତ ହୁଅନ୍ତୁ, ଆପଣଙ୍କୁ କେଉଁ ଭଳି ସନସ୍କ୍ରିନ ଲୋସନ୍ ବ୍ୟବହାର କରିବା ଉଚିତ୍ ।

• ଯଦି ଆପଣଙ୍କ ତ୍ୱଚା ଅତ୍ୟଧିକ ଶୁଷ୍କ ତେବେ ଆପଣ ତୈଳ ଯୁକ୍ତ ସନସ୍କ୍ରିନ ବ୍ୟବହାର କରି ପାରିବେ । ଏହା ତ୍ୱଚାକୁ ସୂର୍ଯ୍ୟ ରଶ୍ମୀରୁ ସୁରକ୍ଷା ଦେଇଥାଏ । ଏବଂ ତ୍ୱଚାକୁ ଆହୁରୀ ଆକର୍ଷଣୀୟ କରିଥାଏ ।