କେଶ ଓ ଚର୍ମ ସମସ୍ୟା ଦୂର କରେ ତେଲ ! ଜାଣନ୍ତୁ କିପରି . . .

285

ବହୁ ପୁରାତନ କାଳରୁ ତ୍ୱଚା ଓ କେଶର ସୁନ୍ଦରତା ପାଇଁ ବିଭିନ୍ନ ପ୍ରକାର ତେଲର ବ୍ୟବହାର ହୋଇଆସୁଛି । ଏହି ତେଲରେ ନିୟମିତ ବ୍ୟବହାର କରି କେଶ ଓ ଚର୍ମ ଜନିତ ବିଭିନ୍ନ ସମସ୍ୟାର ସମାଧାନ କରି ହେବ ।

ନଡିଆ ତେଲ

ନଡିଆ ତେଲକୁ ଗରମ କରି ଏହାକୁ କେଶର ମୂଳରେ ମସାଜ କରି ପୂରା ରାତି ଛାଡି ଦିଅନ୍ତୁ । ଏହା କରିବା ଦ୍ୱାରା କେଶର ରୁକ୍ଷାପଣ ଓ ଦୁଇ ମୁହାଁ କେଶ ସମସ୍ୟା ଆଉ ରୁହେଁ ନାହିଁ ।

ରାଶି ତେଲ

ରାଶି ତେଲକୁ ବଡି ମସାଜ ପାଇଁ ବ୍ୟବହାର କରାଯାଏ । ଏହା ବହୁତ ପତଳା ତେଲ ହୋଇଥାଏ । ଏହି ତେଲକୁ ମସାଜ କରିବା ଦ୍ୱାରା ତ୍ୱଚା ଚିକ୍କଣ ଦେଖାଯାଏ । ଏହାଛଡା ଏହି ତେଲରେ ଏସପିଏଫ ୪ ସନସ୍କ୍ରିନ ରହିଛି । ତେଣୁ ଯଦି ମୁହଁ ଶୁଷ୍କ ହେଉଥାଏ । ତେବେ ଏହି ତେଲକୁ ମୁହଁରେ ମଧ୍ୟ ଲଗାଇପାରିବେ ।

ଆଲମଣ୍ଡ ତେଲ

ଚର୍ମ ଶୁଷ୍କ ହୋଇ କୁଣ୍ଡାଇ ହେଉଥିଲେ ଏହି ତେଲରେ ମସାଜ କରନ୍ତୁ । ଏହା ସବୁ ପ୍ରକାର ଚର୍ମ ପାଇଁ ଉପଯୋଗ ପାଇଁ ଉପଯୋଗୀ ।

ଜଡା ତେଲ

ଏହି ତେଲକୁ କେଶର କଣ୍ଡିସନରିଂ ପାଇଁ ବ୍ୟବହାର କରାଯାଇପାରିବ । ଏହା ସହ ଯେଉଁ କେଶଗୁଡିକ ଖରାରେ ଖଇରିଆ ହୋଇଯାଇଥିଲେ, ତାହାକୁ କଳା କରିବାରେ ସହାୟକ ହୋଇଥାଏ । ଏଥି ସହ କେଶକୁ ଅଧିକ ଘନତ୍ୱ କରିଥାଏ ।