ଜାଣନ୍ତୁ, ତଳେ ବସି ଖାଇଲେ କଣ ମିଳିଥାଏ ଫାଇଦା

92

ତଳେ ବସି ଖାଇବାର ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି । କିନ୍ତୁ ଧୀରେ ଧୀରେ ସମୟ ବଦଳୁଛି ଏବଂ ତା’ସହ ପରମ୍ପରା ମଧ୍ୟ । ଆଜିକାଲି ପିଲାମାନେ ତଳେ ବସି ଖାଇବା ଅପେକ୍ଷା ଡ଼ାଇନିଙ୍ଗ ଟେବୁଲ ଉପରେ ବସି ଖାଇବାକୁ ଅଧିକ ଭଲ ପାଉଛନ୍ତି । କାରଣ ତଳେ ବସି ଖାଇବାକୁ ସେମାନେ ଏକ ପୁରୁଣା ପରମ୍ପରା ବୋଲି ଭାବି ନେଇଛନ୍ତି । ଯେଉଁମାନେ ଏଭଳି ଭାବୁଛନ୍ତି ସେମାନଙ୍କୁ ତଳେ ବସି ଖାଇବାର ଉପକାରିତା ବିଷୟରେ ଜାଣି ରଖିବା ଦରକାର । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ତଳେ ବସି ଖାଇଲେ କ’ଣ ଲାଭ ମିଳେ ।

୧.ତଳେ ବସି ଖାଇଲେ ହଜମ ପ୍ରକ୍ରିୟା ଠିକ୍ ହୋଇ ରହିଥାଏ । ସାଧାରଣ ଭାବରେ ତଳେ ବସି ଖାଇବା ବେଳେ ଆମେ ଦୁଇଟି ଗୋଡ଼ ଛନ୍ଦି କରି ବସିଥାଉ, ଯାହକୁ ସୁଖାସନ ବୋଲି କୁହାଯାଏ । ଆପଣମାନେ ଜାଣିଥିବେ କି ଏହି ପ୍ରକାରର ଆସନ କରିବା ଦ୍ୱାରା ହଜମ ପ୍ରକ୍ରିୟା ଠିକ୍ ରହିଥାଏ । ସେଥିପାଇଁ ଯଦି ଆପଣ ଖାଇବା ସମୟରେ ତଳେ ବସି ଖାଉଛନ୍ତି ତେବେ ବଦହଜମିରୁ ଦୂରରେ ରହିବେ । ତଳେ ଖାଇବା ବେଳେ ଆପଣ ଟିକେ ଆଗକୁ ଏବଂ ଟକେ ପଛକୁ ଆସିଥାନ୍ତି । ଏଭଳି କରିବା ଦ୍ୱାରା ପେଟରେ ଥିବା ଶିରାଗୁଡ଼ିକ ସକ୍ରିୟ ହୋଇ ଯାଇଥାଏ ଏବଂ ଏହା ପରେ ପେଟରୁ ଏସିଡ଼୍ କ୍ଷରଣ ହୋଇଥାଏ, ଯାହାଦ୍ୱାରା ହଜମ ଠିକ୍ ଭାବରେ ହୋଇଥାଏ ।

୨.ତଳେ ବସି ଖାଇବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ଶାନ୍ତ ହେବା ସହ ଆପଣଙ୍କ ଲକ୍ଷ୍ୟ ଖାଇବା ଉପରେ ଥାଏ । ଏପରି ବସିବା ଦ୍ୱାରା ଆପଣଙ୍କ ପେଟ ଶୀଘ୍ର ଭରିଯିବା ଭଳି ମନେହୋଇଥାଏ । କିନ୍ତୁ ପେଟ ପ୍ରକୃତରେ ପୁରି ନଥାଏ । ଏହା ଦ୍ୱାରା ଆପଣଙ୍କ ଶରୀରର ଓଜନ ବୃଦ୍ଧି ହୋଇ ନ ଥାଏ ।

୩.ତଳେ ବସି ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ରହିଥାଏ, ଯାହା ଦ୍ୱାରା ହୃତପିଣ୍ଡ ସୁସ୍ଥ ରହିବା ସହ ହୃଦ୍ଘାତ ହେବାର ଆଶଙ୍କା କମ ହୋଇଥାଏ ।