ଗର୍ଭସ୍ଥ ଶିଶୁକୁ ସୁରକ୍ଷା ଦେଇଥାଏ ମାଠିଆ ପାଣି ! ଜାଣନ୍ତୁ ଏହାର ଉପକାରୀତା

358

ଅତ୍ୟଧିକ ଗରମରୁ ରକ୍ଷା ପାଇବା ପାଇଁ ଯେତେ ଅଧିକମାତ୍ରାରେ ପାଣି ପିଆଯାଏ ତାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କିନ୍ତୁ ଯଦି ଏହି ପାଣି ଖରାପ ବା ଦୁଷିତ ହୋଇଥାଏ ତେବେ ଏହା ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଏଥିପାଇଁ ପାଣି ପିଇବା ସମୟରେ ଆମକୁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଏନେଇ କିପରି ହେବେ ସାବଧାନ ।

• ଆଜିକାଲି ପ୍ରତ୍ୟେକ ଘରମାନଙ୍କରେ ବିଭିନ୍ନ ୱାଟର ପ୍ଲିରୁଫାୟର ବ୍ୟବହାର କରାଯାଉଛି । ଏଥିସହ ବଜାରରେ ମଧ୍ୟ ବିଭିନ୍ନ ପ୍ରକାରର ଥଣ୍ଡା ପାନୀୟ ଜଳ ଉପଲବ୍ଧ । କିନ୍ତୁ ଏଗୁଡିକ ଅତ୍ୟଧିକ ଥଣ୍ଡା ଅଟେ । ଯାହାକୁ ପିଇବାଦ୍ୱାରା ଏହାର ସିଧା ପ୍ରଭାବ ହାର୍ଟ ଉପରେ ହିଁ ପଡିଥାଏ । ଅତ୍ୟନ୍ତ ଶୀତଳ ଅଟେ । ଘରେ ଆମେ ଫ୍ରିଜର ଥଣ୍ଡା ପାଣି ପିଉଛନ୍ତି ।

• ଫ୍ରିଜ ପାଣି ଅଧିକ ଥଣ୍ଡା ହୋଇଥାଏ । ଅଧିକ ଥଣ୍ଡାପାଣି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । କାରଣ ପାଣି ଏବଂ ମଣିଷ ଶରୀରର ତାପମାତ୍ରାରେ ବହୁତ ଫରକ୍ ଥାଏ । ତେଣୁ କେବେହେଲେ ଶରୀରର ତାପମାତ୍ରା ଅନୁସାରେ ବହୁତ ଅଧିକ କିମ୍ବା କମ୍ ତାପମାନ ଥିବା ଖାଦ୍ୟପେୟ ଗ୍ରହଣ କରିବା ଅନୁଚିତ । କାରଣ ଏହା ସ୍ୱାସ୍ଥ୍ୟପ୍ରତି ଅତ୍ୟନ୍ତ କ୍ଷତିକାରକ ଅଟେ ।

• ପ୍ରତିିଦିନ ମାଠିଆ ପାଣି ପିଇବାଦ୍ୱାରା ପାଚକତନ୍ତ୍ର ସୁସ୍ଥ ରହିଥାଏ । ପ୍ଲାଷ୍ଟିକ ବୋତଲ ପାଣିରେ ପ୍ଲାଷ୍ଟିକର ଅଂଶ ମଧ୍ୟ ମିଶିକରି ଥାଏ । ଏଥିପାଇଁ ପ୍ଲାଷ୍ଟିକ୍ ବୋତଲରେ ରଖାଯାଇଥିବା ପାଣି ସ୍ୱାସ୍ଥ୍ୟ ପାଣି ଖରାପ ଅଟେ । ମାଠିଆ ପାଣିରେ ଅଧିକମାତ୍ରାରେ ରୋଗପ୍ରତିରୋଧକ କ୍ଷମତା ଉପଲବ୍ଧ ହୋଇଥାଏ ।

• ମାଠିଆରେ ପାଣି ରଖିବାଦ୍ୱାରା ଏହାର ତାପମାନ ତାପମାନ ନିୟନ୍ତ୍ରଣ ରଖିଥାଏ । ନା ଅଧିକ ନା କମ୍ ।

• ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ମାଠିଆ ପାଣି ଅତ୍ୟନ୍ତ ଉପାଦେୟ ଅଟେ । କାରଣ ଅଧିକ ଥଣ୍ଡା ପାଣି ଗର୍ଭସ୍ଥ ଶିଶୁ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ମାଠିଆ ପାଣିରେ ଥିବା ସନ୍ତୁଳିତ ତାପମାନ କାରଣରୁ ଉଭୟ ମାଆ ଏବଂ ଶିଶୁର ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ ।

• ମାଠିଆ ପାଣିରୁ ଶୀତଳତା ମିଳିଥାଏ । କିନ୍ତୁ ଗଳା ବସିବା କିମ୍ବା ସର୍ଦ୍ଦି ହେବାର କୌଣସି ଆଶଙ୍କା ନଥାଏ । ଏଥିପାଇଁ ଯଦି ଆପଣଙ୍କର ଅଧିକ ଥଣ୍ଡା ପାଣି ପିଇବାକୁ ଇଚ୍ଛା ହେଉଛି ତେବେ ମାଠିଆ ପାଣି ହିଁ ପିଅନ୍ତୁ, କାରଣ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ ଅଟେ ।