ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ ବାସୀ ରୁଟି : ଅଧ୍ୟୟନ

220

ଅଧିକାଂଶ ଲୋକଙ୍କ ଧାରଣା ରହିଛି କି ବାସି ଖାଦ୍ୟ ଖାଇଲେ ଶରୀର ଅସୁସ୍ଥ ହୋଇଥାଏ । ହେଲେ ପ୍ରତ୍ୟେକ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହୋଇ ନଥାଏ । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଅନ୍ୟ ବାସି ଖାଦ୍ୟ ତୁଳନାରେ ନିୟମିତ ବାସି ରୁଟି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ । ବାସି ରୁଟିକୁ ନ ଫିଙ୍ଗି ଏହାକୁ ଖାଇବା ଉଚିତ । ତେବେ ଅଧିକ ଦିନର ବାସି ରୁଟି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ନୁହେଁ । ରାତିରେ ହୋଇଥିବା ରୁଟିକୁ ଆରଦିନ ସକାଳେ ଖାଇନେବା ଭଲ ଅଟେ ।

• ଉଚ୍ଚ ରକ୍ତଚାପ ରୋଗୀ ସକାଳୁ ଉଠିବା ପରେ ଜଳଖିଆ ଭାବେ ଥଣ୍ଡାକ୍ଷୀର ସହ ୨ ପଟ ବାସି ଗହମ ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ହୋଇଥାଏ । ଏହା ରକ୍ତଚାପ ନିୟନ୍ତ୍ରଣ କରିବା ସହ ଶରୀରକୁ ମଧ୍ୟ ଶକ୍ତି ଦେଇଥାଏ ।

• ଅମ୍ଳ ରୋଗୀଙ୍କ ପାଇଁ ଏହା ମଧ୍ୟ ଅତ୍ୟନ୍ତ ଉପକାରୀ ହୋଇଥାଏ । ଏହାକୁ କ୍ଷୀର ସହ ନଚେତ୍ କେବଳ ବାସରୁଟିକୁ ଚୋବାଇ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ ।

• ବାସୀ ରୁଟିକୁ କ୍ଷୀର ସହ ଖାଇବାଦ୍ୱାରା ଏହା ଶରୀରର ତାପମାନକୁ ନିୟନ୍ତ୍ରଣରେ ରଖିଥାଏ । କାରଣ ଅନେକ ଥର ଅତ୍ୟଧିକ ଗରମ କାରଣରୁ ଆମ ଶରୀରର ତାପମାନ ବୃଦ୍ଧି ପାଇଯାଇଥାଏ । ଯଦି ଏହି ଉପାୟକୁ ପ୍ରୟୋଗ କରାଯାଏ ତେବେ ଏହାଦ୍ୱାରା ଶରୀରର ତାପମାନ ସ୍ଥିର ରହିଥାଏ ।

• ବାସୀ ରୁଟି ଖାଇବାଦ୍ୱାରା ପେଟ ଜନିତ ବିଭିନ୍ନ ସମସ୍ୟାମାନ ମଧ୍ୟ ଦୁର ହୋଇଥାଏ ।

ତେବେ ଦିଲ୍ଲୀ ଓ ପଂଜାବର ଲୋକେ ସର୍ବାଧିକ ବାସି ରୁଟି ଖାଉଥିବାର ଏକ ସର୍ବେକ୍ଷଣାରୁ ଜଣାପଡିଟିକୁ ଛି । ଏହି ରୁଟି ଗୋଟିଏ ଦିନରୁ ଅଧିକ ବାସି ହେଲେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।