କପାଳ ଦେଖି ଜାଣନ୍ତୁ ଆପଣଙ୍କ ସ୍ୱଭାବ
ଆପଣ ଦେଖିଥିବେ ଅଧିକାଂଶ ଜ୍ୟୋତିଷ କପାଳ ଦେଖି ଭବିଷ୍ୟବାଣୀ କରିଥାନ୍ତି । ଏଥିସହ କପାଳ ଦେଖି ଆପଣଙ୍କ ଜୀବନ ସହ ଜଡିତ ସମସ୍ତ ରହସ୍ୟ ମଧ୍ୟ କହିଥାନ୍ତି । ତେବେ ପ୍ରକୃତରେ ଏ କୌଣସି ଚମତ୍କାର କଥା ନୁହେଁ ବରଂ ଆପଣ ମଧ୍ୟ ଏସଂପର୍କରେ ଜାଣି ପାରିବେ ଯାହା ସମ୍ବନ୍ଧରେ ସମୁଦ୍ରଶାସ୍ତ୍ର ନାମକ ଏକ ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି । ସମୁଦ୍ରଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ କପାଳରେ ତାଙ୍କ ଜୀବନ ସହ ଜଡିତ ସମସ୍ତ କଥା ଲେଖାଯାଇଥାଏ । ବାସ୍ ସେଗୁଡିକୁ ଭଲଭାବରେ ପଢି ବୁଝିବାରେ ଅଛି । ତେବେ ଜାଣନ୍ତୁ କଣ ଲେଖାଯାଇଛି ଆପଣଙ୍କ କପାଳରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଭଗବାନ ଶିବଙ୍କ ପୁତ୍ର କୁମାର କାର୍ତ୍ତିକଙ୍କ ଦ୍ୱାରା ଲିଖିତ ସମୁଦ୍ରଶାସ୍ତ୍ରରେ ରହିଛି ଯେ, କପାଳରେ ଥିବା ରେଖାକୁ ଦେଖି ଆପଣ ଜାଣିପାରିବେ କିଏ ଜ୍ଞାନୀ ହେବ ଆଉ କିଏ ଧନୀ ତ ପୁଣି କିଏ ହେବ ଗରିବ ସଂପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ରହସ୍ୟ ।
• ସମୁଦ୍ରଶାସ୍ତ୍ର ଅନୁସାରେ, ଯେଉଁ ଲୋକଙ୍କ ମୁଣ୍ଡ ବା କପାଳ ବହୁତ ବଡ ହୋଇଥାଏ । ସେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି । ଏଥିସହ ଅତ୍ୟନ୍ତ ବିଚକ୍ଷଣ ହେବା ସହ ଅନେକ ବିଷୟରେ ଜ୍ଞାନ ଲାଭ କରିଥାନ୍ତି ।
• ଯେଉଁ ବ୍ୟକ୍ତିଙ୍କ କପାଳ ଆଗକୁ ବାହାରି ଥାଏ ଅର୍ଥାତ୍ ବାହାରକୁ ଅଧିକ ଗୋଜିଆ ହୋଇ ଦେଖା ଯାଇଥାଏ । ସେଭଳି ବ୍ୟକ୍ତିଙ୍କଠାରେ ଲୋଭ ପ୍ରବୃତି ଅଧିକ ଥାଏ ଅର୍ଥାତ୍ ଅଧିକ ଧନ ଲାଭ କରିବାକୁ ସବୁବେଳେ ମନ ବଳେଇଥାନ୍ତି । ଖାଲି ସେତିକି ନୁହେଁ ଅନ୍ୟର ଉନ୍ନତି ଦେଖି ସହି ପାରନ୍ତି ନାହିଁ । ସବୁବେଳେ ପର ଧନ ଉପରେ ତାଙ୍କର ନଜର ଥାଏ ।
• ଯେଉଁ ବ୍ୟକ୍ତିଙ୍କ କପାଳ ଚିକ୍କଣ ହୋଇଥାଏ । ସେଭଳି ବ୍ୟକ୍ତି ପ୍ରଭାବଶାଳୀ ଓ ଗୁଣବାନ ହୋଇଥାନ୍ତି । ଏଭଳି ବ୍ୟକ୍ତି ନିଜର ଅବୈଧ୍ୟ ପ୍ରତିଭା ଏବଂ ଜ୍ଞାନ ବଳରେ ଧନ ସମ୍ପତି ଲାଭ କରିଥାନ୍ତି । ଏଥିସହ ଏଭଳି ବ୍ୟକ୍ତି ଅତ୍ୟନ୍ତ ସ୍ୱାଭୀମାନ ମଧ୍ୟ ହୋଇଥାନ୍ତି ।
• କପାଳରେ ଥିବା ରେଖାଗୁଡିକ ଯାହାର ଗହୀରତା ଓ ଅତୁଟ ହୋଇଥାଏ ସେଭଳିି ବ୍ୟକ୍ତି ଦୀର୍ଘ ସମୟ ଯାଏଁ ଜୀବିତ ରହିଥାନ୍ତି । ଏଭଳି ବ୍ୟକ୍ତି ସାଧାରଣତଃ ଦାର୍ଶନିକ ଓ ଗଭୀର ବୁଝାସୁଝା ରଖୁଥିବା ବ୍ୟକ୍ତି ହୋଇଥାନ୍ତି ।