କାନ୍ଦିବାଦ୍ୱାରା ଶରୀରକୁ ମିଳେ ଅନେକ ଫାଇଦା

97

ଯଦି ହସିବା ଶରୀର ପକ୍ଷେ ହିତକାରୀ ତେବେ କାନ୍ଦିବା ଶରୀର ପାଇଁ ଖରାପ ନୁହେଁ । ହସିବା ଦ୍ୱାରା ଯାହା ସବୁ ସୁଫଳ ମିଳିଥାଏ, କାନ୍ଦିବାଦ୍ୱାରା ମଧ୍ୟ ଅନେକ ଫାଇଦା ମଧ୍ୟ ମିଳିଥାଏ । ଆପଣ ଫିଲ୍ମ ଦେଖିବା ସମୟରେ କିମ୍ବା ପିଆଜ କାଟିବା ସମୟରେ ଯଦି ଆପଣଙ୍କ ଆଖିରେ ଲୁହ ଆସିଯାଏ ତେବେ ଏହା ଶରୀର ଲାଗି ଉତ୍ତମ ଅଟେ । ଲୁହ ମଧ୍ୟ ୩ପ୍ରକାରର ହୋଇଥାଏ, ରିଫ୍ଲେକ୍ସିବ, କଂଟିନିୟସ, ଇମୋଶନାଲ । ଆପଣ ଜାଣନ୍ତି କି କେବଳ ମନୁଷ୍ୟ ହିଁ ୩ପ୍ରକାରର କାନ୍ଦିପାରେ ? ଇମୋସନାଲ କ୍ରାଇଙ୍ଗ କିମ୍ବା ଆବେଗଭରା କାନ୍ଦ ଅତ୍ୟନ୍ତ ଫଳପ୍ରଦ ଅଟେ, ଆସନ୍ତୁ ଜାଣିବା କିପରି ?

କାନ୍ଦିବାଦ୍ୱାରା ଆପଣଙ୍କ ମନ ହାଲକା ହୋଇଥାଏ ବୋଲି ନେଦରଲ୍ୟାଣ୍ଡରେ ହୋଇଥିବା ଏକ ଅଧ୍ୟୟନରେ କିିଛି ଲୋକଙ୍କୁ ଦୁଃଖଭରା ଫିଲ୍ମ ଦେଖାଯାଇଥିଲା । ଏହାପରେ ଫିଲ୍ମ ଦେଖି କାନ୍ଦିଥିବା ଏବଂ ନକାନ୍ଦିଥିବା ଲୋକଙ୍କୁ ଅଲଗା କରାଯାଇଥିଲା । କିଛି ଲୋକଙ୍କ ଉପରେ ଏହି ଫିଲ୍ମର କୌଣସି ପ୍ରଭାବ ନପଡିଥିବା ବେଳେ ଆଉ କିଛି ବ୍ୟକ୍ତିଙ୍କ ଉପରେ ଏହାର ପ୍ରଭାବ ଅତିମାତ୍ରାରେ ପଡିଥିଲା । ଯେଉଁ କାରଣରୁ ସେମାନେ ଅତ୍ୟଧିକ ଭାବ ବିହ୍ୱଳ ହୋଇ କାନ୍ଦ ପକାଇଥିଲେ । ୨୦ମିନିଟ ମଧ୍ୟରେ କାନ୍ଦିଥିବା ଲୋକ ସାମାନ୍ୟ ଅବସ୍ଥାକୁ ଆସିଯାଇଥିଲେ ଏବଂ ୯୦ମିନିଟ ଅତିକ୍ରମ କଲାପରେ କାନ୍ଦିଥିବା ବ୍ୟକ୍ତି, କାନ୍ଦି ନଥିବା ବ୍ୟକ୍ତିଙ୍କଠାରୁ ଅଧିକ ସତେଜ ଅନୁଭବ କରୁଥିଲେ ।

କାନ୍ଦିବା ଯୋଗୁଁ ଚିନ୍ତାରୁ ମୁକ୍ତି ମିଳିଥାଏ ବୋଲି ଅଲ୍ଜାଇମର ରିସର୍ଚ ସେଂଟର ରିଜନ୍ସ ହସ୍ପିଟାଲ ଫାଉଣ୍ଡେସନର ନିର୍ଦ୍ଦେଶକ, ବିଲିୟମ ଏଚ ଫ୍ରେ ମଧ୍ୟ ପ୍ରତିଯୋଗିଙ୍କୁ ଦୁଃଖ ଭରା ଚଳଚିତ୍ର ଦେଖାଇଥିଲେ । ବିଲିୟମଙ୍କ ଅନୁସାରେ, ଆମେ କାନ୍ଦିବା ଦ୍ୱାରା ଶାନ୍ତି ଅନୁଭବ କରୁଛୁ କାରଣ ଏହାଦ୍ୱାରା ଚିନ୍ତାରୁ ଉପୁଜୁଥିବା ରସାୟନ ଲୁହଦ୍ୱାରା ନିର୍ଗତ ହୋଇଥାଏ ଫଳରେ ଚିନ୍ତାରୁ ମୁକ୍ତି ମିଳିଥାଏ । ଆମକୁ ଏସବୁ ଜଣାନାହିଁ କି ଏହି କେମିମାଲ କ’ଣ ମାତ୍ର ଲୁହରେ ଏସିଟଏଚ ରହିଥାଏ ଯାହାକି ଚିନ୍ତା ଯୋଗୁଁ ବୃଦ୍ଧି ହୋଇଥାଏ ।

ଫ୍ରେଙ୍କ ଅନୁସାରେ, କେବେ କେବେ କାନ୍ଦିବା ଜରୁରୀ ଅଟେ । ଏହାଦ୍ୱାରା ଚିନ୍ତାରୁ ମୁକ୍ତି ମିଳିଥାଏ ଏବଂ ହୃଦୟ ଓ ମସ୍ତିଷ୍କର କୌଣସି ପ୍ରକାରର କ୍ଷତି ହୋଇନଥାଏ । ତେଣୁ ଆମେ ଛୁଆମାନଙ୍କ କାନ୍ଦକୁ ରୋକିବା ଉଚିତ ନୁହେଁ । ବରଂ ସେମାନଙ୍କ ଏହି କ୍ଷମତା ଉପରେ ଆମେ ଖୁସି ହେବା ଉଚିତ ।
କାନ୍ଦିବାଦ୍ୱାରା ଆଖି ସୁରକ୍ଷିତ ହୋଇଥାଏ

ଭାବନାରେ ବୁଡି ନକାନ୍ଦିବା ଦ୍ୱାରା ଶରୀର ମଧ୍ୟ ସୁସ୍ଥ ରହିଥାଏ । ଯେତେବେଳେ ଆପଣ ପିଆଜ କାଟନ୍ତି ପିଆଜ ମଧ୍ୟରୁ ଏକ ରସାୟନ ନିର୍ଗତ ହୋଇଥାଏ ଏବଂ ଆଖି ପର୍ଯ୍ୟନ୍ତ ପହଂଚିଥାଏ । ଏହାଦ୍ୱାରା ସଲଫ୍ୟୁରିକ ଏସିଡ ବାହାରେ । ଯେଉଁଥିରୁ ରକ୍ଷା ପାଇଁ ଲୁହଗ୍ରନ୍ଥିରୁ ଲୁହ ବାହାରେ ଫଳରେ ଆଖି ପର୍ଯ୍ୟନ୍ତ ପହଂଚିଥିବା ରସାୟନ ଧୋଇ ହୋଇଯାଇଥାଏ । ଲୁହରେ ଲାଇସୋଜାଇମ ମଧ୍ୟ ରହିଥାଏ ଯାହା ଆଂଟିି ବ୍ୟାକଟେରିୟାଲ ଓ ଆଂଟି ଭାୟରଲ ଅଟେ ।

ଡ. ଫ୍ରେଙ୍କ ମୁତାବକ, ମହିଳାମାନେ ମାସକୁ ୫.୩ପ୍ରତିଶତ କାନ୍ଦୁଥିବା ବେଳେ ପୁରୁଷମାନେ ୧.୩ପ୍ରତିଶତ କାନ୍ଦିଥାଆନ୍ତି । ଏହି ସାମଞ୍ଜସ୍ୟ ହେତୁ ପୁରୁଷଙ୍କ ମଧ୍ୟରେ ଟେଷ୍ଟରୋନ ରହିଥାଏ ଯାହାକି ମହିଳାମାନଙ୍କ ମଧ୍ୟରେ ପ୍ରେଲୋକ୍ଟିନ ନାମକ ହର୍ମୋନ ରହିଥାଏ ଯାହା କାନ୍ଦିବାଲାଗି ପ୍ରେରଣା ଦେଇଥାଏ ।

ଲୁହ ନାକ ମଧ୍ୟ ସଫା କରିଥାଏ

ଲୁହ ଶରୀର ଭିତରେ ଅଶ୍ରୁନଳିକା ମଧ୍ୟ ଦେଇ ନାକ ପର୍ଯ୍ୟନ୍ତ ପହଂଚିଥାଏ ଯାହାଦ୍ୱାରା ନାକରେ ଥିବା ମଇଳା ପରିଷ୍କାର କରିଥାଏ । କାନ୍ଦିବାଦ୍ୱାରା ଅନେକ ସମୟରେ ନାକ ବୋହିବା ଆରମ୍ଭ କରିବା ହେଉଛି ଏହାର କାରଣ । କାନ୍ଦିବାଦ୍ୱାରା ନାକମଧ୍ୟରେ ଜମାଥିବା ମଇଳା ଏବଂ ବ୍ୟାକଟେରିଆ ସଫା ହୋଇଯାଇଥାଏ ।

ସୁବିଜ୍ଞଙ୍କ ମତ ଅନୁସାରେ, “କାନ୍ଦିବା ଖରାପ ବୋଲି ଭ୍ରମରୁ ମୂକୂଳିବା ନିହାତି ଜରୁରୀ । କାନ୍ଦିବା ସ୍ୱାସ୍ଥ୍ୟପାଇଁ ଖୁବ୍ ଭଲ ଅଟେ, ଏବଂ ପୁରୁଷ ଏବଂ ମହିଳା ଦୁହିଁଙ୍କ ଶରୀର ପାଇଁ ମଧ୍ୟ ଉତ୍ତମ ଅଟେ । ”