କେଶ ଝଡ଼ିବା ବନ୍ଦ କରେ ସପୁରୀ ! ଜାଣନ୍ତୁ ଏହାର କିଛି ଔଷଧିୟ ଗୁଣ

90

ସପୁରୀର ବାହାର ଅଂଶ ଯେତେ କଣ୍ଟାଳିଆ ଭିତର ସେତେ ସୁଆଦିଆ । ତେବେ ସପୁରୀ ପାଟିକୁ ସ୍ୱାଦ ଲାଗିବା ସହ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଉପକାରୀ । ଏଥିରେ ଭରପୁର ମାତ୍ରାରେ ଔଷଧିୟ ଗୁଣ ରହିଛି । ଏହାକୁ ଖାଇବା ଦ୍ୱାରା ଅନେକ ରୋଗ ଦୂର ହେବା ସହ ତ୍ୱଚାରେ ଚମକ ମଧ୍ୟ ଆସିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଅନେକ ଉପକାରିତା ସଂପର୍କରେଟ୍ଟ

• ସପୁରୀକୁ ଦୈନିକ ସକାଳେ ଜଳଖିଆ ସହ ମିଶାଇ ଖାଇବା ଦ୍ୱାରା ପେଟ ଭର୍ତ୍ତି ରହିଥାଏ ।

• ଏଥିରେ ଅତ୍ୟଧିକ ମାତ୍ରାରେ ଜଳୀୟ ଅଂଶ ଥିବାରୁ ଏହା ଶରୀରକୁ ସତେଜ ରଖିଥାଏ ।

• ସପୁରୀ ମଧ୍ୟରେ ବ୍ରୋମେଲେନ ନାମକ ଏକ ଏନଜାଇମ ରହିଛି । ଏହା ଖାଦ୍ୟ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ।

• ଅନେକ ସମୟରେ ଭୋଜିମାନଙ୍କରେ ଅଧିକ ମସଲାଯୁକ୍ତ ଖାଇବା ଖିଆଯାଇଥାଏ । ଏହି ସମୟରେ ଅଳ୍ପ କିଛି ସପୁରୀରେ କଳାଲୁଣ ଏବଂ ଗୋଲମରିଚ ଗୁଣ୍ଡ ପକାଇ ଖାଇଲେ ଏହା ହଜମ କରିବାରେ ସାହାଯ୍ୟ କରିଥାଏ ।

• ଛୋଟରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ପେଟରେ କୃମି ସମସ୍ୟା ଦେଖାଦେଇଥାଏ । ଏହା ବହୁତ ଯନ୍ତ୍ରଣା ଦାୟକ ରହିଥାଏ । ଦୈନିକ କିଛି ଖଣ୍ଡ ସପୁରୀ ଖାଇବା ଦ୍ୱାର କୃମି କମ ହେବା ସହ ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ।

• ପ୍ରତିଦିନ ଦୁଇରୁ ତିନି ଖଣ୍ଡ ସପୁରୀ ଖାଇବା ଦ୍ୱାର ଶ୍ୱାସ ଏବଂ କଫ ଜନିତ ସମସ୍ୟା ଦୂର ହୋଇଥାଏ । ଏହା ଦ୍ୱାର ଫୁସଫୁସ ମଧ୍ୟ ସଫା ରହିଥାଏ । ଦୈନିକ ଏକ ଗ୍ଲାସ ସପୁରୀ ରସ ପିଇବା ଦ୍ୱାରା କିଡ଼ନୀ ଷ୍ଟୋନ ଯନ୍ତ୍ରଣାର ଉପସମ ମିଳିଥାଏ ।

• ସପୁରୀ ଯେ ଖାଲି ସ୍ୱାସ୍ଥ୍ୟ ପାଇଁ ଉପକାରୀ ତାହା ନୁହଁ ଏହା ଦ୍ୱାରା ତ୍ୱଚାର ଚମକ ମଧ୍ୟ ଫେରିଆସିଥାଏ । ସପୁରୀ ଥିବା ଆଣ୍ଟିଅକ୍ସିଡ଼େଣ୍ଟ ଚର୍ମରେ ଥିବା କର୍କଟ ଜନିତ ଜୀବାଣୁକୁ ନଷ୍ଟ କରିଥାଏ । ଏହା ଦ୍ୱାରା ଦାନ୍ତର ମାଢ଼ି ଶକ୍ତ ମଧ୍ୟ ହୋଇଥାଏ ।

• ସପୁରୀରେ ଥିବା ଆଷ୍ଟିଜେଣ୍ଟ କେଶ ଝଡ଼ିବା ବନ୍ଦ କରିବା ସହ ମାଂସପେଶୀକୁ ଶକ୍ତ ରଖିଥାଏ ।