ଘିକୁଆଁରୀ ରସ ଦୂର କରେ ଦାନ୍ତ ଯନ୍ତ୍ରଣା ! ଜାଣନ୍ତୁ କିପରି . . .

122

ଆମେ ପ୍ରତିଦିନ ଦୁଇଥର ଦାନ୍ତ ଘଷିବା ଦରକାର । କିନ୍ତୁ ଦାନ୍ତର ଯଦି ଉପଯୁକ୍ତ ଯତ୍ନ ନନେବା ତେବେ ଭବିଷ୍ୟତରେ ଦାନ୍ତ ଜନିତ ବିଭିନ୍ନ ସମସ୍ୟାରେ ଆକ୍ରାନ୍ତ ହେବାରେ ଆଶଙ୍କା ରହିଛି । ସାଧାରଣତଃ ଦାନ୍ତ ସନ୍ଧିରେ ଆମେ ଖାଉଥିବା ଖାଦ୍ୟ ପଦାର୍ଥର ଅବଶିଷ୍ଟାଂଶ ରହିବା ଦ୍ୱାରା ଦାନ୍ତ ମୂଳରୁ ରକ୍ତ କ୍ଷରଣ ହୋଇ ଯନ୍ତ୍ରଣା ହୋଇଥାଏ । ତେବେ ଏହି ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କୁ ଘିକୁଆଁରୀ ଦ୍ୱାରା ଏହାର ଉପଶମ ଏବଂ ଅନ୍ୟାନ୍ୟ ସମସ୍ୟା ସଂପର୍କରେ ଜଣାଇବୁ ଯାହାକୁ ବ୍ୟବହାର କଲେ ଆପଣ ଏହିସବୁ ସମସ୍ୟାରୁ ସବୁ ଦିନପାଇଁ ମୁକ୍ତି ପାଇପାରିବେ ।

• ଯଦି ଆପଣଙ୍କ ଦାନ୍ତ ବିନ୍ଧୁଛି ତେବେ ଆପଣ ଦାନ୍ତ ମୂଳରେ ଘିକୁଆଁରୀ ରସ ପ୍ରୟୋଗ କରନ୍ତୁ । ଏଥିରେ ଥିବା ଔଷଧିୟ ଗୁଣ ଦାନ୍ତ ଜନିତ ବିଭିନ୍ନ ସମସ୍ୟାରୁ ଉପଶମ ଦେଇଥାଏ ।

• ଏହା ସହିତ ଲବଙ୍ଗତେଲ ମଧ୍ୟ ବ୍ୟବହାର କରିପାରିବେ । ଲୁଣ ମିଶ୍ରିତ ଉଷୁମ ପାଣିରେ ଗର୍ଗଲିଂ କଲେ ଦାନ୍ତ ଯନ୍ତ୍ରଣା ଲାଘବ ହୋଇଥାଏ ।ଏଥିସହ ମଧ୍ୟ ଦିନକୁ ଦୁଇ ଥର ଲେଖାଏଁ ଦାନ୍ତ ଘଷିବା ଆବଶ୍ୟକ ।

ଏହାଛଡା ଶରୀରର ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ମଧ୍ୟ ଘିକୁଆଁରୀ ଏବଂ ଏହାର ରସ ବା ଜୁସକୁ ବ୍ୟବହାର କରିପାରିବେ ।

• ଘିକୁଆଁରୀ ରସକୁ ସାଧାରଣତଃ ଆଣ୍ଠୁ ଗଣ୍ଠି ବାତ ଆଜି ସମସ୍ୟାରେ ପୀଡିତ ଥିବା ବ୍ୟକ୍ତି ନିୟମିତ ସେବନ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

• ତ୍ୱଚାରେ ଉଜ୍ଜଳତା ପାଇଁ ଆପଣ ଏହାକୁ ମଧ୍ୟ ବ୍ୟବହାର କରିପାରିବେ । କାରଣ ଏଥିରେ ଥିବା ବିଭିନ୍ନ ପୋଷଣ ଚର୍ମକୁ ଅନେକ ରୋଗ ଜୀବାଣୁରୁ ରକ୍ଷା କରିଥାଏ । ତେବେ ଏହାକୁ ପ୍ରତିଦିନ ଦୁଇ ଥର ଲେଖାଏଁ ମୁହଁରେ ମାଲିସ କରିବା ଉଚିତ ଓ କିଛି ସମୟ ରଖି ଏହାକୁ ଭଲଭାବରେ ଧୋଇ ସଫାକରି ଦିଅନ୍ତୁ । ଏପରି ଭାବରେ କିଛି ଦିନ କରିବା ପରେ ଆପଣ ତା’ର ଫରକ୍ ଦେଖିପାରିବେ ।

• ଉଚ୍ଚ ରକ୍ତଚାପ ଜନିତ ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ଘିକୁଆଁରୀ ରସ ।

• କେଶ ଜନିତ ବିଭିନ୍ନ ସମସ୍ୟା ତଥା କେଶ ଝଡିବା, ରୁପି ହେବା, କେଶ ପାଚିବା ଓ କେଶର ସୌନ୍ଦର୍ଯ୍ୟ ନଷ୍ଟ ହେବା ଆଦି ସମସ୍ୟାରୁ ରକ୍ଷା ପାଇବା ପାଇଁ ହେଲେ ଏହାକୁ ବ୍ୟବହାର କରିପାରିବେ । ଏଥିପାଇଁ ସପ୍ତାହକୁ ୨-୩ ଥର ଏହାର ରସକୁ ଗାଧେଇବାର ୩୦ ମିନିଟ୍ ପୂର୍ବରୁ କେଶରେ ଲଗାଇ ସଫା କରନ୍ତୁ ।

• ପେଟ ଜନିତ ବିଭିନ୍ନ ସମସ୍ୟା ଯଥା ଏସିଡିଟି, ଗ୍ୟାସ୍, ପେଟରେ ଜଳାପୋଡା ଅନୁଭବ କରିବା ଓ ବାନ୍ତି ଆଦି ହେଉଥିଲେ ଆପଣ ଏହାର ରସ ବା ଜୁସ୍ ସେବନ କରିବା ଦ୍ୱାରା ଆରାମ ଅନୁଭବ କରିବେ । ତେବେ ଘିକୁଆଁରୀ ଜୁସକୁ ଖାଇବାର ପାଖାପାଖି ୨୦ ମିନିଟ୍ ପୂର୍ବରୁ ୨୫-୫୦ ମିଲି ପରିମାଣର ପିଇବା ଉଚିତ ।