ମଦ୍ୟପାନ ପୁରୁଷଙ୍କ ମସ୍ତିଷ୍କକୁ ବେଶୀ ହାନି କରିଥାଏ !

137

wineଆଜିକାଲି ମଦ୍ୟପାନ କରିବା ବହୁଳ ମାତ୍ରାରେ ଦେଖାଯାଉଛି । ଏହାଦ୍ୱାରା ସ୍ୱାସ୍ଥ୍ୟର ହାନି ହେବା ସହ , ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି । ଆଉ ଏହି ମଦ୍ୟପାନକୁ ଯୁବପିଢି ଏକ ପ୍ରକାରର ଟ୍ରେଣ୍ଡ କରିଦେଇଛନ୍ତି । ହେଲ ଯୁବା ବୟସରେ ମଦ୍ୟପାନ ଆପଣଙ୍କ ମସ୍ତିଷ୍କ କାର୍ଯ୍ୟକ୍ଷମତା ଉପରେ କୁପ୍ରଭାବ ପକାଇବ । ଏହି ସମସ୍ୟା ପୁରୁଷଙ୍କ ଠାରେ ବେଶୀ ବୋଲି ଗବେଷକମାନେ ଚେତାଇଦେଇଛନ୍ତି । ଯୁବା ବୟସରେ ପୁରୁଷ ଏବଂ ୨୩ରୁ ୨୮ବର୍ଷ ବୟସ ମଧ୍ୟରେ ମହିଳାଙ୍କ ମସ୍ତିଷ୍କ କାର୍ଯ୍ୟଦକ୍ଷତା ଦୀର୍ଘକାଳୀନ ମଦ୍ୟପାନ ଯୋଗୁଁ ପରିବର୍ତ୍ତନ ହୋଇଥାଏ । ତେବେ ଏହି ପରିବର୍ତ୍ତନ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଭିନ୍ନ । ଅଧ୍ୟୟନର ଫଳାଫଳ ଅନୁସାରେ , ଦୀର୍ଘକାଳୀନ ମଦ୍ୟପାନ ପୁରୁଷଙ୍କ ପାଇଁ କ୍ଷତିକାରକ । ମହିଳାଙ୍କ ତୁଳନାରେ ପୁରୁଷଙ୍କ ମସ୍ତିଷ୍କର ବୈଦ୍ୟୁତିକ କାର୍ଯ୍ୟକଳାପରେ ଅଧିକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି ।

ଏହି ମଦ୍ୟପାନର ପ୍ରଭାବ ବିଷୟକୁ ନେଇ ଏକ ଅନୁଧ୍ୟାନ କରାଯାଇଥିଲା । ଏହା ଚିନ୍ତାଜନକ ବୋଲି ଇଷ୍ଟର୍ଣ୍ଣ ଫିନଲ୍ୟାଣ୍ଡ ଓ କୁଓପିଓ ୟୁନିଭର୍ସିଟି ହସ୍ପିଟାଲର ଗବେଷକ ଅଟି କାରେ କହିଛନ୍ତି । ଦୀର୍ଘ ୧୦ବର୍ଷ ମଦ୍ୟପାନ କରିଥିବା ୧୧ଜଣ ଯୁବକ ଓ ୧୬ଜଣ ମହିଳାଙ୍କୁ ଗବେଷଣାରେ ସାମିଲ କରାଯାଇଥିଲା । କମ୍ କିମ୍ବା ଆଦୈା ମଦ୍ୟପାନ କରିନଥିବା ୧୨ଜଣ ଯୁବକ ଓ ୧୩ ଜଣ ମହିଳାଙ୍କ ସହ ସେମାନଙ୍କୁ ତୁଳନା କରାଗଲା । ପରୀକ୍ଷା ସମୟରେ ସମସ୍ତଙ୍କ ବୟସ ୨୩ରୁ ୨୮ ବର୍ଷ ଥିଲା । ମସ୍ତିଷ୍କର ନ୍ୟୁରନ୍ସକୁ ସକ୍ରିୟ କରୁଥିବା ଟ୍ରାନ୍ସକ୍ରାନିଆଲ୍ ମ୍ୟାଗ୍ନେଟିକ୍ ଷ୍ଟିମୁଲେସନ୍ ଦ୍ୱାରା ମସ୍ତିଷ୍କର ପ୍ରତିକ୍ରିୟା ପରୀକ୍ଷା କରାଗଲା । ବୈଜ୍ଞାନିକମାନେ ଇଲେକ୍ଟ୍ରୋଏନସେଫାଲୋଗ୍ରାମ ଦ୍ୱାରା ମସ୍ତିଷ୍କର କାର୍ଯ୍ୟକଳାପକୁ ମାପିଥିଲେ । ଯୁବ ପୁରୁଷ ଓ ମହିଳାଙ୍କ ପ୍ରତିକ୍ରିୟା ଭିନ୍ନଥିଲା । ମହିଳାଙ୍କ ତୁଳନାରେ ପୁରୁଷଙ୍କ ମସ୍ତିଷ୍କରେ ବୈଦ୍ୟୁତିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିଲା । ଆଉ ଯାହାକି ମସ୍ତିଷ୍କ ପାଇଁ ଖୁବ୍ ହାନିକାରକ ଅଟେ ।

alcohol-beer-boy-boys-Favim.com-973337ଏଣୁ ଏକ ସୁନ୍ଦର ଜୀବନ ପାଇଁ ଓ ଏକ ମହତ ଉଦ୍ଦେଶ୍ୟରେ ଜୀବନ ନିର୍ବାହ କରିବା ପାଇଁ ମଦ୍ୟପାନରୁ ନିବୃତ ରହିବା ଉଚିତ୍ । ଯାହା ନିଜର ମଙ୍ଗଳ ହେବା ସହ ନିଜ ପରିବାର ଓ ସଂପର୍କୀୟଙ୍କ ପାଇଁ ଖୁସିର ମୁହୂର୍ତ୍ତ ହେବ । କାରଣ ନିଶା ସେବନ ଦ୍ୱାରା ମଣିଷ ଧିରେ ଧିରେ ସ୍ୱାସ୍ଥ୍ୟଗତ ସମସ୍ୟା ଆଡକୁ ଗତି କରିଥାଏ । ଯାହାକି କୈାଣସି ସମୟରେ ନିଶା ସେବନକାରୀକୁ ଅସୁବିଧାରେ ପକାଇପାରେ । ଆଜିକାଲି ପୁରୁଷ-ନାରୀ ବିଶେଷରେ ମଦ୍ୟପାନକୁ ସେବନ କରୁଛନ୍ତି । ଆଧୁନିକତାର ଚାକଚକ୍ୟରେ ମୋହିତ ହୋଇ ଯୁବପିଢି ଏଥିରେ ବେଶୀ ଆକର୍ଷିତ ହେଉଛନ୍ତି । ନିଜ ଉପାର୍ଜିତ ଅର୍ଥ ହେଉ ବା ବାପା-ମାଙ୍କର ଅର୍ଥ ହେଉ , ଅନାୟାସରେ ଖର୍ଚ୍ଚ କରୁଛନ୍ତି । ଭଲ ତ ହେଉନି ବରଂ ନିଜକୁ ଖରାପ ଆଡକୁ ଟାଣିନେଉଛନ୍ତି ।